ମୂଲ୍ୟବୋଧଭିତ୍ତିକ ଶିକ୍ଷା ଓ କର୍ତ୍ତବ୍ୟ ସଚେତନତା

ରମେଶ ପୋଖରିଆଲ ‘ନିଶଙ୍କ’
ଭାରତ କେବଳ ବିଶ୍ୱର ସର୍ବବୃହତ୍‌ ଲୋକତନ୍ତ୍ର ନୁହେଁ, ଏହା ମଧ୍ୟ ସର୍ବବୃହତ୍‌ ଶିକ୍ଷାତନ୍ତ୍ରର ଅଧିକାରୀ। ଏହି ଗୌରବର ଅଧିକାରୀ ହେବା ସହ ଆମ ଉପରେ ଏକ ବିରାଟ ଦାୟିତ୍ୱ ମଧ୍ୟ ରହିଛି। ଆମେ ସଭିଏଁ ଏ ସମ୍ପର୍କରେ ସଚେତନ ଯେ କେବଳ ଗୁଣାମତ୍କ ଶିକ୍ଷା ହାସଲ ଦ୍ୱାରା ହିଁ ଆମେ ଏକ ନୂତନ ଭାରତ ନିର୍ମାଣର ଭିତ୍ତିଭୂମି ସ୍ଥାପନ କରିପାରିବା। ଏ କଥା ମଧ୍ୟ ଆମେ ଜାଣୁ ଯେ, ଦେଶର ପ୍ରାୟ ୩୩ କୋଟି ବିଦ୍ୟାର୍ଥୀଙ୍କ ଭବିଷ୍ୟତ ନିର୍ମାଣର ଦାୟିତ୍ୱ ଆମ ଉପରେ ନ୍ୟସ୍ତ। ସେମାନଙ୍କର ସ୍ବର୍ଣ୍ଣିମ ଭବିଷ୍ୟତ ସେତିକିବେଳେ ସାକାର ହୋଇପାରିବ ଯେତେବେଳେ ସେମାନଙ୍କ ପରିଚୟ ଏହି ଶାଶ୍ୱତ ମୂଲ୍ୟବୋଧ ବଳରେ ହୋଇପାରିବ। ଏହା ମାନବିକତାର ଆଧାର ସ୍ତମ୍ଭ ଭାବେ ବିଦ୍ୟମାନ। ଯଦି କୌଣସି ବ୍ୟକ୍ତି ମର୍ଯ୍ୟାଦାପୂର୍ଣ୍ଣ ଜୀବନ ବଞ୍ଚିବାକୁ ଇଚ୍ଛୁକ ତେବେ ତାହାର ପ୍ରଥମ କର୍ତ୍ତବ୍ୟ ହେଉଛି ତାଙ୍କର କୌଣସି କାର୍ଯ୍ୟ ଏପରି ହେବା ଅନୁଚିତ ଯାହା ଅନ୍ୟର ଗରିମାମୟ ଜୀବନକୁ ବ୍ୟାହତ କରୁଥିବ। ଯଦି ଜଣେ ବ୍ୟକ୍ତି ନିଜ ଅଭିବ୍ୟକ୍ତିର ସ୍ବାଧୀନତା ପ୍ରକଟ କରିବାକୁ ଚାହେଁ, ତେବେ ତାଙ୍କୁ ଅନ୍ୟର ବକ୍ତବ୍ୟକୁ ଧୈର୍ଯ୍ୟ, ସହିଷ୍ଣୁତା ଓ ସହନଶୀଳତାର ସହ ଶୁଣିବା ଆବଶ୍ୟକ। ବିଶ୍ୱର ଅଧିକାଂଶ ଗଣତାନ୍ତ୍ରିକ ରାଷ୍ଟ୍ର ମୌଳିକ ଅଧିକାରର କଥା କହୁଛନ୍ତି। ପରନ୍ତୁ ମୌଳିକ କର୍ତ୍ତବ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ନୀରବ। ଆମ ସମ୍ବିଧାନରେ ଥିବା ନାଗରିକର କର୍ତ୍ତବ୍ୟ ସମ୍ପର୍କିତ ଧାରା ସୋଭିଏତ ସଂଘ ଦ୍ୱାରା ପ୍ରଭାବିତ ହୋଇ ଆହରଣ କରାଯାଇଛି। ଯେଉଁଦିନ ଆମେ ଆମ ଦେଶର ବିଦ୍ୟାର୍ଥୀମାନଙ୍କୁ ସେମାନଙ୍କ କର୍ତ୍ତବ୍ୟର ମହତ୍ତ୍ୱ ସମ୍ପର୍କରେ ସଚେତନ କରାଇପାରିବା, ଆମର ଅନେକ ସମସ୍ୟା ଆପଣାଛାଏଁ ସମାଧାନ ହୋଇଯିବ। ଯେତେବେଳେ ଆମେ ଭାରତକୈନ୍ଦ୍ରିକ, ସଂସ୍କାରଯୁକ୍ତ ଶିକ୍ଷା କଥା କହୁଛୁ, ସେତେବେଳେ ମୋତେ ଲାଗେ ଯେ ଆମର ସାମ୍ବିଧାନିକ କର୍ତ୍ତବ୍ୟ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସେଥିରେ ସାମିଲ ହୋଇଥାଏ। ଦୀର୍ଘ ୩୩ ବର୍ଷ ପରେ ଦେଶରେ ନୂତନ ଶିକ୍ଷାନୀତି ଆସିବାକୁ ଯାଉଛି। ନବାଚାରଯୁକ୍ତ, ମୂଲ୍ୟବୋଧଭିତ୍ତିକ, ସଂସ୍କାରଯୁକ୍ତ, ଗବେଷଣାମୂଳକ ଅନୁସନ୍ଧାନକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ନେଇ ନୂତନ ଶିକ୍ଷାନୀତି ପ୍ରସ୍ତୁତ ହୋଇଛି। ତାହା ଦେଶର ସାମାଜିକ ଓ ଆର୍ଥିକ ଜୀବନରେ ଏକ ନୂତନ ସୂତ୍ରପାତ ଘଟାଇବା ଆଶା କରାଯାଉଛି। ନୂତନ ଶିକ୍ଷାନୀତି ଦେଶକୁ ବୈଶ୍ୱିକ ଚିନ୍ତାଧାରା କ୍ଷେତ୍ରରେ ଏକ ମହାଶକ୍ତି ଭାବେ ସ୍ଥାପିତ କରିବା ପାଇଁ ସମର୍ପିତ।
ଆମେ ପିଲାମାନଙ୍କୁ ଏ କଥା ବୁଝାଇବା ଉଚିତ ଯେ ବିବିଧତାରେ ପରିପୂର୍ଣ୍ଣ ଭାରତ ଏକ ରାଷ୍ଟ୍ର ନୁହେଁ ବରଂ ଏହା ଏକ ଉପମହାଦ୍ୱୀପ, ଯାହାର ବିଭିନ୍ନ ଭାବରେ ପୃଥକ୍‌ ପୃଥକ୍‌ ରୀତିନୀତି ଓ ଭିନ୍ନ ଭିନ୍ନ ପରମ୍ପରା ରହିଆସିଛି। ଏହି ବିବିଧତାର ଯେତିକି ଦର୍ଶନ ଭାରତରେ ହୁଏ, ସମ୍ଭବତଃ ସମଗ୍ର ବିଶ୍ୱରେ କୌଣସିଠାରେ ତାହା ପରିଲକ୍ଷିତ ହୁଏନାହିଁ। ଭାରତୀୟ ସଂସ୍କୃତି ମାନବ ସଭ୍ୟତାକୁ ସର୍ବଦା ଆଧ୍ୟାମତ୍ିକ ନିଧି ପ୍ରଦାନରେ ଯୋଗଦାନ ଦେଇଆସିଛି। ଏହି ସଂସ୍କୃତି ଆଧ୍ୟାତ୍ମିକତାର ଏକ ନିରନ୍ତର ପ୍ରବାହ ଧାରା। ଏଠାରେ ପ୍ରତି ୧୦୦କିଲୋମିଟର ପରେ ଆମର କଥା ବଦଳିଯାଏ, ପ୍ରାୟ ପ୍ରତି ୨୦୦ କିଲୋମିଟର ଅନ୍ତରରେ ଆମର ଖାଦ୍ୟପେୟ, ରୁଚି, ପରିଧାନ ବଦଳିଯାଏ ଏବଂ ପ୍ରତି ୧୦୦୦ କିଲୋମିଟର ଦୂର ଗଲେ ସମ୍ପୂର୍ଣ୍ଣ ଜୀବନଶୈଳୀର ରଙ୍ଗ ପରିବର୍ତ୍ତିତ ହୋଇଯାଏ। ଏସବୁ ସତ୍ତ୍ୱେ ଶହ ଶହ ବର୍ଷ ଧରି ଆମେ ଏକତା ସୂତ୍ରରେ ଗୁନ୍ଥା ହୋଇ ରହିଆସିଛୁ। ଆମ ସଂସ୍କୃତି ଆମକୁ ଏକତା, ସମରସତା, ସହଯୋଗ, ଭ୍ରାତୃତ୍ୱ, ସତ୍ୟ, ଅହିଂସା, ତ୍ୟାଗ, ବିନମ୍ରତା, ସମାନତା ଆଦି ମୂଲ୍ୟବୋଧଭିତ୍ତିକ ଜୀବନ ବଞ୍ଚିବା ସକାଶେ ପ୍ରେରିତ କରିଥାଏ। ବସୁଧୈବ କୁଟୁମ୍ବକମ୍‌ ଭଳି ଭାବନା ସହ ଆମକୁ ସର୍ବଦା ଆଗକୁ ବଢ଼ିବା ସକାଶେ ପ୍ରୋତ୍ସାହିତ କରିଥାଏ। ନିଜର ଚିନ୍ତନ ଦ୍ୱାରା ହିଁ ଆମେ ଦିନେ ବିଶ୍ୱଗୁରୁ ବନି ପାରିଥିଲୁ ଏବଂ ଆମର ଉଦାର ଚିନ୍ତାଧାରା ମାଧ୍ୟମରେ ହିଁ ଆମେ ସମସ୍ତଙ୍କ ଉପରେ ବିଜୟ ହାସଲ କରିପାରିବା। ଦ୍ରୁତ ବେଗରେ ବଦଳୁଥିବା ଆଜିର ଡିଜିଟାଲ ଯୁଗରେ ଆମେ ଶିକ୍ଷା ମାଧ୍ୟମରେ ନିଜର ମୂଲ୍ୟବୋଧକୁ ସୁରକ୍ଷିତ ରଖିପାରିବା। ଅବଶ୍ୟ ତାହା ଆମ ପାଇଁ ଏକ ଆହ୍ବାନ। ନୂତନ ଶିକ୍ଷାନୀତି ଦ୍ୱାରା ଆମେ ବିଦ୍ୟାର୍ଥୀମାନଙ୍କୁ ମୂଳ ଆଧାର ସହ ଯୋଡ଼ିବା ଲାଗି ପ୍ରୟାସ କରିଛୁ।
ମୋର ବିଶ୍ୱାସ ଯେ, ନିଜର କର୍ତ୍ତବ୍ୟ ପ୍ରତି ସଚେତନ ରହିବା ଲାଗି ପିଲାଦିନେ ବିଦ୍ୟାଳୟରେ ହିଁ ଶିକ୍ଷା ଦିଆଯାଇଥାଏ। ମୋର ମନେଅଛି, ହିମାଚଳ ପ୍ରଦେଶ ସ୍ଥିତ ମୋ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ସମୟରେ ଆମକୁ ଉତ୍ତମ ନାଗରିକ ହେବାକୁ ଶିକ୍ଷା ଦିଆଯାଉଥିଲା। ପ୍ରାର୍ଥନା ବୋଲିଲା ବେଳେ ଆମକୁ କୁହାଯାଉଥିଲା ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କର। ଜାତୀୟ ସଙ୍ଗୀତ ଗାନର ଗରିମାକୁ ହୃଦୟରେ ଧାରଣ କର। ନିଜର ଆଖପାଖର ସବୁ ସଂସ୍ଥାନକୁ ସ୍ବଚ୍ଛ ବନାଅ। କେମିତି ସମସ୍ତଙ୍କ ସହ ମିଳିମିଶି ସହାବସ୍ଥାନ କରିବ ତାହା ଶିଖ। ଆମ ଶିକ୍ଷକମାନେ ସବୁ ଛାତ୍ରଙ୍କ ଭିତରେ କିଭଳି ଜିଜ୍ଞାସାର ଭାବ ଓ ବୈଜ୍ଞାନିକ ଚିନ୍ତାଧାରାର ବିକାଶ ଘଟିବ ତାହା ଶିଖାଉଥିଲେ। ଏ କଥା ସତ ଯେ, ସେତେବେଳେ ସମ୍ବିଧାନରେ ବର୍ଣ୍ଣିତ କର୍ତ୍ତବ୍ୟ ନ ଥିଲା। କିନ୍ତୁ ଏକଥା ନିଶ୍ଚିତ ଭାବେ ବୁଝାଯାଇଥିଲା ଯେ ଜଣେ ଉତ୍ତମ ବ୍ୟକ୍ତି କିମ୍ବା ନାଗରିକ ହେବା ଏକାନ୍ତ ଆବଶ୍ୟକ। ମୋର ବିଶ୍ୱାସ ଯେ ଆଜିକାଲି ସମାଜରେ ଯେତେସବୁ ବିକୃତି