ମୁସରଙ୍ଗି ଜଙ୍ଗଲରେ ବାଘ ଆତଙ୍କ

ନୂଆପଡ଼ା ଅଫିସ,୮ା୮: ସ୍ଥାନୀୟ ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମୁସରଙ୍ଗି ସଂରକ୍ଷିତ ଜଙ୍ଗଲରେ ୨ଟି କଲରାପତରିଆ ବାଘ ବୁଲୁଥିବା ନେଇ ସ୍ଥାନୀୟ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି । ବୁଧବାର ସକାଳେ ସ୍ଥାନୀୟ ଜଙ୍ଗଲରେ ବାଘ ଦୁଇଟି ଘୁରି ବୁଲୁଥିବା କୁକୁଡାଟାଲ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏହାକୁ ଦେଖି କେତେଜଣ ଯୁବକ ମୋବାଇଲରେ ଫଟୋ ଉଠାଇ ଭାଇରାଲ କରିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ଆଖପାଖ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଫରେଷ୍ଟ ରେଞ୍ଜ ତରଫରୁ ବାଘ ଆତଙ୍କ ନେଇ ସତର୍କତା ଅବଲମ୍ବନ କରାଯାଇଛି। ଲୋକଙ୍କୁ ଜଙ୍ଗଲ ଅଞ୍ଚଳକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ା ଗ୍ରାମବାସୀ ସନ୍ଧ୍ୟା ହେଲେ ତାଟି କବାଟ ବନ୍ଦ କରି ରହୁଛନ୍ତି। ସୂଚନାଯୋଗ୍ୟ, ୨ ବର୍ଷ ତଳେ ସ୍ଥାନୀୟ ହଳଦୀ ଗ୍ରାମ୍ୟ ଜଙ୍ଗଲରେ ବାଘ ଏକ ଶିଶୁକୁ ମା’ କୋଳରୁ ଟାଣି ନେଇ ଖାଇଦେଇଥିଲା । ପରେ ବନ ବିଭାଗ ଦୁଇଟି ବାଘକୁ କାବୁ କରିଥିଲା । ବର୍ତ୍ତମାନ ମୁସରଙ୍ଗି ଜଙ୍ଗଲ ଉପରେ ସମସ୍ତଙ୍କ ନଜର ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ବଡ଼ ହଲଚଲ: NAC ଅଧ୍ୟକ୍ଷଙ୍କ ସହ ୧୧ କାଉନସିଲର ଛାଡ଼ିଲେ ବିଜେଡି

ବାଲିଗୁଡ଼ା,୫ା୬: କନ୍ଧମାଳ ଜିଲା ବାଲିଗୁଡ଼ା ରାଜନୀତିରେ ଏକ ବଡ଼ ହଲଚଲ ହୋଇଛି। ଏକାଧିକ ନେତା ବିଜେଡି ଛାଡ଼ିଛନ୍ତି। ବାଲିଗୁଡ଼ା NAC ଅଧ୍ୟକ୍ଷଙ୍କ ସମେତ ୧୧ କାଉନସିଲର ଏକାବେଳକେ…

ମହିଳାଙ୍କୁ ବଳାତ୍କାର: ଧରାପଡ଼ିଲେ ମୌଲାନା

କଟକ,୫।୬(ପ୍ରଭୁ କଲ୍ୟାଣ ପାଲ): ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଜଗତପୁର ଥାନା ପୋଲିସ ଶୁକ୍ରବାର ଜଣେ ମୌଲାନାଙ୍କୁ ଗିରଫ କରିଛି। ସେ ହେଲେ ଏସ୍‌.କେ ନାଜମୁଲ ଆରଫିନ…

ସତନ୍ତ୍ର ସଘନ ସଂଶୋଧନରେ ଯାଇଥିବା ବିଏଲଓଙ୍କୁ ଠେଲାପେଲା କରିବା ଘଟଣା: ଜନସାଧାରଣଙ୍କୁ ଏମିତି ନିବେଦନ କଲା ଜିଲା ପ୍ରଶାସନ

ପାଟଣା,୫।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ସତନ୍ତ୍ର ସଘନ ସଂଶୋଧନ ଗୁରୁବାର ପୂର୍ବାହ୍ନରେ ଚାଲିଥିବାବେଳେ ବିଏଲଓ ସଦାନନ୍ଦ ସେଠୀଙ୍କୁ ଠେଲାପେଲା…

ବିଜେଡିର ବିଶାଳ ମହିଳା ସମାବେଶ: ଏହାଠି ହେଲେ ହଜାର ହଜାର ମହିଳା

ଖୋର୍ଦ୍ଧା,୫।୬: ଖୋର୍ଦ୍ଧାରେ ବିଜେଡିର ବିଶାଳ ମହିଳା ସମାବେଶ। ଜିଲା ବିଜେଡି ସଭାପତି ରାଜେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏହାଠି ହେଲେ ହଜାର ହଜାର ମହିଳା ଓ ରାଜ୍ୟର ବରିଷ୍ଠ…

ପଞ୍ଚାୟତ ନିର୍ବାଚନ ପାଇଁ ୬ ମାସ ଥିବାବେଳେ ଅଣ୍ଟାଭିଡିଲେ ଏନଏସି ଯୁବମୋର୍ଚ୍ଚା: ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ…

ଗଞ୍ଜାମ ,୫।୬(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସିର ଯୁବ ମୋର୍ଚ୍ଚାର ଏକ ସାଙ୍ଘଠନିକ ବୈଠକ ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଏନଏସି ମଣ୍ଡଳ ସଭାପତି…

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଜୁନିଅର୍‌ ଆସିଷ୍ଟାଣ୍ଟ

ଭଦ୍ରକ,୫।୬(ସନାତନ ରାଉତ): ଏକ ଘରୋଇ ସ୍କୁଲକୁ ଏନ୍‌ଓସି ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଭଦ୍ରକ ଜିଲା…

ରାସ୍ତାପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ଦାବି ନେଇ ଦହସିଲଦାରଙ୍କୁ ଦାବିପତ୍ର

ଅମରପାଲି,୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ପଞ୍ଚାୟତର ଦେଉଳମୁଣ୍ଡା ଗ୍ରାମରେ ଗୋଚର ଓ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ଗ୍ରାମବାସୀ…

ନାବାଳିକାଙ୍କୁ ନେଇ ଚମ୍ପଟ ମାରିଲା ପ୍ରେମିକ, ପୁଅର କାରନାମା ପାଇଁ ଭିଟାମାଟି ଛାଡ଼ିଲେ ମାଆ-ବାପା

ଭୋଗରାଇ,୫।୬(ପ୍ରଦୀପ ଦାସ )ନାବାଳିକାଙ୍କୁ ନେଇ ଛୁ ମାରିଲେ ପ୍ରେମିକ । ପ୍ରେମିକା ଓ ପ୍ରେମିକଙ୍କ ପତ୍ତା ମିଳୁନଥିବାବେଳେ ପୋଲିସ ଓ ନାବାଳିକାଙ୍କ ପରିବାର ଭୟରେ ଆତ୍ମଗୋପନ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri