ଧାରା ୩୭୦ ଉଚ୍ଛେଦକୁ ଶିଳ୍ପ ଜଗତର ସ୍ବାଗତ

ନୂଆଦିଲ୍ଲୀ,୬-୮: ସମ୍ବିଧାନର ଧାରା ୩୭୦ ଦ୍ୱାରା ଜମ୍ମୁ କଶ୍ମୀରକୁ ପ୍ରଦାନ କରାଯାଇଥିବା ସ୍ବତନ୍ତ୍ର ମାନ୍ୟତା ଉଚ୍ଛେଦ ନେଇ କେନ୍ଦ୍ର ସରକାର ସୋମବାର ଘୋଷଣା କରିଥିବା ବେଳେ ଏହାକୁ ଦେଶର ଶିଳ୍ପ ଜଗତ ପକ୍ଷରୁ ସ୍ବାଗତ କରାଯାଇଛି। ଏହା ରାଜ୍ୟର ବିକାଶ ତଥା ବାଣିଜି୍ୟକ ପରିବେଶକୁ ଉନ୍ନତ କରିବ ବୋଲି ଶିଳ୍ପ ଆଶାବାଦୀ ରହିଛି। ଦେଶର ବିଭିନ୍ନ ଶିଳ୍ପପତି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି…
ସାମଗ୍ରିକ ବିକାଶର ଅଂଶ ହୋଇପାରିବ
ଜମ୍ମୁ କଶ୍ମୀରକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ଏହା ରାସ୍ତା ସୁନିଶ୍ଚତ କରିବ। ବର୍ତ୍ତମାନର ନିୟମ ମୁତାବକ ଉକ୍ତ ରାଜ୍ୟରେ ନିବେଶ ବାଧାପ୍ରାପ୍ତ ହେଉଛି। ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କର ଏହା ଏକ ବଳିଷ୍ଠ ପଦକ୍ଷେପ। ନୂଆ ନିଷ୍ପତ୍ତି ଦ୍ୱାରା ଉକ୍ତ ରାଜ୍ୟ ଦେଶର ସାମଗ୍ରିକ ବିକାଶରେ ଅଂଶୀଦାର ହୋଇ ପାରିବ। ଏହି ପ୍ରସଙ୍ଗ ରାଜନୀତୀକରଣ ଯୋଗୁ ଲୋକଙ୍କର ବିକାଶ ବାଧାପ୍ରାପ୍ତ ହେଉଥିଲା। ଲୋକଙ୍କ ହିତ ଲାଗି ନୂଆ ନିଷ୍ପତ୍ତିକୁ ସେମାନେ ସକାରାତ୍ମକ ଭାବେ ଗ୍ରହଣ କରିବେ ବୋଲି ଆଶାବାଦୀ।
– ସଜ୍ଜନ ଜିନ୍ଦଲ, ଅଧ୍ୟକ୍ଷ, ଜେଏସ୍‌ଡ୍ଲ୍ୟୁ ଗ୍ରୁପ

ଭାରତ ପାଇଁ ଐତିହାସିକ ଦିନ
ଗତ ୧୫ ଦିନର ସମୟ ଭାରତ ଲାଗି ବେଶ୍‌ ସ୍ମରଣୀୟ। ଏହା ମଧ୍ୟରେ ଚନ୍ଦ୍ରାୟନ-୨ ଉତକ୍ଷେପଣ, ତିନ୍‌ ତଲାକ ଉଛେଦ ଏବଂ ଧାରା ୩୭୦ ଉଚ୍ଛେଦ ହୋଇଛି। ଭାରତ ପାଇଁ ଏହା ଐତିହାସିକ ଦିନ। ଗୋଟିଏ ପତାକା, ଗୋଟିଏ ଦେଶ ଏବଂ ଗୋଟିଏ ସମ୍ବିଧାନ ଲାଗୁ କରିବାରେ ନୂଆ ନିଷ୍ପତ୍ତି ସହାୟକ ହେବ।

– ହର୍ଷ ଗୋଏଙ୍କା, ଆର୍‌ପିଜି ଏଣ୍ଟର ପ୍ରାଇଜେସ୍‌ ଅଧ୍ୟକ୍ଷ

ସମସ୍ତଙ୍କ ନିରାପତ୍ତା ପାଇଁ ପ୍ରାର୍ଥନା
କଶ୍ମୀରକୁ ନେଇ କ’ଣ ଗୋଟିଏ ବଡ ନିଷ୍ପତ୍ତି ହେବ ସେ ନେଇ ସମସ୍ତେ ଏକ ସଂଶୟରେ ଥିଲେ। ମାତ୍ର ସରକାର ଆଗାମୀ କାର୍ଯ୍ୟପନ୍ଥା ଘୋଷଣା କରିଛନ୍ତି। କାଶ୍ମୀରରେ ଶାନ୍ତି ଶୃଙ୍ଖଳା ବଜାୟ ପାଇଁ ପ୍ରାର୍ଥନା କରୁଛି। ଏହି ନିଷ୍ପତ୍ତି ଦେଶକୁ ଶକ୍ତିଶାଳୀ କରିବା ସହ ଆଗାମୀ ଦିନରେ ସକାରାତ୍ମକ ଫଳ ପ୍ରଦାନ କରିବ।
– ଆନନ୍ଦ ମହିନ୍ଦ୍ରା, ଅଧ୍ୟକ୍ଷ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ

ନିବେଶ ଆକୃଷ୍ଟ କରିବ
ସରକାରଙ୍କ ଏଭଳି ନିଷ୍ପତ୍ତି ପ୍ରଶଂସାଯୋଗ୍ୟ। ଏହା ଦ୍ୱାରା ଜମ୍ମୁ ଏବଂ କଶ୍ମୀର ବୃହତ୍‌ ନିବେଶ ଆକୃଷ୍ଟ କରିବାକୁ ସକ୍ଷମ ହେବ।
– ରାଜୀବ ତଲଓ୍ବାର, ସଭାପତି, ପିଏଚ୍‌ଡି ଚାମ୍ବର ଅଫ୍‌ କମର୍ସ

ଲୋକଙ୍କୁ ସଶକ୍ତ କରିବ
ଜମ୍ମୁ କାଶ୍ମୀରରେ ଉନ୍ନତିକରଣ ଏବଂ ଶାନ୍ତି ଲାଗି ନୂଆ ନିଷ୍ପତ୍ତି ବାଟ ଖୋଲିବ। ଏହା ସେଠାକାର ଲୋକଙ୍କୁ ଶସକ୍ତ କରିବା ସହ ଭାରତକୁ ଆହୁରି ଶକ୍ତିଶାଳୀ କରିବ।
– ଗୌତମ ଆଦାନୀ, ଅଧ୍ୟକ୍ଷ, ଆଦାନୀ ଗ୍ରୁପ


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri