ମୃତକଙ୍କ ପରିବାରକୁ ଭେଟିଲେ ଭାଜପା ନେତା

ଢେଙ୍କାନାଳ ଅଫିସ, ୯ା୫ – କାମାକ୍ଷାନଗର ବ୍ଲକ ସୋଗର ଗ୍ରାମ ନୂଆସାହିରେ ବାଣ ବିସ୍ଫୋରଣରେ ଗତ ବୁଧବାର ସରୋଜ ସାହୁଙ୍କ ପୁଅ ସାହିଲ(୧୦) ଓ ମନୋଜ ସାହୁଙ୍କ ପୁଅ କ୍ରିଷ୍ଣା (୧୦)ଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଶୁକ୍ରବାର ଭାଜପାର ଏକ ନେତୃମଣ୍ଡଳୀ ଶୋକସନ୍ତପ୍ତ ପରିବାରକୁ ଭେଟିଛନ୍ତି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତ୍ରୁଘନ ଜେନାଙ୍କ ନେତୃତ୍ୱରେ ଜିଲା ଉପସଭାପତି ନବକିଶୋର ଗୁରୁ, ସାଧାରଣ ସମ୍ପାଦକ ପ୍ରେମାନନ୍ଦ ଜେନା, ଜିଲା ସମ୍ପାଦକ ମାତୃପ୍ରସାଦ ନନ୍ଦ, ରାଜ୍ୟ ପରିଷଦ ସଦସ୍ୟ ଗୋପାଳଚନ୍ଦ୍ର ସାହୁ, କାମାକ୍ଷାନଗର ଏନ୍‌ଏସି ମଣ୍ଡଳ ସଭାପତି ବିଭୁ ପଟ୍ଟନାୟକ ପ୍ରମୁଖ ସାକ୍ଷାତକରି ସମବେଦନା ଜ୍ଞାପନ କରିଛନ୍ତି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଏହି ନେତୃମଣ୍ଡଳୀ କାମାକ୍ଷାନଗର ଉପଜିଲାପାଳଙ୍କ ସହ ଆଲୋଚନା କରିଥିଲେ। ଏଥିସହ କଟକରେ ଚିକିତ୍ସାଧୀନ ଥିବା ନାବାଳକ ସମ୍ବିତଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବା ପାଇଁ ଅନୁରୋଧ କରିଥିଲେ। ଉଭୟ ପରିବାରକୁ ୧ ମାସ ପାଇଁ ରାଶନ ଓ ୫ ହଜାର ଟଙ୍କା ପ୍ରଦାନ କରିବାକୁ ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅବଗତ କରାଇ କେନ୍ଦ୍ର ପକ୍ଷରୁ ଅଧବକ ସାହାଯ୍ୟ ଯୋଗାଇଦେବାକୁ ଉଭୟ ପରିବାରକୁ ନେତୃମଣ୍ଡଳୀ ଆଶ୍ୱାସନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

odisha floods: ପାଣି ଘେରରେ କେନ୍ଦ୍ରାପଡ଼ାର ୭ ବ୍ଲକ

କେନ୍ଦ୍ରାପଡ଼ା,୩୧।୭: କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର ଆୟର ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଜିଲାର ୭ଟି ବ୍ଲକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଜିଲାପାଳ ଗଣମାଧ୍ୟମ…

ଆସନ୍ତାକାଲି ଖୋଲିବ ଭିତରକନିକା, ଭ୍ରମଣର ମଜା ନେଇପାରିବେ ପର୍ଯ୍ୟଟକ

କେନ୍ଦ୍ରାପଡ଼ା,୩୧ା୭: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ୍‌ ଶନିବାର ଖୋଲିବ କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ପ୍ରକୃତିପ୍ରେମୀ ତଥା ପର୍ଯ୍ୟଟକମାନେ ପୁଣି ଥରେ…

‘ଭଞ୍ଜ ସାହିତ୍ୟର ସୃଜନଶୀଳତାକୁ ନେଇ ଚିନ୍ତନର ଆବଶ୍ୟକତା ରହିଛି’

ଭଞ୍ଜନଗର,୩୧ା୭(ବାବୁଲା ପ୍ରଧାନ): ଓଡ଼ିଆ ସାହିତ୍ୟ ଜଗତର ଅମର ସ୍ରଷ୍ଟା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟ ଓ ସୃଜନଶୀଳତାକୁ ନେଇ ଗଭୀର ଆଲୋଚନା ଓ ଚିନ୍ତନର ଆବଶ୍ୟକତା ରହିଛି।…

Odisha Floods: ଆଉ ୧୨ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୩୧।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ସାଙ୍ଗକୁ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ଫଳରେ ଶୁକ୍ରବାର ଜଳଭଣ୍ଡାରରୁ ପୁଣିଥରେ ଦୁଇଟି ପର୍ଯ୍ୟାୟରେ…

ବନ୍ୟା ବିପନ୍ନଙ୍କ ପାଇଁ ବଡ଼ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ, ମିଳିବ…

ଭୂବନେଶ୍ୱର,୩୧।୭: ବନ୍ୟାସ୍ଥିତିର ସମୀକ୍ଷା ପରେ ରାଜସ୍ବ ମନ୍ତ୍ରୀ ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀରେ ବନ୍ୟା ଜଳ ବଢୁଥିବା ଗଣମାଧ୍ୟମ ଆଗରେ ମନ୍ତ୍ରୀ ପ୍ରକାଶ କରିଛନ୍ତି। କେବଳ…

ବସ୍‌ ଷ୍ଟପ ଅଛି, ବସ୍‌ ଆସୁନାହିଁ: ମୁଖ୍ୟମନ୍ତ୍ରୀ ବସ୍‌ ସେବାରୁ ବଞ୍ଚିତ ଅଞ୍ଚଳବାସୀ

ଅମରପାଲି,୩୧ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତର ସୀମାବର୍ତ୍ତୀ ଉପାନ୍ତ ଗ୍ରାମ ସାହାଜଲଥାରେ ସରକାରୀ ଖର୍ଚ୍ଚରେ ଯାତ୍ରୀ ପ୍ରତୀକ୍ଷାଳୟ (ବସ୍‌ ଷ୍ଟପ୍‌) ନିର୍ମାଣ ହୋଇଥିଲେ…

ଭୀମଭୋଇ ସାମର୍ଥ୍ୟ ଶିବିର: ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ

କର୍ଲାମୁଣ୍ଡା,୩୧।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ବ୍ଳକସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ବ୍ଲକ ଅଧ୍ୟକ୍ଷ…

ରୋଟାରୀ କ୍ଲବର ଅଧିଷ୍ଠାନ, ଚାର୍ଟର ଦିବସ ପାଳିତ: ନୂଆ ସଭାପତି, ସମ୍ପାଦକ ଭାବେ ଦାୟିତ୍ୱ ନେଲେ…

ଛତ୍ରପୁର, ୩୧।୭(ଦିଲ୍ଲୀପ ସାମଲ /ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ ଗୁରୁବାର କ୍ଲବ ପରିସରରେ ଆୟୋଜିତ ହୋଇଯାଇଛି। ସଭାପତି ପଦ୍ମ ଚରଣ ସାହୁଙ୍କ ସଭାପତିତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri