Categories: ଖେଳ

ମେଡିକାଲକୁ ବଲ୍‌ ଦାନ କଲେ ୪ ଗୋଲ ସ୍କୋର କରିଥିବା ଲିସିକ୍‌

ରୋମ୍‌,୧୬।୩(ଏଏଫ୍‌ପି)- ଗତ ସପ୍ତାହରେ ଚାମ୍ପିୟନ୍ସ ଲିଗ୍‌ ମ୍ୟାଚ୍‌ରେ ୪ ଗୋଲ ସ୍କୋର କରିଥିବା ଆଟ୍‌ଲାଣ୍ଟା ଫରଓ୍ବାର୍ଡ ଜୋସିପ ଲିସିକ୍‌ ବର୍ଗାମୋର ଏକ ମେଡିକାଲକୁ ବଲ୍‌ ଦାନ କରିଛନ୍ତି। ଇଟାଲୀରେ ଏବେ କରୋନା ଭାଇରସ୍‌ର ସ୍ଥିତି ଅତ୍ୟନ୍ତ ଭୟଙ୍କର। ଏକ ହଜାରରୁ ଊର୍ଦ୍ଧ୍ୱ ପ୍ରାଣହାନି ଘଟିସାରିଛି। ଦେଶର ପ୍ରାୟ ମେଡିକାଲରେ ବହୁସଂଖାରେ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ସେଥିରୁ ପାପା ଗିଓଭାନି ଏକ୍ସଏକ୍ସଆଇଆଇଆଇ ମେଡିକାଲ ଅନ୍ୟତମ। ଏହି ମେଡିକାଲକୁ ବଲ୍‌ ନିଲାମ କରିବା ଲାଗି ଦାନ କରିଛନ୍ତି ଲିସିକ୍‌। ଉଲ୍ଲେଖଯୋଗ୍ୟ, ଲିସିକ୍‌ଙ୍କ ୪ ଗୋଲ ଯୋଗୁ ଆଟ୍‌ଲାଣ୍ଟା ୪-୩ ଗୋଲରେ ଭାଲେନ୍ସିଆକୁ ହରାଇ ଚାମ୍ପିୟନ୍ସ ଲିଗ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ନାପୋଲି ଅଧିନାୟକ ଲୋରେଞ୍ଜୋ ଏକ ଲକ୍ଷ ୟୁରୋ ନାପ୍ଲେସସ୍ଥିତ ମେଡିକାଲକୁ ଦାନ କରିଛନ୍ତି। ତାଙ୍କ ବ୍ୟତୀତ ଜୁଭେଣ୍ଟସ୍‌ ଡିଫେଣ୍ଡର ଲିଓନାର୍ଡୋ ବୋନୁସି ମଧ୍ୟ ସ୍ଥାନୀୟ ମେଡିକାଲକୁ ସହାୟତାର ହାତ ବଢ଼ାଇଛନ୍ତି।

Share