ସମ୍ପାଦକୀୟ/ ଝାଳ ବୁହାଇବା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୪ ନଭେମ୍ବର ୨୦୧୯ରେ ତାଙ୍କ ରେଡିଓ ବାର୍ତ୍ତା ‘ମନ କୀ ବାତ୍‌’ରେ ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱ ଦେଇଥିବାରୁ ତାଙ୍କୁ ଦେଶବାସୀଙ୍କ ତରଫରୁ ଶୁଭେଚ୍ଛା ଜଣାଇବା ଦରକାର। ଭାରତବର୍ଷର ଅଧିକାଂଶ ସ୍କୁଲ ଓ କଲେଜରେ ଛାତ୍ରୀଛାତ୍ରଙ୍କୁ ଶାରୀରିକ ବ୍ୟାୟାମ ଶିଖାଇବାର କୌଣସି ବ୍ୟବସ୍ଥା କରାଯାଉନାହିଁ। ପୂର୍ବରୁ ବିଭିନ୍ନ ସ୍କୁଲରେ ଶାରୀରିକ ଶିକ୍ଷା ଶିକ୍ଷକ ବା ପିଇଟି ପଦବୀ ଥିଲା ଓ ସେମାନେ ଅଳ୍ପେ ବହୁତେ କାର୍ଯ୍ୟ କରୁଥିଲେ । ପରବର୍ତ୍ତୀ ସମୟରେ ସମ୍ଭବତଃ ସେହି ପଦବୀ ରହିଯାଇଛି, କିନ୍ତୁ ପ୍ରଶିକ୍ଷକମାନେ କୌଣସି ସକ୍ରିୟ ଆଗ୍ରହ ଦେଖାଉଥିବାର ପରିଲକ୍ଷିତ ହେଉନାହିଁ। ପଦବୀ ଅଛି, ଚାକିରି କରୁଛନ୍ତି ଓ ଦରମା ମଧ୍ୟ ପାଉଛନ୍ତି। ତେବେ ଛାତ୍ରୀଛାତ୍ରଙ୍କ ଜୀବନରେ ସମ୍ପୃକ୍ତ ଶିକ୍ଷକଙ୍କର କୌଣସି ପ୍ରଭାବ ରହୁନାହିଁ। ଏହି ପରିପ୍ରେକ୍ଷୀରେ ଦେଶର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ପ୍ରଧାନମନ୍ତ୍ରୀ ମୋଦି ଏକ ସ୍ପଷ୍ଟ ସନ୍ଦେଶ ଦେବା ସମୟୋପଯୋଗୀ।
ଏବେକାର ପରିସ୍ଥିତି ଦେଖିଲେ ପିଲାବେଳୁ ଅଧିକାଂଶ ମୋବାଇଲ ଫୋନ, କମ୍ପ୍ୟୁଟର ମାଧ୍ୟମରେ କ୍ରୀଡ଼ାମଗ୍ନ ରହୁଛନ୍ତି। କିନ୍ତୁ ସେଭଳି ଖେଳରେ ଝାଳ ବୁହେନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ, ଭାରତର ଅନେକ ମାତାପିତାଙ୍କର ଆଗ୍ରହ ରହୁଛି ଯେ, ସେମାନଙ୍କ ପିଲା ଉଚ୍ଚ ଚାକିରି କରି କାହା ପାଖରେ ଚାକର ହେବ। ସେଥିପାଇଁ ଆରମ୍ଭରୁ ପାଠପଢ଼ା ଉପରେ ଅଧିକ ଚାପ ଦେଇ ଭଲ ମାର୍କ୍ସ ଆଣିବା ହୋଇଛି ପିଲାଙ୍କ ପାଇଁ ଜୀବନର ମୂଳଲକ୍ଷ୍ୟ। ଏହି ଦୌଡ଼ରେ ନକାରାତ୍ମକ ଫଳ ହେଲେ ଆତ୍ମହତ୍ୟା ହୋଇପଡୁଛି ଅନ୍ତିମ ପନ୍ଥା। ସତେଯେମିତି ଭଲ ମାର୍କ୍ସ ନ ରହିଲେ ଜୀବନ ବ୍ୟର୍ଥ ହୋଇଯିବ। ଏହିଭଳି ମନୋଭାବ ସୃଷ୍ଟି କରିବା ପାଇଁ ଅଭିଭାବକମାନେ ଦାୟୀ। ସେମାନଙ୍କ ଏଭଳି ବିକୃତ ମାନସିକତାକୁ ଖୋରାକ ଯୋଗାଉଛି ଶିକ୍ଷା ବ୍ୟବସ୍ଥା ଓ କାମ ଛାଡ଼ି ପ୍ରତିବାଦ କରୁଥିବା ଶିକ୍ଷକ। ପାଠ୍ୟକ୍ରମରେ ଯଦି ବ୍ୟବସ୍ଥା କରାଯାଇପାରନ୍ତା ପିଲାଙ୍କ ଖେଳ ଓ ବ୍ୟାୟାମରେ ଦକ୍ଷତା ମପାଯାଇ ମାର୍କ୍ସ ମିଳିବ, ତେବେ ମାତାପିତା ମଧ୍ୟ କ୍ରୀଡ଼ା ପାଇଁ ପିଲାଙ୍କୁ ପ୍ରୋତ୍ସାହିତ କରନ୍ତେ। ଏହି ଦିଗକୁ ଧ୍ୟାନ ଦିଆଯାଉ ନ ଥିବା ହେତୁ ଭାରତର ସାମାଜିକ ଅଭିବୃଦ୍ଧିରେ ନକାରାତ୍ମକ ପ୍ରଭାବ ପଡୁଥିବା ବିଷୟରେ ଅଧିକାଂଶ ସଚେତନ ନ ଥିବେ। ଯେଉଁ ଦେଶର ନାଗରିକ ସୁସ୍ଥ ସବଳ ହୋଇଥିବ, ସେହି ଦେଶରେ ଡାକ୍ତରଙ୍କ ଚାହିଦାଠାରୁ ଆରମ୍ଭ କରି ଚିକିତ୍ସାଳୟ ଅର୍ଥ ବିନିଯୋଗ ହ୍ରାସ ପାଇଥାଏ।
ଏଭଳି ସ୍ଥଳେ ଜାତୀୟ ପରିସଂଖ୍ୟାନ ଅଫିସ୍‌ (ଏନ୍‌ଏସ୍‌ଓ) ପକ୍ଷରୁ ଏବେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଘରୋଇ ହସ୍‌ପିଟାଲରେ ପରିବାର ପିଛା ହାରାହାରି ଚିକିତ୍ସା ଖର୍ଚ୍ଚ ସରକାରୀ ଡାକ୍ତରଖାନାଠାରୁ ୭ ଗୁଣା ଅଧିକ। ସରକାରୀ ଡାକ୍ତରଖାନାରେ ଚିକିତ୍ସା ସକାଶେ ହାରାହାରି ୪,୪୫୨ ଟଙ୍କା ରହିଥିବା ବେଳେ ଏହା ଘରୋଇ ହସ୍‌ପିଟାଲ କ୍ଷେତ୍ରରେ ୩୧,୮୪୫ ଟଙ୍କା ରହିଛି। ଏହି ରିପୋର୍ଟରେ ପ୍ରସବଜନିତ ଖର୍ଚ୍ଚକୁ ସାମିଲ କରାଯାଇ ନାହିଁ। ଜୁଲାଇ ୨୦୧୭ରୁ ଜୁନ୍‌ ୨୦୧୮ ମଧ୍ୟରେ ହୋଇଥିବା ସର୍ଭେ ଆଧାରରେ ଏନ୍‌ଏସ୍‌ଓ ଏଭଳି ତଥ୍ୟ ପ୍ରକାଶ କରିଛି।
ଉପରୋକ୍ତ କ୍ଷୁଦ୍ର ତଥ୍ୟରୁ ସ୍ପଷ୍ଟ ଜଣାପଡୁଛି ଯେ, ଭାରତୀୟମାନେ ଘରୋଇ ହସ୍ପିଟାଲକୁ ସ୍ବଇଚ୍ଛା ବା ଡାକ୍ତରଙ୍କ ଚାପରେ ହେଉ ଯିବାକୁ ବାଧ୍ୟ ହେଉଥିବାରୁ ଚିକିତ୍ସାଜନିତ ଖର୍ଚ୍ଚ ଅତ୍ୟଧିକ ମାତ୍ରାରେ ବଢ଼ିଚାଲିଛି। ଗୋଟିଏ ପଟେ ସରକାରୀ ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ିି ପଡୁଥିବା ବେଳେ ଅନ୍ୟପଟେ ଘରୋଇ ଚିକିତ୍ସା ବ୍ୟୟବହୁଳ ହୋଇପଡୁଛି। ଏହା କେବଳ ସହରବାସୀଙ୍କ ପାଇଁ ନୁହେଁ, ମଫସଲବାସୀ ମଧ୍ୟ ଏହି ବଳୟରୁ ରକ୍ଷା ପାରୁନାହାନ୍ତି।
ଏଭଳି ଏକ ସମୟରେ ‘ଫିଟ୍‌ ଇଣ୍ଡିଆ’ ବା ସୁସ୍ଥ ଭାରତ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ଉଲ୍ଲେଖ କରିଥିବା ହେତୁ ଏହି ବିଷୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏଥିପ୍ରତି ପିଲାଙ୍କ ସମେତ ଜନସାଧାରଣ ଗୁରୁତ୍ୱ ଦେଲେ ଆସନ୍ତାକାଲିର ପିଢ଼ି ପାଇଁ ସୁଦିନ ଅଣାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri