ମେସ୍କୋ ହୋଟେଲ, ଗେଷ୍ଟ ହାଉସ୍‌ ଦଖଲକୁ ନେଲା ଇଡ୍‌କୋ

କଳିଙ୍ଗନଗର,୨୬।୯(ଡି.ଏନ୍‌.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳ ଯଖପୁରାଠାରେ ଥିବା ମେସ୍କୋଷ୍ଟିଲର ଏକ ହୋଟେଲ ଓ ଗେଷ୍ଟହାଉସ୍‌କୁ ବୁଧବାର ଇଡ୍‌କୋ ଦଖଲକୁ ନେଇଛି। ଇଡ୍‌କୋ କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନ ଏହି ଗେଷ୍ଟହାଉସ୍‌କୁ ଦଖଲ ନେବାପାଇଁ ଯଖପୁରା ଠାରେ ପହଞ୍ଚତ୍ଥିଲେ। ମାଜିଷ୍ଟ୍ରେଟ୍‌ ଭାବେ ଦାନଗଦୀ ତହସିଲଦାର ବୁଲବୁଲ ବେହେରା ଓ ଦାନଗଦୀ ବିଡିଓ ମଣି ପ୍ରସାଦ ମିଶ୍ର ଦାୟିତ୍ୱରେ ଥିବାବେଳେ ଇଡ୍‌କୋ ପକ୍ଷରୁ ଯାଜପୁର ରୋଡ ଡିଭିଜିନାଲ ମୁଖ୍ୟ ରାଜ କିଶୋର ନାୟକ ଓ ଇଡ୍‌କୋର ବହୁ କର୍ମଚାରୀ ଉପସ୍ଥିତ ଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ଆଇନଶୃଙ୍ଖଳା ଉପୁଜିବା ଆଶଙ୍କାରେ ଯଖପୁରା ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କ ସମେତ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପ୍ରକାଶ ଯେ, ୧୯୯୪ରେ ମେସ୍କୋଷ୍ଟିଲ ଯଖପୁରାଠାରେ ଦ୍ୱିତୀୟ ଇସ୍ପାତ କାରଖାନା ପ୍ରତିଷ୍ଠା କରିବା ପାଇଁ ଇଡ୍‌କୋ ଠାରୁ ୧୭୫୬ ଏକର ଜମି ହାତେଇ ଥିଲା। ଏହି ଜମି ମଧ୍ୟରୁ ୧୫୬ ଏକର ଜମିରେ ଏକ ବିଶାଳ ହୋଟେଲ ଓ ଗେଷ୍ଟହାଉସ୍‌ ନିର୍ମାଣ କରିଥିଲା। ପରବର୍ତ୍ତି ଅବସ୍ଥାରେ ମେସ୍କୋ ଜମି ନେବା ବାବଦକୁ ପ୍ରଦାନ କରିବାକୁ ଥିବା ଅର୍ଥ ଇଡକୋ କର୍ତ୍ତୃପକ୍ଷଙ୍କୁ ଦେଇ ନ ଥିଲା। ଏ ନେଇ ଇଡକୋ କର୍ତ୍ତୃପକ୍ଷ ବାରମ୍ବାର ନୋଟିସ୍‌ କରିଥିଲେ ମଧ୍ୟ ମେସ୍କୋ କର୍ତ୍ତୃପକ୍ଷ ଏହାକୁ ଭରଣ ନ କରି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେପ୍ଟେମ୍ବର ୨୪ ତାରିଖ ସୁଦ୍ଧା ଏହି ଗେଷ୍ଟହାଉସକୁ ଖାଲି କରିବାକୁ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରା ଯାଇଥିଲା। ଏହି କ୍ରମରେ ବୁଧବାର ମାଜେଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ହୋଟେଲରେ ଏବଂ ଗେଷ୍ଟ ହାଉସ୍‌ରେ ଥିବା ୮୦ଟି ଦାମି କୁକୁର, ସରଞ୍ଜାମ, ଖଟ, ପଲଙ୍କ, ଆସବାବପତ୍ର ଆଦିକୁ ମେସ୍କୋ କତ୍ତୃପକ୍ଷ ୭ ଦିନ ମଧ୍ୟରେ ଅନ୍ୟତ୍ର ନେଇ ଯିବାକୁ ସମୟ ଦିଆଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri