Posted inଜାତୀୟ

ମୋଦିଙ୍କ ମିଶନ ସଫଳ କରାଇଲେ ଶାହ

ନୂଆଦିଲ୍ଲୀ,୬ା୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବା ସହ ଏହାକୁ ଦୁଇଭାଗ କରିବା ଲାଗି ଜୁନ୍‌ ତୃତୀୟ ସପ୍ତାହରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅବଗଣନା ଆରମ୍ଭ କରିଥିଲେ। ଏଥିପାଇଁ ସେ ପିଏମ୍‌ଓରେ ଯୁଗ୍ମ ସଚିବ ଥିବା ୧୯୮୭ ବ୍ୟାଚ୍‌ର ଛତିଶଗଡ କ୍ୟାଡର ଆଇଏଏସ୍‌ ଅଫିସର ବି.ଭି.ଆର୍‌. ସୁବ୍ରମଣ୍ୟମଙ୍କୁ ଜମ୍ମୁ-କଶ୍ମୀରର ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଥିଲେ। ସମ୍ପୂର୍ଣ୍ଣ କଶ୍ମୀର ମିଶନର ଦାୟିତ୍ୱ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହଙ୍କୁ ଦିଆଯାଇଥିବାବେଳେ ଏହାର ଆଇନଗତ କାର୍ଯ୍ୟକାରିତା ଦିଗ ଉପରେ ସମୀକ୍ଷା ଦାୟିତ୍ୱ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ତାଙ୍କର ଏକ କୋର୍‌ ଟିମ୍‌କୁ ଦିଆଯାଇଥିଲା।
ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ଶାହ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀରକୁ ଦୁଇଭାଗ କରିବା ନେଇ କେନ୍ଦ୍ରର ସଂକଳ୍ପ ସମ୍ପର୍କରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ) ମୁଖ୍ୟ ମୋହନ ଭାଗବତଙ୍କୁ ଅବଗତ କରାଇଥିଲେ। ଆଇନଗତ ପରାମର୍ଶ ପରେ ଶାହ ଉପତ୍ୟକାରେ ଆଇନ ଶୃଙ୍ଖଳା ପରିସ୍ଥିତି ଦାୟିତ୍ୱ ନେଇ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ସହ ଦୁଇଥର ବୈଠକ କରିଥିଲେ। ଡୋଭାଲଙ୍କୁ ଶ୍ରୀନଗରରେ ୩ ଦିନ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ। ଶେଷରେ ଜୁଲାଇ ୨୬ରେ ଅମରନାଥ ଯାତ୍ରା ବାତିଲ କରିବାକୁ ନିଷ୍ପତ୍ତି ନିଆଗଲା ଏବଂ ଉପତ୍ୟକାରୁ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକମାନଙ୍କୁ ତୁରନ୍ତ ଫେରିଯିବା ପାଇଁ ଆଡଭାଇଜରି ଜାରି କରାଗଲା। ଏଥିସହିତ ସମ୍ଭାବ୍ୟ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅତିରିକ୍ତ ୧୦୦ କମ୍ପାନୀ ଯବାନ ଜମ୍ମୁ-କଶ୍ମୀର ପଠାଗଲା।
