ମୁଦ୍ରାନୀତି ବିଶାରଦ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ଭାରତ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି। ଅର୍ଥନୀତିକୁ ସୁଧାରିବା ଦିଗରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବିଶେଷକରି ଉତ୍ତମ ମୁଦ୍ରାନୀତି ପରିଚାଳନା କରିବା ଏହି ଶୀର୍ଷ ବ୍ୟାଙ୍କର ପଦକ୍ଷେପ ଉପରେ ନିର୍ଭର କରେ। ଏବେ ଏହି ବିଭାଗ ଦାୟିତ୍ୱ ଜଣେ ଓଡ଼ିଆ ଅଧିକାରୀ ମାଇକେଲ ଦେବବ୍ରତ ପାତ୍ରଙ୍କ ଉପରେ ନ୍ୟସ୍ତ କରାଯାଇଛି। ବିରଲ ଆଚାର୍ଯ୍ୟ ଆର୍‌ବିଆଇ ଡେପଟୀ ଗଭର୍ନର ପଦବୀରୁ ୬ ମାସ ତଳେ ଇସ୍ତଫା ଦେବା ପରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିବା ପାତ୍ରଙ୍କୁ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ନିକଟରେ ଏହି ନିଯୁକ୍ତି ଦେଇଛିି। ଉଲ୍ଲେଖଯୋଗ୍ୟ ଯେ, ଅନ୍ୟତମ ଓଡ଼ିଆ ଶକ୍ତିକାନ୍ତ ଦାସ ଏହି କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ନର ଭାବେ ଶୀର୍ଷ ପଦବୀ ମଣ୍ଡନ କରିଛନ୍ତିି।
କଟକଠାରେ ଜନ୍ମିତ ମାଇକେଲ ପାତ୍ର ସେତେବେଳେ ରେଭେନ୍‌ଶା ମହାବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ଅର୍ଜନ କରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ବମ୍ବେ ଆଇଆଇଟିରୁ ଅର୍ଥନୀତିରେ ସେ ପିଏଚ୍‌ଡି କରିଥିଲେ। ଏହା ପରେ ଫାଇନାନ୍ସିଆଲ ଷ୍ଟାବିଲିଟି ଉପରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ପୋଷ୍ଟ ଡକ୍ଟରାଲ କରିଥିଲେ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ରୁ ଇନ୍‌ଷ୍ଟିଚ୍ୟୁଟ ଅନ୍‌ ଫାଇନାନ୍ସିିଆଲ ପ୍ରୋଗ୍ରାମିଂ ଆଣ୍ଡ୍‌ ପଲିସି ଏବଂ ବ୍ୟାଙ୍କ ଅଫ୍‌ ଇଂଲଣ୍ଡରୁ ବ୍ୟାଙ୍କିଙ୍ଗ୍‌ ଷ୍ଟଡିଜ୍‌ ଉପରେ ପ୍ରଶିକ୍ଷଣ ନେଇଥିବା ପାତ୍ର ୧୯୮୫ରେ ଆର୍‌ବିଆଇରେ ଯୋଗ ଦେଇଥିଲେ। ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ପ୍ରୟୋଗାତ୍ମକ ଅଭିଜ୍ଞତା ତାଙ୍କୁ ମୁଦ୍ରାନୀତି ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦବୀରେ ପହଞ୍ଚତ୍ବା ଲାଗି ସୁଯୋଗ ଦେଇଥିଲା। ସେ ୨୦୦୮ରୁ ୨୦୧୨ ଯାଏ ଆଇଏମ୍‌ଏଫ୍‌ରେ ଥିବା ଭାରତୀୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପାଣ୍ଠି)ଙ୍କ ବରିଷ୍ଠ ଉପଦେଷ୍ଟା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।
ଭାରତରେ କ୍ରମାଗତ ମୁଦ୍ରାସ୍ଫୀତି ଘଟୁଥିବାରୁ ଅର୍ଥନୀତିଜ୍ଞ ଓ ନୀତି ନିର୍ଦ୍ଧାରକମାନେ ବ୍ୟସ୍ତ ହୋଇପଡ଼ିଲେଣି। ୨୦୧୯ ଡିସେମ୍ବରରେ ଗ୍ରୋଥ୍‌-ଇନ୍‌ଫ୍ଲାସନ ଡାଇନମିକ୍ସ ୭.୩୫%ରେ ପହଞ୍ଚି ବିଗତ ୬ ବର୍ଷର ରେକର୍ଡ ଭାଙ୍ଗିଦେଇଛି। ଏପରିକି ପନିପରିବା ଦର ଅକାଶଛୁଆଁ ହୋଇ ଆର୍‌ବିଆଇ ଯେଉଁ ଟାର୍ଗେଟ ରଖିଥିଲା ତାହାକୁ ଅତିକ୍ରମ କରିଯାଇଛି। ତେଣୁ ଏସବୁକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଲାଗି ନୂଆ ଡେପୁଟୀ ଗଭର୍ନରଙ୍କ ଉପରେ ଗୁରୁଦାୟିତ୍ୱ ପଡ଼ିଛି। ପାତ୍ର ଆର୍‌ବିଆଇର ମୁଦ୍ରାନୀତି ବିଭାଗ ସହ ଫାଇନାନ୍ସିଆଲ୍‌ ମାର୍କେଟସ୍‌ ଅପରେଶନ ବିଭାଗ, ଫାଇନାନ୍ସିଆଲ୍‌ ମାର୍କେଟସ୍‌ ରେଗୁଲେଶନ ବିଭାଗ, ଅନ୍ତର୍ଜାତୀୟ ବିଭାଗ, ଅର୍ଥନୀତି ଓ ନୀତି ଗବେଷଣା ବିଭାଗ, ପରିସଂଖ୍ୟାନ ଓ ସୂଚନା ପରିଚାଳନା ବିଭାଗ, କର୍ପୋରେଟ୍‌ ଷ୍ଟ୍ରାଟେଜି ଓ ବଜେଟ ବିଭାଗ ଏବଂ ଫାଇନାନ୍ସିଆଲ ଷ୍ଟାବିଲିଟି ୟୁନିଟ୍‌ର ତତ୍ତ୍ୱାବଧାରକ ରହିବେ। ଯେହେତୁ ମାଇକେଲ ପାତ୍ର ମୁଦ୍ରାନୀତି ବିଭାଗର ଡେପୁଟୀ ଗଭର୍ନର ଭାବେ ଦାୟିତ୍ୱ ନେଇଛନ୍ତି, ସେହେତୁ ସେ ମନିଟାରୀ ପଲିସି କମିଟିର ଏକ୍ସ-ଅଫିସିଓ ସଦସ୍ୟ ରହିଛନ୍ତି। ସୁଧହାର ନିର୍ଦ୍ଧାରଣ କରିବାରେ ମାଇକେଲ ପାତ୍ରଙ୍କ ଅଗାଧ ଜ୍ଞାନ ଥିବାରୁ ସେ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆଣିବାରେ ସଫଳ ହୋଇପାରନ୍ତି ବୋଲି କୁହାଯାଉଛି। ଶକ୍ତିକାନ୍ତ ଆର୍‌ବିଆଇ ଗଭର୍ନର ହେବା ପରେ ମାଇକେଲ ପାତ୍ର କ୍ରମାଗତ ସୁଧହାର କମାଇବା ଲାଗି ନିଆଯାଉଥିବା ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ତାଙ୍କ ମତରେ ଭାରତୀୟ ଅର୍ଥନୀତିକୁ ଆର୍ଥିକ ସହଯୋଗ ନିତାନ୍ତ ଜରୁରୀ ହୋଇପଡ଼ିଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିଲା। ମୁଦ୍ରାନୀତି ଉପରେ ତତ୍‌କ୍ଷଣାତ୍‌ ନିଷ୍ପତ୍ତି ନେଇ କାର୍ଯ୍ୟ କରୁଥିବାରୁ ମାଇକେଲ ପାତ୍ରଙ୍କୁ ‘ମୁଦ୍ରାନୀତି ବିଶାରଦ’ ବୋଲି ଆଖ୍ୟା ଦିଆଯାଇଛି। ଅର୍ଥନୀତି ଦୁଃସ୍ଥିତି ଦେଇ ଗତି କରୁଥିବାରୁ ତାଙ୍କ ନୂଆ ମୁଦ୍ରାନୀତି ଆଗାମୀ ଦିନରେ କିଭଳି ଦେଶକୁ ସାହାଯ୍ୟ କରିବ, ତାହା ଉପରେ ଅର୍ଥ ଓ ବଜାର ବିଶେଷଜ୍ଞଙ୍କ ନଜର।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri