Categories: ଖେଳ

ମେସି ବାସନ୍ଦ

ଏସନସିଅନ(ପାରାଗୁଏ),୨୪।୭(ଏପି)- ଷ୍ଟାର ଖେଳାଳି ଲିଓନେଲ ମେସି ଆର୍ଜେଣ୍ଟିନା ଦଳର ୨୦୨୨ ବିଶ୍ୱକପ୍‌ ଲାଗି ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଖେଳିପାରିବେ ନାହିଁ। ଏଥିସହ ତାଙ୍କୁ ଦେଢ଼ହଜାର ଡଲାର ଜରିମାନା କରାଯାଇଛି, ଯାହାର ମୂଲ୍ୟ ଭାରତୀୟ ମୂଦ୍ରାରେ ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ। କୋପା ଆମେରିକା ଟୁର୍ନାମେଣ୍ଟର ୩ୟ ସ୍ଥାନ ଲାଗି ଅନୁଷ୍ଠିତ ଚିଲି ବିପକ୍ଷ ମ୍ୟାଚ୍‌ରେ ୩୭ତମ ମିନିଟ୍‌ରେ ମେସିଙ୍କୁ ରେଡ୍‌ କାର୍ଡ ପ୍ରଦାନ କରାଯାଇଥିଲା। ଏହି ଘଟଣା ଉପରେ ଦକ୍ଷିଣ ଆମେରିକୀୟ ଟୁର୍ନାମେଣ୍ଟ ପରିଚାଳନା ସଂସ୍ଥା ମଙ୍ଗଳବାର ଆଲୋଚନା କରି ମେସିଙ୍କୁ ପରବର୍ତ୍ତୀ ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ବାସନ୍ଦ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ତେବେ ଏହି ନିଷ୍ପତ୍ତିରେ ମେସି ଆଣିଥିବା ଦୁର୍ନୀତି ଅଭିଯୋଗ ସମ୍ପର୍କରେ ଉଲ୍ଲେଖ ହୋଇନାହିଁ। ଦକ୍ଷିଣ ଆମେରିକାରେ ଯୋଗ୍ୟତା ପର୍ଯ୍ୟାୟ ଆଗାମୀ ମାର୍ଚ୍ଚରୁ ଆରମ୍ଭ ହେବ।

Share