ଗ୍ରାଉଣ୍ଡ ଜିରୋରେ ବିଭିନ୍ନ ସୁରକ୍ଷା ପଦକ୍ଷେପ ସମ୍ପର୍କିତ ବ୍ଲ୍ୟୁ-ପ୍ରିଣ୍ଟ ଜମ୍ମୁ-କଶ୍ମୀର ମୁଖ୍ୟ ଶାସନ ସଚିବଙ୍କୁ ଦିଆଯାଇଥିଲା। ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସହ ବରାବର ସମ୍ପର୍କରେ ରହିଥିଲେ। ୧୧ ଦିନ ପୂର୍ବରୁ ଜମ୍ମୁ-କଶ୍ମୀରର ଅଧିକାରୀମାନଙ୍କୁ ଅଗଷ୍ଟ ୫ ଡେଡ୍‌ଲାଇନ୍‌ ଦିଆଯାଇଥିଲା। ସେହି ଅନୁଯାୟୀ ରବିବାର ସନ୍ଧ୍ୟା ସୁଦ୍ଧା ୪୩ ହଜାର ଅର୍ଦ୍ଧସାମରିକ ବାହିନୀ ରାଜ୍ୟର ବିଭିନ୍ନ ସ୍ଥାନରେ ମୁତୟନ ହୋଇଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଅତିରିକ୍ତ ୬୦ ଜଣ ଅତିରିକ୍ତ ସ୍ବତନ୍ତ୍ର ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଥିଲା ଏବଂ ରବିବାର ରାତିରୁ ମୋବାଇଲ ଓ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ବନ୍ଦ କରିଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ଗିରଫ ବ୍ୟକ୍ତିମାନଙ୍କୁ ରଖିବା ପାଇଁ ୬ଟି ଅସ୍ଥାୟୀ ଜେଲ୍‌ର ବ୍ୟବସ୍ଥା କରାଯାଇଥିଲା।
ସେପଟେ ରାଜ୍ୟ ସଭାରେ ସମର୍ଥନ ଯୋଗାଡ଼ କରିବା ଦାୟିତ୍ୱ ଶାହ ଏମ୍‌ପି ଅନିଲ୍‌ ବାଲୁନି ଓ ଭୂପେନ୍ଦ୍ର ଯାଦବଙ୍କୁ ଦେଇଥିଲେ। ଏହି ଟିମ୍‌ ଟିଡିପି ସଦସ୍ୟଙ୍କ ମଧ୍ୟରେ ଦଳବଦଳ କରାଇବା ସହ ସମାଜବାଦୀ ପାର୍ଟି ଏମ୍‌ପି ନୀରଜ ଶେଖର, ସୁରେନ୍ଦ୍ର ନାଗର, ସଞ୍ଜୟ ସେଠ୍‌ ଏବଂ କଂଗ୍ରେସ ଏମ୍‌ପି ସଞ୍ଜୟ ସିଂଙ୍କୁ ରାଜ୍ୟ ସଭାରୁ ଇସ୍ତଫା ଦେବାର ବ୍ୟବସ୍ଥା କରାଇଥିଲେ। ଏଥିସହିତ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ରାଜ୍ୟ ବିଭାଜନ ପ୍ରସ୍ତାବକୁ ସମର୍ଥନ ଜଣାଇବା ପାଇଁ ବିଏସ୍‌ପି ନେତା ସତୀଶ ମିଶ୍ରଙ୍କୁ ଉକ୍ତ ଟିମ୍‌ ରାଜି କରାଇଥିଲା।

