ମୁଦୁଲି ଦ୍ୱାର ଦେଇ ଭକ୍ତ ପ୍ରବେଶ

ପୁରୀ ଅଫିସ,୨୭ା୨: ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟ। ଦର୍ଶନାର୍ଥୀ ଯେପରି ଶାନ୍ତିଶୃଙ୍ଖଳାରେ ମହାପ୍ରଭୁଙ୍କ ଦର୍ଶନ କରିବେ ସେଥିଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ଶୃଙ୍ଖଳା ଉପରେ ଅଧିକ ଗୁରୁତ୍ୱ ଦେଉଛି ମନ୍ଦିର ପ୍ରଶାସନ। ନୀତିକାନ୍ତିଠାରୁ ଆରମ୍ଭ କରି ଶାନ୍ତିଶୃଙ୍ଖଳାରେ ଦର୍ଶନ ପାଇଁ ଏକାଧିକ ନୀତି ନିୟମ କରାଯାଉଛି। ଭକ୍ତମାନେ ଯେପରି ସୁରୁଖୁରୁରେ ମନ୍ଦିର ପ୍ରବେଶ କରି ଭଲ ଭାବେ ଦର୍ଶନ କରିପାରିବେ ସେଥିପାଇଁ ପର୍ଯ୍ୟାପ୍ତ ପୋଲିସ କର୍ମୀଙ୍କୁ ବି ନିୟୋଜିତ କରାଯାଇଛି। ନାଟମଣ୍ଡପ ଏବଂ ଭିତରକାଠରେ ଯେପରି ଗହଳି ନ ହେବ ତା’ ଉପରେ ବି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି। ଏତେସବୁ ବ୍ୟବସ୍ଥା ସତ୍ତ୍ବେ ଅନେକ ସମୟରେ ଦର୍ଶନରେ ବିଶୃଙ୍ଖଳା ହେଉଛି। ଭିତର କାଠରେ ଅଯଥା ଗହଳି କରାଯାଉଛି। ଶୃଙ୍ଖଳା ଦାୟିତ୍ୱରେ ଥିବା ଶ୍ରୀମନ୍ଦିର ପୋଲିସର କେତେଜଣ କର୍ମଚାରୀ ଏହି ବିଶୃଙ୍ଖଳା କରୁଛନ୍ତି। ସେମାନେ ହାତଗୁଞ୍ଜା ନେଇ ମୁଦୁଲି ଦ୍ୱାର ଏବଂ ଘଣ୍ଟି ଦ୍ୱାରରେ ଭକ୍ତଙ୍କୁ ଛାଡୁଛନ୍ତି। ଫଳରେ ଅନେକ ସମୟରେ ଭିତରକାଠରେ ଗହଳି ହେଉଛି। ଯେଉଁମାନେ ଟଙ୍କା ଦେଉଛନ୍ତି ସେମାନେ ସହଜରେ ଯାଇ ଦର୍ଶନ କରୁଛନ୍ତି। ହେଲେ ଅନ୍ୟମାନଙ୍କୁ ହଟହଟା ହେବାକୁ ପଡୁଛି।
ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଆସୁଛନ୍ତି। କିନ୍ତୁ ଗହଳିର ସୁଯୋଗ ନେଇ ହାତଗଣତି କେତେଜଣ ଶ୍ରୀମନ୍ଦିର ପୋଲିସ ଟଙ୍କା ନେଇ ଗଳାବାଟରେ ଭକ୍ତଙ୍କୁ ଛାଡ଼ୁଛନ୍ତି। ଭିତରକାଠ ଦର୍ଶନ ସମୟରେ ଭକ୍ତଙ୍କୁ ପର୍ଯ୍ୟାୟକ୍ରମେ ଛଡ଼ାଯାଉଛି। କାରଣ ଭିତରକାଠରେ ଯେପରି ଗହଳି ନ ହେବ। କିନ୍ତୁ ଅନେକ ଭକ୍ତ ଅଛନ୍ତି ଯେଉଁମାନେ ଭିଡ଼କୁ ପସନ୍ଦ ନ କରି ହାତଗୁଞ୍ଜା ଦେବାକୁ ବି ଦ୍ୱିଧାବୋଧ କରୁନାହାନ୍ତି। ଫଳରେ ଭିତର କାଠରେ ଏଥିପାଇଁ ଗହଳି ହେଉଛି। ଏହାଦ୍ୱାରା ଭକ୍ତମାନେ ଠିକ୍‌ ଭାବେ ଠାକୁରଙ୍କୁ ଦର୍ଶନ କରିପାରୁ ନାହାନ୍ତି। ଗତ ସୋମବାର ଭିତର କାଠ ନିକଟକୁ ଯାଇ ଦର୍ଶନ କରିବାକୁ ଭକ୍ତଙ୍କୁ ଛଡାଯାଉଥିଲା। ନାଟମଣ୍ଡପରେ ଜମିଥିବା ଶ୍ରଦ୍ଧାଳୁମାନେ ଭିତରକୁ ଯାଉଥିଲେ। ଠିକ୍‌ ଏହି ସମୟରେ ମୁଦୁଲି ଦ୍ୱାରରେ ଥିବା ପୋଲିସ ହାତଗୁଞ୍ଜା ନେଇ କେତେଜଣ ଭକ୍ତଙ୍କୁ ସେହିବାଟେ ଭିତରକୁ ଛାଡିଥିଲେ। ପୂର୍ବରୁ ଭିତରକାଠରେ ଥିବା ଭକ୍ତ ଏବଂ ମୁଦୁଲି ଦ୍ୱାର ବାଟେ ଛଡାଯାଇଥିବା ଶ୍ରଦ୍ଧାଳୁଙ୍କ ଯୋଗୁ ଭିତର କାଠରେ ପ୍ରବଳ ଗହଳି ହୋଇଥିଲା। ଏହି ଭିