Posted inବରଗଡ଼

ମୂର୍ତ୍ତି ଲାଗି ମାଏଟ୍‌ ଅଭାବ, ଚିନ୍‌ତାରେ କାରିଗର

ଜାମଟିକ୍ରା, ୧୦।୮ (ଡି.ଏନ୍‌.ଏ.): ଏହେଦ୍‌କା ଶରାବନ୍‌ ମାସର ତୁରତୀଅ ହପ୍‌ତା ଚାଲିଛେ। ଇତାର ପରେ ଭୁଦୋ ମାସ ଆରମ୍‌ରୁ ପରବ୍‌ ପରବାନୀ ଆରମ୍‌ ହେଇଯିବା। ଭୁଦୋରେ ଗଣେଶ ପୂଜାନୁ ଆରମ୍‌ କରି ବିଶ୍ୱକର୍ମା, ଖୁଦୁରୁକୁନୀ, ଦଶହରା, କାଳୀପୂଜା ଆର ଗୋବର୍ଦ୍ଧନ ପୂଜା ହେବା। କାରିଗରମାନେ ଅତାବିରା, ଚକୁଳିଫାର୍ମ, ଗୋଡ଼ଭଗା, କାଦୋବାହାଲ, ରେଙ୍ଗାଲି କ୍ୟାମ୍ପ, ପାହାଡ଼ଶ୍ରୀଗିଡ଼ା, ଲରମ୍ଭା ଆଦି ଜାଗାରେ ଜୋରସୋରରେ ମୂର୍ତ୍ତି ତିଆରି କାମ୍‌ ଚଲେଇଛେନ୍‌। ଇତାକେ ବୁରତି ହିସାବେ ଧରିଥିବାର କାରିଗରମାନେ ମୂର୍ତ୍ତି ତିଆର କରୁଥିଲେ ବି ଇଥିରଲାଗି ଦରକାର ପଡ଼ୁଥିବାର ସାଜୋସାମାନର ଦରଦାମ୍‌ ବଢ଼ିଗଲାନ। ଯେନ୍‌ଥିରଲାଗି ପରିଶ୍‌ରମ ହିସାବେ ଦାମ୍‌ ନାଇଁ ମିଲବାର ବଲି କାରିଗରମାନେ କହିଛନ୍‌। ସବୁଥିରୁ ବଡ଼ ଅସବିଧା ହେଲା ମୂର୍ତ୍ତି ତିଆରି ଲାଗି ଦରକାର ପଡ଼ୁଥିବାର ମାଏଟ୍‌ ନାଇଁ ମିଲବାର। ଅଂଚଲରେ ଲୋକ୍‌ ସଂଖ୍ୟା ବଢ଼ବାର ସଂଗେ ଖେତ୍‌, ନଏଦ୍‌ ଖଁଡ଼ିମାନ୍‌କେ ଘରଦୁଆର ହେଇଗଲାନ। ଯେନ୍‌ଥିରଲାଗି ଆଘର ଲେଖେଁ ସୁବିଧାରେ ମାଏଟ୍‌ ନାଇଁ ମିଲବାର। ଆଏଜ୍‌କାଲି ଗୁଟେ ଟ୍ରିପ୍‌ ମାଏଟ୍‌ ଆନ୍‌ଲେ ୧୫ଶହରୁ ୨ ହଜାର ଟଁକା ତକ୍‌ ପଡ଼ୁଛେ ବଲି ମୂର୍ତ୍ତି କାରିଗର ନିତ୍ୟାନନ୍ଦ ରଣା କହିଛନ୍‌। ସେନ୍‌ତା ନଡ଼ା ୧୫୦ ଟଁକା ହେଇଥିଲାବେଲେ ବାଉଁଶ ଗୁଟାକ ୧ଶହରୁ ୧୫୦ ଟଁକା ତକ୍‌ ପଡ଼ୁଛେ। ରଂଗ, ତୂଳୀର ଦାମ୍‌ ବି ବଢ଼ିଗଲାନ। ସେଥିରଲାଗି ମୂର୍ତ୍ତିର ଦାମ୍‌ ବି ବଢ଼ୁଛେ। ୪ରୁ ୫ ଫୁଟ ଉଚା ମୂର୍ତ୍ତି ୪ରୁ ୫ ହଜାର ଟଁକାରେ ନାଇଁ ବିକ୍‌ଲେ କ୍ଷତି ହେଉଛେ। ହେଲେ ଇ ଦାମ୍‌ରେ ମୂର୍ତ୍ତି ବିକ୍‌ଲେ ଗରାଖ ବି ଅସନ୍‌ତୋଷ ହେଉଛନ୍‌। ଗଲା ୨୦ ବଛର ହେଲା ଥୁଆପାଲି ଅଂଚଲରେ ମୂର୍ତ୍ତି ତିଆର କରି ଆସୁଥିବାର ରାମ ଛତ୍ରିଆ ଚଲତି ବଛର ୧୦ ଦିନ୍‌ ହେଲା ମୂର୍ତ୍ତି ତିଆରି କାମ୍‌ ମୂଲ କରିଛନ୍‌। ଏହେଦେ ଗଣେଶ, ବିଶ୍ୱକର୍ମା ଆର ଖୁଦୁରୁକୁଣୀ ମୂର୍ତ୍ତି ତିଆର କରୁଥିଲାବେଲେ ଝନେ ଦୁଇଝନ୍‌ କାରିଗର ତାହାକୁ ସହଯୋଗ କରୁଥିବାର ସେ କହିଛନ୍‌। ପରବ୍‌ ପରବାନୀ ସମିଆରେ ମୂର୍ତ୍ତି ତିଆରି ଲାଗି ସରକାର କାରିଗରମାନକୁ ମାହାଲିଆ ଜାଗା ଯୁଗେଇ ଦେଲେ ହୁଏତ କାରିଗରମାନେ ଉପ୍‌କାର ପାଏତେ। ଇ କଳା ଉପରେ କାରିଗରମାନକର ଆରଟିକେ ରୁଚି ବଢ଼ତା ବଲି ଅନେକ କାରିଗର କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷତିପୂରଣ ସହାୟତା ପାଇଁ ଦାବି: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼, ୯ା୪(ପ୍ରେମାନନ୍ଦ ଖମାରୀ):କାଳବୈଶାଖୀ ପ୍ରଭାବରେ ଗତ ସୋମବାର ଅପରାହ୍ନରେ ହୋଇଥିବା ଝଡ଼ବର୍ଷା, କରାମାଡ଼ରେ ବରଗଡ଼ ଜିଲାର ବିଭିନ୍ନ ବ୍ଲକରେ ଚାଷୀଙ୍କ ଫସଲ କ୍ଷତି ହୋଇଛି। ପ୍ରାରମ୍ଭିକ ଭାବେ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ରେଳବାଇର ଅଣଦେଖା: ଉପଭୋକ୍ତା ସଂଘର ଆନ୍ଦୋଳନ ଚେତାବନୀ

ବରଗଡ଼,୬ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଓ ବଲାଙ୍ଗୀର ଜିଲା ରେଳ ଉପଭୋକ୍ତା ସଂଘର ମିଳିତ କାର୍ଯ୍ୟାନୁଷ୍ଠାନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାଋ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ସଭାକକ୍ଷରେ…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼: ବେହାଲ ହେଲା ଅତାବିରା ଅଞ୍ଚଳ, ଚାଷୀକୂଳ ହତାଶ

ଅତାବିରା, ୬।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ସୋମବାର କାଳବୈଶାଖୀ ଝଡବର୍ଷା ସହ ପ୍ରଚୁର କୁଆପଥର ମାଡ଼ ହୋଇଛି l ଫଳରେ ଅତାବିରା ଅଞ୍ଚଳ ବେହାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri