Categories: ଖେଳ

ମୋହନବାଗାନ, ଇଷ୍ଟବେଙ୍ଗଲ କୋଚ୍‌ ଓ ଖେଳାଳିଙ୍କ ଘରବାହୁଡ଼ା

କୋଲକାତା, ୬ା୫ (ପି.ଟି.)-ଦେଶବ୍ୟାପୀ ଲକ୍‌ଡାଉନ୍‌ ଯୋଗୁ ମାସାଧିକ ଅଟକି ରହିଥିବା ମୋହନ ବାଗାନ ଓ ଇଷ୍ଟବେଙ୍ଗଲର କୋଚ୍‌ ଏବଂ ଖେଳାଳିମାନେ ଶେଷରେ ଘରବାହୁଡ଼ା କରିଛନ୍ତି। ଏଠାରେ ସେମାନଙ୍କୁ ଦୀର୍ଘ ୨୯ ଘଣ୍ଟା ବସ୍‌ ଯାତ୍ରା କରିବାକୁ ପଡ଼ିଥିଲା। ୧୩ ଜଣିଆ ଗ୍ରୁପ୍‌ର ଅଧିକାଂଶ ହେଉଛନ୍ତି ସ୍ପେନର। ମଙ୍ଗଳବାର ପ୍ରତ୍ୟୁଷରେ ନୂଆଦିଲ୍ଲୀରୁ ଡଚ୍‌ ଏୟାର ଲାଇନ୍‌ର ଏକ ସ୍ବତନ୍ତ୍ର ବିମାନ ଯୋଗେ ସେମାନେ ପ୍ରସ୍ଥାନ କରିଛନ୍ତି। ଆମଷ୍ଟରଡାମ୍‌ରେ ପହଞ୍ଚତ୍ବା ପରେ ସେମାନେ ସେଠାରୁ ନିଜ ନିକ ଘରକୁ ଯାତ୍ରା କରିବେ। ମୋହନବାଗାନକୁ ଆଇ-ଲିଗ୍‌ ଟାଇଟଲ ଜିତାଇଥିବା କିବୁ ଭିକୁନା ସେ ଖୁବ୍‌ ଶୀଘ୍ର ଫେରିବାକୁ ଚାହାନ୍ତି। କୋଲକାତାରେ ପହଞ୍ଚତ୍ ଦଳର ସମର୍ଥକମାନଙ୍କ ସହ ବିଜୟ ଉତ୍ସବ କରିବା ତାଙ୍କର ଆଶା ରହିଛି। ସୂଚନାଯୋଗ୍ୟ, କରୋନା ଭାଇରସ୍‌ ପାଇଁ ଲକ୍‌ଡାଉନ୍‌ ଯୋଗୁ ଏଥର ୪ ରାଉଣ୍ଡ ଖେଳ ବାକି ଥାଇ ଆଇ-ଲିଗ୍‌ ଶେଷ ହୋଇଥିଲା। ପଏଣ୍ଟ ଭିତ୍ତିରେ ମୋହନ ବାଗାନକୁ ଚାମ୍ପିୟନ ଘୋଷଣା କରାଯାଇଥିଲା।

Share