ମୁଦୁଲି ଦ୍ୱାର ଦେଇ ଭକ୍ତ ପ୍ରବେଶ

ପୁରୀ ଅଫିସ,୨୭ା୨: ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟ। ଦର୍ଶନାର୍ଥୀ ଯେପରି ଶାନ୍ତିଶୃଙ୍ଖଳାରେ ମହାପ୍ରଭୁଙ୍କ ଦର୍ଶନ କରିବେ ସେଥିଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ଶୃଙ୍ଖଳା ଉପରେ ଅଧିକ ଗୁରୁତ୍ୱ ଦେଉଛି ମନ୍ଦିର ପ୍ରଶାସନ। ନୀତିକାନ୍ତିଠାରୁ ଆରମ୍ଭ କରି ଶାନ୍ତିଶୃଙ୍ଖଳାରେ ଦର୍ଶନ ପାଇଁ ଏକାଧିକ ନୀତି ନିୟମ କରାଯାଉଛି। ଭକ୍ତମାନେ ଯେପରି ସୁରୁଖୁରୁରେ ମନ୍ଦିର ପ୍ରବେଶ କରି ଭଲ ଭାବେ ଦର୍ଶନ କରିପାରିବେ ସେଥିପାଇଁ ପର୍ଯ୍ୟାପ୍ତ ପୋଲିସ କର୍ମୀଙ୍କୁ ବି ନିୟୋଜିତ କରାଯାଇଛି। ନାଟମଣ୍ଡପ ଏବଂ ଭିତରକାଠରେ ଯେପରି ଗହଳି ନ ହେବ ତା’ ଉପରେ ବି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି। ଏତେସବୁ ବ୍ୟବସ୍ଥା ସତ୍ତ୍ବେ ଅନେକ ସମୟରେ ଦର୍ଶନରେ ବିଶୃଙ୍ଖଳା ହେଉଛି। ଭିତର କାଠରେ ଅଯଥା ଗହଳି କରାଯାଉଛି। ଶୃଙ୍ଖଳା ଦାୟିତ୍ୱରେ ଥିବା ଶ୍ରୀମନ୍ଦିର ପୋଲିସର କେତେଜଣ କର୍ମଚାରୀ ଏହି ବିଶୃଙ୍ଖଳା କରୁଛନ୍ତି। ସେମାନେ ହାତଗୁଞ୍ଜା ନେଇ ମୁଦୁଲି ଦ୍ୱାର ଏବଂ ଘଣ୍ଟି ଦ୍ୱାରରେ ଭକ୍ତଙ୍କୁ ଛାଡୁଛନ୍ତି। ଫଳରେ ଅନେକ ସମୟରେ ଭିତରକାଠରେ ଗହଳି ହେଉଛି। ଯେଉଁମାନେ ଟଙ୍କା ଦେଉଛନ୍ତି ସେମାନେ ସହଜରେ ଯାଇ ଦର୍ଶନ କରୁଛନ୍ତି। ହେଲେ ଅନ୍ୟମାନଙ୍କୁ ହଟହଟା ହେବାକୁ ପଡୁଛି।
ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଆସୁଛନ୍ତି। କିନ୍ତୁ ଗହଳିର ସୁଯୋଗ ନେଇ ହାତଗଣତି କେତେଜଣ ଶ୍ରୀମନ୍ଦିର ପୋଲିସ ଟଙ୍କା ନେଇ ଗଳାବାଟରେ ଭକ୍ତଙ୍କୁ ଛାଡ଼ୁଛନ୍ତି। ଭିତରକାଠ ଦର୍ଶନ ସମୟରେ ଭକ୍ତଙ୍କୁ ପର୍ଯ୍ୟାୟକ୍ରମେ ଛଡ଼ାଯାଉଛି। କାରଣ ଭିତରକାଠରେ ଯେପରି ଗହଳି ନ ହେବ। କିନ୍ତୁ ଅନେକ ଭକ୍ତ ଅଛନ୍ତି ଯେଉଁମାନେ ଭିଡ଼କୁ ପସନ୍ଦ ନ କରି ହାତଗୁଞ୍ଜା ଦେବାକୁ ବି ଦ୍ୱିଧାବୋଧ କରୁନାହାନ୍ତି। ଫଳରେ ଭିତର କାଠରେ ଏଥିପାଇଁ ଗହଳି ହେଉଛି। ଏହାଦ୍ୱାରା ଭକ୍ତମାନେ ଠିକ୍‌ ଭାବେ ଠାକୁରଙ୍କୁ ଦର୍ଶନ କରିପାରୁ ନାହାନ୍ତି। ଗତ ସୋମବାର ଭିତର କାଠ ନିକଟକୁ ଯାଇ ଦର୍ଶନ କରିବାକୁ ଭକ୍ତଙ୍କୁ ଛଡାଯାଉଥିଲା। ନାଟମଣ୍ଡପରେ ଜମିଥିବା ଶ୍ରଦ୍ଧାଳୁମାନେ ଭିତରକୁ ଯାଉଥିଲେ। ଠିକ୍‌ ଏହି ସମୟରେ ମୁଦୁଲି ଦ୍ୱାରରେ ଥିବା ପୋଲିସ ହାତଗୁଞ୍ଜା ନେଇ କେତେଜଣ ଭକ୍ତଙ୍କୁ ସେହିବାଟେ ଭିତରକୁ ଛାଡିଥିଲେ। ପୂର୍ବରୁ ଭିତରକାଠରେ ଥିବା ଭକ୍ତ ଏବଂ ମୁଦୁଲି ଦ୍ୱାର ବାଟେ ଛଡାଯାଇଥିବା ଶ୍ରଦ୍ଧାଳୁଙ୍କ ଯୋଗୁ ଭିତର କାଠରେ ପ୍ରବଳ ଗହଳି ହୋଇଥିଲା। ଏହି ଭିଡ଼କୁ ଦେଖି ଭିତରକାଠରେ ଥିବା ସୁରକ୍ଷା କର୍ମୀ ଭକ୍ତଙ୍କୁ ଚାଲ ଚାଲ କହି ବାହାର କରିଥିଲେ। ଫଳରେ କେତେଜଣ ଶ୍ରଦ୍ଧାଳୁ ଠିକ୍‌ ଭାବେ ଠାକୁରଙ୍କୁ ଦର୍ଶନ କରିପାରି ନ ଥିଲେ। ଅନେକ ସମୟରେ ଏମିତି କରାଯାଉଛି। କେବଳ ମୁଦୁଲି ଦ୍ୱାର ନୁହେଁ ବେଳେବେଳେ ଘଣ୍ଟି ଦ୍ୱାରରେ ମଧ୍ୟ ଏପରି ଚାଲିଥିବା ଜଣାପଡିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଦ୍ୱାରରେ ଡ୍ୟୁଟି କରିବା ଲାଗି ସେମାନଙ୍କର ଆଗ୍ରହ ବି ରହିଛି। ରୋଟେଶନ ଭିତ୍ତିରେ ଯେଉଁଦିନ ସମ୍ପୃକ୍ତ କର୍ମଚାରୀଙ୍କ ଡ୍ୟୁଟି ପଡିଯାଉଛି ସେଦିନ ଏହିଭିଳି ବେନିୟମ କାର୍ଯ୍ୟ କରୁଛନ୍ତି। ତେବେ ଏଠାରେ ଲଗାଯାଇଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଯେଉଁମାନେ ଏଭଳି କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ନଚେତ ଭକ୍ତମାନେ ଠିକ୍‌ ଭାବେ ଦର୍ଶନ ସୁବିଧା ପାଇବେ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?