Categories: ଖେଳ

ମେସିଙ୍କ ଗୋଲ ସତ୍ତ୍ୱେ ହାରିଲା ବାର୍ସିଲୋନା

ସେଭିଲେ,୨୬।୫- ଚାମ୍ପିୟନ୍ସ ଲିଗ୍‌ ସେମିଫାଇନାଲ ପରାଜୟକୁ ଭୁଲିବା ପାଇଁ ବାର୍ସିଲୋନା କୋପା ଡେଲରେ କପ୍‌ ଜିତିବାକୁ ଲକ୍ଷ୍ୟ ରଖିଥିଲା। ହେଲେ ଫାଇନାଲରେ ବାର୍ସିଲୋନା ୨-୧ ଗୋଲରେ ଭାଲେନସିଆଠାରୁ ପରାସ୍ତ ହୋଇଛି। ଲିଓନେଲ ମେସିଙ୍କ ଗୋଲ ମଧ୍ୟ ଲା ଲିଗା ଲିଗ୍‌ ଚାମ୍ପିୟନ ଦଳକୁ ପରାଜୟରୁ ବଞ୍ଚାଇ ପାରି ନ ଥିଲା। ଅନ୍ୟପକ୍ଷରେ ଦୀର୍ଘ ୧୧ ବର୍ଷ ପରେ ଭାଲେନସିଆ ପ୍ରଥମ ଥର ଏହି କପ୍‌ ଜିତିଛି। ମ୍ୟାଚ୍‌ରେ ଭାଲେନସିଆ ଦଳ ପାଇଁ କେଭିନ ଗାମେରିଓ (୨୧ତମ ମିନିଟ୍‌) ଓ ରୋଡ୍ରିଗୋ (୩୩ତମ) ସ୍କୋର କରିିଥିଲେ। ଫଳରେ ଦଳ ପ୍ରଥମାର୍ଦ୍ଧ ସୁଦ୍ଧା ୨-୦ ବ୍ୟବଧାନର ଅଗ୍ରଣୀ ହାସଲ କରିନେଇଥିଲା। ଦ୍ୱିତୀୟାର୍ଦ୍ଧରେ ମେସି (୭୩ତମ) ଗୋଲ ଦେଇଥିଲେ। ଏହାପରେ ବାର୍ସିଲୋନା ଖେଳାଳିମାନେ ବହୁ ଉଦ୍ୟମ କରିିଥିଲେ ମଧ୍ୟ ମ୍ୟାଚ୍‌ର ସ୍କୋର ଲାଇନ ଉପରେ ପ୍ରଭାବ ପକାଇ ପାରି ନ ଥିଲା। ଫଳରେ ସ୍ପାନିଶ ଦଳ ରେକର୍ଡ କ୍ରମାଗତ ୫ମ ଥର ଟାଇଟଲ ହାତେଇବାରେ ବିଫଳ ହୋଇଛି।

Share