ପରିଲକ୍ଷିତ ହେଉଛି, ମୂଲ୍ୟବୋଧଭିତ୍ତିକ ଶିକ୍ଷାର ଅଭାବ ଯୋଗୁ ହିଁ ତାହା ଘଟୁଛି। ଆଗାମୀ ଦିନରେ ଏହା ଏକ ମସ୍ତବଡ଼ ଆହ୍ବାନ ହୋଇ ଦେଖାଦେବ ଯେତେବେଳେ ଆମେ ଦ୍ରୁତ ପରିବର୍ତ୍ତନଶୀଳ ବୈଶ୍ୱିକ ପରିବେଶରେ ସାଧାରଣ ନାଗରିକଟିଏ ନୁହେଁ, ଡିଜିଟାଲ ନାଗରିକ ଭାବେ ପରିଚିତ ହେବା।
ଆମ ଜନସଂଖ୍ୟାର ସିଂହଭାଗ ହେଉଛନ୍ତି ଯୁବଗୋଷ୍ଠୀ। ତେଣୁ ଭାରତକୁ ଏକ ଯୁବରାଷ୍ଟ୍ର ବୋଲି ବିବେଚନା କରାଯାଉଛି। ଏହା ଆମକୁ ବୈଶ୍ୱିକ ପ୍ରତିସ୍ପର୍ଦ୍ଧାର ଯୁଗରେ ଆଗକୁ ଅଗ୍ରସର ହେବାରେ ଶକ୍ତି ଯୋଗାଉଛି। ଅପରପକ୍ଷେ ଏହି ସାମର୍ଥ୍ୟ ଆମ ସମ୍ମୁଖରେ ଅନ୍ୟ ଏକ ଆହ୍ବାନ ମଧ୍ୟ ସୃଷ୍ଟି କରୁଛି ଯେ, ଆମେ ଆମର ଯୁବଶକ୍ତିକୁ କିଭଳି ଭାବେ ସକାରାମତ୍କ ଏବଂ ସୃଜନାତ୍ମକ ମାର୍ଗରେ ପ୍ରେରିତ କରିପାରିବା। ଆଜି ଆମେ ଆମର ବିଦ୍ୟାର୍ଥୀମାନଙ୍କୁ କେବଳ ସାମ୍ବିଧାନିକ କର୍ତ୍ତବ୍ୟ ସମ୍ପର୍କରେ ସତର୍କ କରୁନାହେଁ, ବରଂ ଆମେ ଏଭଳି ଏକ ବାତାବରଣ ନିର୍ମାଣ କରୁଛେ, ଯେଉଁଠାରେ ପ୍ରତ୍ୟେକ ନାଗରିକ ତାଙ୍କର କର୍ତ୍ତବ୍ୟ ପାଳନ କରିବ। ୨୦୫୫ ମସିହା ସୁଦ୍ଧା ଭାରତରେ କର୍ମତପତ୍ର ଲୋକଙ୍କ ସଂଖ୍ୟା ସର୍ବାଧିକ ରହିଥିବ। ଏଭଳି ସ୍ଥିତିରେ ଏହା ଜରୁରୀ ଯେ ଆମେ ଆମର ଯୁବପିଢ଼ିଙ୍କୁ ଗୁଣବତ୍ତାଯୁକ୍ତ, ନବାଚାର ଯୁକ୍ତ, କୌଶଳଯୁକ୍ତ ଶିକ୍ଷା ପ୍ରଦାନ ସହିତ ମୂଲ୍ୟବୋଧଭତ୍ତିକ ଶିକ୍ଷା ଦେଇ କର୍ତ୍ତବ୍ୟର ମହତ୍ତ୍ୱ ସମ୍ପର୍କରେ ବୁଝାଇବା। ଏହାଦ୍ୱାରା ବୈଶ୍ୱିକ ପ୍ରତିସ୍ପର୍ଦ୍ଧା ପାଇଁ କୁଶଳୀ ମାନବ ସମ୍ବଳ ପ୍ରସ୍ତୁତ କରାଯାଇପାରିବ। ଆମର ଯୁବବର୍ଗଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ମୂଲ୍ୟବୋଧ ଉପରେ ଆଧାରିତ ଶିକ୍ଷା ମାଧ୍ୟମରେ ଉତ୍କର୍ଷ ହାସଲ କରିବାର ସୁଯୋଗ ପ୍ରଦାନ କରାଯିବା ବାଞ୍ଛନୀୟ। ଏଭଳି ଉତ୍କର୍ଷ ଦେଶର ସାମାଜିକ ଓ ଆର୍ଥିକ ଜୀବନରେ ପ୍ରଗତିର ନୂଆ ଯୁଗର ସୂତ୍ରପାତ କରିବ। ଅବଶ୍ୟ ଯେକୌଣସି ରାଷ୍ଟ୍ରର