ମୁନିଗୁଡ଼ାକୁ ଏନ୍‌ଏସି ମାନ୍ୟତା, ସବଟ୍ରେଜେରୀ, ବାଇପାସ୍‌ ରାସ୍ତା ନିର୍ମାଣ ଦାବି: ଏମ୍‌ପିଙ୍କୁ ଦାବିପତ୍ର

ମୁନିଗୁଡ଼ା,୧୩ା୮(ଡି.ଏନ୍‌.ଏ.)- ରାୟଗଡ଼ା ଜିଲା ମୁନିଗୁଡ଼ା ବିକାଶ ପରିଷଦ ତରଫରୁ ୩ ଦଫା ସମ୍ବଳିତ ଏକ ଦାବିପତ୍ର କୋରାକୁଟ ଏମ୍‌ପି ସପ୍ତଗିରି ଉଲ୍ଲାକଙ୍କୁ ପ୍ରଦାନ କରାଯାଇଛି ।  ମୁନିଗୁଡ଼ା ବିକାଶ ପରିଷଦ ସମ୍ପାଦକ ସୁଧାକର ମହାରଣାଙ୍କ ନେତୃତ୍ୱରେ ଅନ୍ୟ ସଦସ୍ୟମାନେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାକୁ ଯାଇ ଏମ୍‌ପିଙ୍କ ସହ ଆଲୋଚନା କରି ଏହି ଦାବିପତ୍ର ପ୍ରଦାନ କରିଥିଲେ ।  ମୁନିଗୁଡ଼ାକୁ ଏନ୍‌ଏସି ମାନ୍ୟତା, ସବଟ୍ରେଜେରୀ ଓ ବାଇପାସ୍‌ ରାସ୍ତା ନିର୍ମାଣ ନେଇ ଦାବି କରିଥିଲେ ।  ମୁନିଗୁଡ଼ାକୁ ଏନ୍‌ଏସି ଘୋଷଣା କରାଯିବା କଥା କିନ୍ତୁ କାହିଁକି ଅବହେଳା କରାଯାଉଛି ବୋଲି ଏମ୍‌ପି କ୍ଷୋଭ ପ୍ରକାଶ କରିଥିଲେ ା ଏ ନେଇ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।  ଦାବିପତ୍ର ପ୍ରଦାନ ସମୟରେ ଚନ୍ଦ୍ରଶେଖର ବେହେରା, କେଶବ ସାହୁକାର, ମାନସ ବେହେରା, ଡମ୍ବୁରୁ ଶତପଥୀ, ଅଧ୍ୟକ୍ଷ ବ୍ଲକ ଶ୍ରୀଧର କୋରଣ ଉପସ୍ଥିତ ଥିଲେ ।