ମେହସୁଦ୍‌ ବିଶ୍ୱ ଆତଙ୍କବାଦୀ

ଓ୍ବାଶିଂଟନ,୧୨ା୯: ୯/୧୧ ଆକ୍ରମଣ ଘଟଣାର ବର୍ଷପୂର୍ତ୍ତି ଅବସରରେ ଆମେରିକା ସରକାର ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ନୂଆ ପଦକ୍ଷେପ ଘୋଷଣା କରିଛନ୍ତି। ବିଶ୍ୱବ୍ୟାପୀ ସନ୍ଦିଗ୍ଧ ଆତଙ୍କବାଦୀ, ସେମାନଙ୍କ ସମର୍ଥକ ଓ ଆର୍ଥିକ ସହାୟତା ଯୋଗାଉଥିବା ସଂଗଠନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାକ୍ଷରରେ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ପାକିସ୍ତାନର ତେହରିକ୍‌-ଇ-ତାଲିବାନ ପାକିସ୍ତାନ (ଟିଟିପି) ମୁଖ୍ୟ ମୁଫ୍‌ତି ନୁର୍‌ ମେହସୁଦ୍‌ ସମେତ ୧୨ ଆତଙ୍କବାଦୀଙ୍କୁ ଆମେରିକା ପରରାଷ୍ଟ୍ର ବିଭାଗ ସ୍ବତନ୍ତ୍ର ବିଶ୍ୱ ଆତଙ୍କବାଦୀ ଘୋଷଣା କରିଛି। ଟିଟିପି ମୁଖ୍ୟ ମୁଲ୍ଲା ଫଜ୍‌ଲୁଲ୍ଲାଙ୍କ ମୃତ୍ୟୁ ପରେ ୨୦୧୮ ଜୁନ୍‌ରେ ମେହସୁଦ୍‌ ସଂଗଠନର ନେତୃତ୍ୱ ନେଇଥିଲେ। ପାକିସ୍ତାନରେ ହୋଇଥିବା ଏକାଧିକ ଆକ୍ରମଣ ପାଇଁ ଟିଟିପି ନିଜକୁ ଦାୟୀ କରିଥିଲା। ମେହସୁଦ୍‌ ସମେତ ୧୧ ଆତଙ୍କବାଦୀ ସଂଗଠନର ନେତା, କାର୍ଯ୍ୟକର୍ତ୍ତା ଓ ସହଯୋଗୀଙ୍କୁ ଆମେରିକା ଉକ୍ତ ତାଲିକାରେ ସାମିଲ କରିଛି। ସେଥିରେ ଅଛନ୍ତି ହିଜବାଲ୍ଲା, ଇରାନ୍‌ର କୁଦ୍‌ସ ଫୋର୍ସ, ହମାସ, ପାଲେଷ୍ଟାଇନ୍‌ ଇସ୍‌ଲାମିକ୍‌ ଜେହାଦ, ଆଇଏସ୍‌, ଆଇଏସ୍‌ ଫିଲିପାଇନ୍ସ, ଆଇଏସ୍‌-ପଶ୍ଚିମ ଆଫ୍ରିକା, ଅଲ୍‌ କାଏଦା ଓ ସେମାନଙ୍କ ସହଯୋଗୀ ସଂଗଠନ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

ଆକାଉଣ୍ଟଧାରୀ ସାବଧାନ! ୨୫ ସେପ୍ଟେମ୍ୱର ସୁଦ୍ଧା ସାରନ୍ତୁ ବ୍ୟାଙ୍କ୍‌ କାମ, ନହେଲେ ଉଠାଇପାରିବେନି ଟଙ୍କା?

ନୂଆଦିଲ୍ଲୀ,୨୨।୮: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡ଼ିତ କୌଣସି ଜରୁରୀ କାର୍ଯ୍ୟ ବାକି ଅଛି, ତେବେ ତାହାକୁ ଯଥାଶୀଘ୍ର ସାରିଦେବା ହିଁ ଆପଣଙ୍କ ପାଇଁ ଲାଭଦାୟକ ହେବ।…

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସାଂସଦ ନବ ଚରଣ ମାଝୀ ମଙ୍ଗଳବାର…

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ଅକ୍ଟୋବର ୧ରୁ ଏସବୁ ବ୍ୟାଙ୍କିଙ୍ଗ୍‌ କାମରେ ଲାଗିବ ଚାର୍ଜ, ଆକାଉଣ୍ଟରେ ଟଙ୍କା ରଖୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୨।୯:ସେପ୍ଟେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ଏବେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଖେଳାଳି: କ୍ରିକେଟ୍‌ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକା ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ୟାଟର କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ…

ରାହୁ-କେତୁଙ୍କ କୃପାରୁ ସିଂହ ସମେତ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା: ବର୍ଷ ଶେଷ ସୁଦ୍ଧା ଧନଲାଭର ଯୋଗ! ହେବ ଏକ୍ସଟ୍ରା ରୋଜଗାର

ଭୁବନେଶ୍ୱର: ବର୍ଷ ଶେଷରେ ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୫ ଡିସେମ୍ବର ୨୦୨୬ରେ ରାହୁ କୁମ୍ଭ ରାଶିରୁ ବାହାରି ମକର ରାଶିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?