ଯୁବଶକ୍ତିଙ୍କୁ ସକରାତ୍ମକ, ସୃଜନାତ୍ମକ ମାର୍ଗରେ ପ୍ରେରିତ କରିବା ଏକ କଷ୍ଟସାଧ୍ୟ ବ୍ୟାପାର। ଏଭଳି ସ୍ଥିତିରେ ଯେଉଁଠି ଆମର ବିଦ୍ୟାର୍ଥୀମାନଙ୍କ ସ୍ଥାନ ମହତ୍ତ୍ୱପୂର୍ଣ୍ଣ, ସେଠାରେ ଅଧ୍ୟାପକମାନଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାର ଅଛି। ନୂତନ ଶିକ୍ଷାନୀତିରେ ମୂଲ୍ୟବୋଧଭିତ୍ତିକ ଶିକ୍ଷା ମାଧ୍ୟମରେ ପ୍ରଶିକ୍ଷଣ ସଂସ୍ଥାନମାନଙ୍କରେ କର୍ତ୍ତବ୍ୟବୋଧର ଗୁରୁତ୍ୱ ପାଇଁ ଏକ ବିଶିଷ୍ଟ ବାତାବରଣ ବିକଶିତ କରାଯିବାର ପ୍ରୟାସ କରାଯାଉଛି। ଆମେ ଆମର ବିଦ୍ୟାର୍ଥୀମାନଙ୍କ ମନରେ ମାନବୀୟ ମୂଲ୍ୟବୋଧର ବିକାଶ ଘଟାଇବାକୁ ଅବଶ୍ୟ ସକ୍ଷମ ହେବୁ।
ଭାରତୀୟ ସମାଜର ମୂଳଦୁଆକୁ ସୁଦୃଢ଼ କରିବା ସକାଶେ ଆମେ ସମସ୍ତେ ପରସ୍ପର ମଧ୍ୟରେ ଶାନ୍ତିପୂର୍ବକ ସହଯୋଗର ଭାବନା ସୃଷ୍ଟି କରିବା ନିହାତି ଆବଶ୍ୟକ। ପରସ୍ପର ସହଯୋଗର ଭାବନା ସମାଜରେ ଶାନ୍ତି ସ୍ଥାପନ କରିବାରେ ସହାୟକ ହୋଇଥାଏ ଏବଂ ତାହାହଁି ଶାନ୍ତି ଓ ପ୍ରଗତିର ମାର୍ଗକୁ ପ୍ରଶସ୍ତ କରିଥାଏ। ଆମେ ଯେଉଁ ଜାତି, ଧର୍ମ, କ୍ଷେତ୍ର, ଭାଷା, ରୀତିନୀତିର ହୋଇଥାଉ ପଛେ, ଆମକୁ ପରିସ୍ଥିତିରୁ ଉପତ୍ନ୍ନ କଠିନ ସମସ୍ୟା ସମାଧାନ କରିବା ସକାଶେ ପରସ୍ପରର ସହାୟତା କରିବା ଜରୁରୀ। ପାରସ୍ପରିକ ବୁଝାମଣା ଏବଂ ସହଯୋଗ ଦ୍ୱାରା ହିଁ ଦେଶର ପ୍ରଗତିକୁ ସୁନିଶ୍ଚିତ କରିହେବ। ଅନେକ ରାଷ୍ଟ୍ର ସେମାନଙ୍କର ଶୈକ୍ଷିକ କାର୍ଯ୍ୟକ୍ରମରେ ନାଗରିକତାକୁ ପାଠ୍ୟକ୍ରମର ଅଂଶବିଶେଷ କରିସାରିଛନ୍ତି। ପିଲାମାନଙ୍କୁ ସେମାନଙ୍କର ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ସଚେତନ କରାଇ ଆମେ କେବଳ ସେମାନଙ୍କୁ ସାହାଯ୍ୟ କରୁନାହଁୁ, ବରଂ ରାଷ୍ଟ୍ର ନିର୍ମାଣର ଭିତ୍ତିଭୂମିକୁ ମଜଭୁତ କରୁଛୁ।
(ଲେଖକ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ)


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri