Posted inଫୁରସତ

ମୃତ୍ୟୁ ପରେ ଏହି ମନ୍ଦିରକୁ ଯାଇଥାଏ ଆତ୍ମା, କର୍ମ ଅନୁଯାୟୀ ଫଳ ଦେଇଥାନ୍ତି ଯମରାଜ

ସାଧାରଣତଃ ଲୋକେ ବିଭିନ୍ନ ମନ୍ଦିର ଯାଇଥାନ୍ତି ଦେବଦେବୀଙ୍କୁ ପୂଜାର୍ଚ୍ଚନା କରିବାକୁ। କିନ୍ତୁ ମୃତ୍ୟୁର ଏକ ମନ୍ଦିର ଅଛି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏମିତି ଏକ ମନ୍ଦିର ରହିଛି ହିମାଚଳପ୍ରଦେଶରେ। କୁହାଯାଏ, ମୃତ୍ୟୁ ପରେ ଆତ୍ମା ଏହି ମନ୍ଦିରକୁ ଯେମିତି ହେଲେ ଥରେ ଆସିଥାଏ। ହିମାଚଳପ୍ରଦେଶର ଭରମୌରରେ ଅବସ୍ଥିତ ଏହି ମନ୍ଦିର ଯମରାଜଙ୍କ ଉଦ୍ଦେଶ୍ୟରେ ସମର୍ପିତ ହୋଇଛି। ଏହା ଏକ ସାଧାରଣ ମନ୍ଦିର ପରି ଦେଖାଯାଉଥିଲେ ମଧ୍ୟ ପୁରାଣରେ ବିଚିତ୍ର ଭାବେ ଏହାର ବର୍ଣ୍ଣନା କରାଯାଇଛି।

ପୁରାଣ ଅନୁସାରେ, ଏହି ମନ୍ଦିରକୁ ଭୌତିକ କେନ୍ଦ୍ର କୁହାଯାଏ। ପୁରାଣରେ ଏହାକୁ ମାୟା ମଧ୍ୟ କୁହାଯାଇଛି। କୁହାଯାଏ, ଜୀବାତ୍ମାର ମୃତ୍ୟୁ ଘଟିଲେ ଏହା ମାୟାଠୁ ବାହାରକୁ ଚାଲିଆସି ଏହି ମନ୍ଦିରରେ ପ୍ରବେଶ କରିଥାଏ। ଏଠାରେ ଯମଦେବତା କର୍ମ ଅନୁଯାୟୀ ଫଳ ପ୍ରଦାନ କରିଥାନ୍ତି। ଏହି ମନ୍ଦିରରେ ଯମଙ୍କ ଦୂତ ରହିଥାନ୍ତି। ଆତ୍ମାକୁ ଦୂତ ଯମରାଜଙ୍କ ପାଖକୁ ନେଇ ଯାଇଥାନ୍ତି। ମନ୍ଦିରର ଏକ କୋଠରୀ ଖାଲି ରହିଛି। ଯାହାକୁ ଯମରାଜଙ୍କ କକ୍ଷ କୁହାଯାଏ। ମନ୍ଦିରର ଚାରୋଟି ଦ୍ୱାର ରହିଛି ଯାହା ସୁନା, ରୁପା, ତମ୍ବା ଏବଂ ଲୁହାରେ ତିଆରି ହୋଇଛି। କୁହାଯାଏ, ପ୍ରତି ଆତ୍ମାକୁ ତା’ର କର୍ମ ଅନୁଯାୟୀ ଏହିସବୁ ଦ୍ୱାର ନିକଟକୁ ପଠାଯାଏ। ଏକ ମହାନ ଆତ୍ମାକୁ ସୁନା ଦ୍ୱାର ଦେଇ ଯିବାକୁ ଅନୁମତି ମିଳିଥାଏ। କିଛି ଲୋକ ଭୟ କରି ଏହି ମନ୍ଦିରକୁ ଯାଇ ନ ଥାନ୍ତି। ମନ୍ଦିରର ଆଉ ଏକ ବିଶେଷତ୍ୱ ମଧ୍ୟ ରହିଛି। ଏଠାରେ ପୂଜା କରୁଥିବା ଲୋକଙ୍କ ମନରୁ ଅକାଳ ମୃତ୍ୟୁର ଭୟ ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri