ମେ’ ୨୦ରୁ ମାଟ୍ରିକ ଖାତାଦେଖା: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୯।୫(ବ୍ୟୁରୋ): ଶିକ୍ଷା କ୍ଷେତ୍ରକୁ କରୋନା ବ୍ୟାପକ ପ୍ରଭାବିତ କରିଛି। ଅଧିକାଂଶ ଶ୍ରେଣୀରେ ପରୀକ୍ଷା ଶେଷ ହୋଇ ନ ଥିବାବେଳେ ମାଟ୍ରିକ ଖାତା ମୂଲ୍ୟାୟନ ମଧ୍ୟ ହୋଇନାହିଁ। ତେବେ ମେ’ ୨୦ ତାରିଖରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେବ। ଶନିବାର ଏ ନେଇ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ତେବେ ମେ ୧୯ ସୁଦ୍ଧା ସବୁ କେନ୍ଦ୍ରରେ ପରୀକ୍ଷା ନିରୀକ୍ଷକ ପହଞ୍ଚିବେ । ମୂଲ୍ୟାୟନ କେନ୍ଦ୍ରରେ କୋଭିଡ ଗାଇଡ୍‌ଲାଇନ ଅନୁପାଳନ ସହ ସାମଜିକ ଦୂରତ୍ୱ ଅବଲମ୍ବନ କରାଯିବ। ଖାତାଦେଖାରେ ନିୟୋଜିତ ଶିକ୍ଷକ ପ୍ରୋତ୍ସାହନ ରାଶି ପାଇବେ। ରାଜ୍ୟରେ ୬୦ଟି କେନ୍ଦ୍ରରେ ମାଟ୍ରିକ ଖାତାଦେଖା ହେବ। ଜୁଲାଇ ଶେଷରେ ଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।