Categories: ଖେଳ

ମେସିଙ୍କୁ ୟୁରୋପର ଗୋଲ୍ଡ ବୁଟ୍‌

ବାର୍ସିଲୋନା,୨୫।୫- ଆର୍ଜେଣ୍ଟିନା ଷ୍ଟାର ଲିଓନେଲ ମେସି ଚଳିତ ସିଜନରେ ୟୁରୋପର ସମସ୍ତ ଲିଗ୍‌ରେ ସର୍ବାଧିକ ସଂଖ୍ୟକ ଗୋଲକରି ଗୋଲ୍ଡ ବୁଟ୍‌ ହାତେଇଛନ୍ତି। କ୍ରମାଗତ ୩ୟ ଥର ପାଇଁ ଏହି ସମ୍ମାନ ହାସଲ କରିବାରେ ସେ ପ୍ରଥମ ଖେଳାଳି। ୟୁରୋପ ସର୍ବାଧିକ ଗୋଲ କରିବାରେ ମେସିଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି କାଇଲିନ ଏମ୍‌ବାପେ। ବିଶ୍ୱକପ୍‌ ଚାମ୍ପିୟନ ଫ୍ରାନ୍ସ ଖେଳାଳିଙ୍କୁ ଅନ୍ତିମ ମ୍ୟାଚ୍‌ରେ ୪ ଗୋଲ ସ୍କୋର କରିବାର ଦରକାର ଥିଲା। ହେଲେ ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍‌ଜି) କ୍ଲବ ପାଇଁ ଖେଳୁଥିବା ଏମ୍‌ବାପେ ବିଫଳ ହୋଇଥିଲେ। ମେସି ୩୬ ଗୋଲ କରିଥିବାବେଳେ ଏମ୍‌ବାପେ ୩୩ ସ୍କୋର କରିବାକୁ ସକ୍ଷମ ହୋଇଥିଲେ। ଆର୍ଜେଣ୍ଟିନା ଖେଳାଳିଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ବାର୍ସିଲୋନା ଗତମାସରେ ଲା ଲିଗା ଟାଇଟଲ ହାତେଇଥିଲା। ମୁଁ ପୁରସ୍କାର ସମ୍ପର୍କରେ ଚିନ୍ତା କରୁନାହିଁ। ଆମେ ଏବେ ମଧ୍ୟ ଲିଭରପୁଲଠାରୁ ମିଳିଥିବା ପରାଜୟ ନେଇ ଦୁଃଖିତ। ବ୍ୟକ୍ତିଗତ ସଫଳତା ନେଇ ଉତ୍ସାହିତ ନୁହେଁ ବୋଲି ମେସି କହିଛନ୍ତି।

Share