କଶ୍ମୀର ଗଲେ ଡୋଭାଲ


୩୭୦ ଉଚ୍ଛେଦ ପରେ ସୁରକ୍ଷା ସ୍ଥିତି ଅନୁଧ୍ୟାନ ପାଇଁ ଏନ୍‌ଏସ୍‌ଏ ଅଜିତ ଡୋଭାଲ ଶ୍ରୀନଗର ଗସ୍ତ କରିଛନ୍ତି। ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖରେ ବିଭକ୍ତ କରାଯାଇଛି। କଶ୍ମୀର ଯିବା ପୂର୍ବରୁ ଡୋଭାଲ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକର ଯୋଗଦେଇଥିଲେ। ଏଥିରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ମଧ୍ୟ ଉପସ୍ଥିତ ଥିଲେ। ଅମରନାଥ ଯାତ୍ରା ପୂର୍ବରୁ ଜୁନ୍‌ରେ ଡୋଭାଲଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସି କଶ୍ମୀରର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।

କେଉଁମାନେ ସମର୍ଥନ ଦେଲେ

ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଉଚ୍ଛେଦ ହୋଇଛି। ଏଥିସହିତ ଉକ୍ତ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ଦଳ ପକ୍ଷରୁ ସମର୍ଥନ ମିଳିଛି। ତେବେ ଭାଜପାର ଏକମାତ୍ର ସହଯୋଗୀ ନୀତୀଶ କୁମାରଙ୍କ ଜେଡିୟୁ ସରକାରଙ୍କ ପ୍ରସ୍ତାବର ବିରୋଧ କରିଥିଲା। ସରକାରଙ୍କ ନିଷ୍ପତ୍ତିକୁ ବିଜୁ ଜନତା ଦଳ (ବିଜେଡି), ବିଏସ୍‌ପି, ଆମ୍‌ ଆଦ୍‌ମୀ ପାର୍ଟି, ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି, ଏଆଇଏଡିଏମ୍‌କେ, ଶିବସେନା, ଆଇଏନ୍‌ଏଲ୍‌ଡି ସମର୍ଥନ ଜଣାଇଥିବାବେଳେ କଂଗ୍ରେସ, ଡିଏମ୍‌କେ, ସମାଜବାଦୀ ପାର୍ଟି, ନ୍ୟାଶନାଲ୍‌ କନ୍‌ଫରେନ୍ସ (ଏନ୍‌ସି) ଏବଂ ପିଡିପି ଆଦି ଦଳ ବିରୋଧ କରିଥିଲେ।
ଆଜି ବାସ୍ତବ ଅର୍ଥରେ ଜମ୍ମୁ-କଶ୍ମୀର ଭାରତର ଅଂଶବିଶେଷ ହେଲା ବୋଲି ବିଜେଡି ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ। ବିଜେଡି ସରକାରଙ୍କ ପ୍ରସ୍ତାବକୁ ସମର୍ଥନ କରୁଛି। ଏହା ଏକ ଆଞ୍ଚଳିକ ଦଳ ହେଲେ ମଧ୍ୟ ଆମ ପାଇଁ ରାଷ୍ଟ୍ର ପ୍ରଥମ ବୋଲି ରାଜ୍ୟ ସଭାରେ ଆଚାର୍ଯ୍ୟ କହିଥିଲେ।
ବିଏସ୍‌ପି ଅନୁଚ୍ଛେଦ ୩୭୦ ଓ ଅନ୍ୟାନ୍ୟ ବିଲ୍‌କୁ ପୂର୍ଣ୍ଣ ସମର୍ଥନ କରୁଛି ବୋଲି ଏହାର ଏମ୍‌ପି ସତୀଶ ଚନ୍ଦ୍ର ମିଶ୍ର କହିଥିଲେ। ଏହା ସରକାରଙ୍କର ଏକ ଐତିହାସିକ ନିଷ୍ପତ୍ତି ବୋଲି ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ପକ୍ଷରୁ କୁହାଯାଇଛି। ଏହି ଐତିହାସିକ ପରିବର୍ତ୍ତନ ଆଣିଥିବାରୁ ତାଙ୍କ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ୍‌ ଶାହଙ୍କୁ ଖୋଲା ହୃଦୟରେ ପ୍ରଶଂସା କରୁଛି ବୋଲି ଏମ୍‌ପି ବିଜୟସାଇ ରେଡ୍ଡୀ କହିଥିଲେ। ତେବେ ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର ଜୟପ୍ରକାଶ ନାରାୟଣ, ରାମ ମନୋହର ଲୋହିଆ ଏବଂ ଜର୍ଜ ଫର୍ନାଣ୍ଡିଜ୍‌ଙ୍କ ପରମ୍ପରାରେ ଚାଲୁଥିବାରୁ ଆମ ଦଳ ବିଲ୍‌କୁ ସମର୍ଥନ ଦେବ ନାହିଁ । ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ଜେଡିୟୁ ଚାହେଁ ନାହିଁ ବୋଲି ଦଳର ବରିଷ୍ଠ ନେତା କେ.ସି. ତ୍ୟାଗୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୧ବର୍ଷରେ ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍‌କା, ପାସ୍‌ ପରିପାରିଲେନି ଗୋଟିଏ ବି ବିଲ୍‌

ନୂଆଦିଲ୍ଲୀ,୧୭।୪: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

ସ୍କୁଲ-କଲେଜ ଛୁଟି ଘୋଷଣା

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ବଢ଼ି ଚାଲିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଗତ ୪ ଦିନ ହେବ ଜିଲାରେ ପ୍ରାୟ ୪୧ରୁ ୪୨ ଡିଗ୍ରୀ ଉପରେ…

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ଇରାନର ବଡ଼ ଘୋଷଣା: ହର୍ମୁଜକୁ ସମ୍ପୂର୍ଣ୍ଣ ଖୋଲିଦେଇ କହିଲା ଏଥର…

ତେହରାନ,୧୭ା୪: ଇସ୍ରାଏଲ-ଲେବାନନ ଅସ୍ତ୍ରବିରତି ପରେ ବଡ଼ ଘୋଷଣା କରିଛି ଇରାନ। ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଖୋଲି ଦେଇଥିବା କହିଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଘଚି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri