Posted inଫୁରସତ

ମୃତ୍ୟୁ ପରେ ଏହି ମନ୍ଦିରକୁ ଯାଇଥାଏ ଆତ୍ମା, କର୍ମ ଅନୁଯାୟୀ ଫଳ ଦେଇଥାନ୍ତି ଯମରାଜ

ସାଧାରଣତଃ ଲୋକେ ବିଭିନ୍ନ ମନ୍ଦିର ଯାଇଥାନ୍ତି ଦେବଦେବୀଙ୍କୁ ପୂଜାର୍ଚ୍ଚନା କରିବାକୁ। କିନ୍ତୁ ମୃତ୍ୟୁର ଏକ ମନ୍ଦିର ଅଛି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏମିତି ଏକ ମନ୍ଦିର ରହିଛି ହିମାଚଳପ୍ରଦେଶରେ। କୁହାଯାଏ, ମୃତ୍ୟୁ ପରେ ଆତ୍ମା ଏହି ମନ୍ଦିରକୁ ଯେମିତି ହେଲେ ଥରେ ଆସିଥାଏ। ହିମାଚଳପ୍ରଦେଶର ଭରମୌରରେ ଅବସ୍ଥିତ ଏହି ମନ୍ଦିର ଯମରାଜଙ୍କ ଉଦ୍ଦେଶ୍ୟରେ ସମର୍ପିତ ହୋଇଛି। ଏହା ଏକ ସାଧାରଣ ମନ୍ଦିର ପରି ଦେଖାଯାଉଥିଲେ ମଧ୍ୟ ପୁରାଣରେ ବିଚିତ୍ର ଭାବେ ଏହାର ବର୍ଣ୍ଣନା କରାଯାଇଛି।

ପୁରାଣ ଅନୁସାରେ, ଏହି ମନ୍ଦିରକୁ ଭୌତିକ କେନ୍ଦ୍ର କୁହାଯାଏ। ପୁରାଣରେ ଏହାକୁ ମାୟା ମଧ୍ୟ କୁହାଯାଇଛି। କୁହାଯାଏ, ଜୀବାତ୍ମାର ମୃତ୍ୟୁ ଘଟିଲେ ଏହା ମାୟାଠୁ ବାହାରକୁ ଚାଲିଆସି ଏହି ମନ୍ଦିରରେ ପ୍ରବେଶ କରିଥାଏ। ଏଠାରେ ଯମଦେବତା କର୍ମ ଅନୁଯାୟୀ ଫଳ ପ୍ରଦାନ କରିଥାନ୍ତି। ଏହି ମନ୍ଦିରରେ ଯମଙ୍କ ଦୂତ ରହିଥାନ୍ତି। ଆତ୍ମାକୁ ଦୂତ ଯମରାଜଙ୍କ ପାଖକୁ ନେଇ ଯାଇଥାନ୍ତି। ମନ୍ଦିରର ଏକ କୋଠରୀ ଖାଲି ରହିଛି। ଯାହାକୁ ଯମରାଜଙ୍କ କକ୍ଷ କୁହାଯାଏ। ମନ୍ଦିରର ଚାରୋଟି ଦ୍ୱାର ରହିଛି ଯାହା ସୁନା, ରୁପା, ତମ୍ବା ଏବଂ ଲୁହାରେ ତିଆରି ହୋଇଛି। କୁହାଯାଏ, ପ୍ରତି ଆତ୍ମାକୁ ତା’ର କର୍ମ ଅନୁଯାୟୀ ଏହିସବୁ ଦ୍ୱାର ନିକଟକୁ ପଠାଯାଏ। ଏକ ମହାନ ଆତ୍ମାକୁ ସୁନା ଦ୍ୱାର ଦେଇ ଯିବାକୁ ଅନୁମତି ମିଳିଥାଏ। କିଛି ଲୋକ ଭୟ କରି ଏହି ମନ୍ଦିରକୁ ଯାଇ ନ ଥାନ୍ତି। ମନ୍ଦିରର ଆଉ ଏକ ବିଶେଷତ୍ୱ ମଧ୍ୟ ରହିଛି। ଏଠାରେ ପୂଜା କରୁଥିବା ଲୋକଙ୍କ ମନରୁ ଅକାଳ ମୃତ୍ୟୁର ଭୟ ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

ଦେଶର ସବୁଠାରୁ ବଡ ଭୋଟର ପରିବାର, ୧୦-୨୦ ନୁହେଁ ଗୋଟିଏ ପରିବାରରେ ଭୋଟରଙ୍କ ସଂଖ୍ୟା ଶହେରେ

ଗୁଆହାଟି,୧୫।୪: ଲୋକ ସଭା ନିର୍ବାଚନ ୨୦୨୪ରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଉ କିଛି ଦିନ ବାକି ଅଛି। ଏହି ସମୟରେ ଆସାମରେ ଏକ ପରିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri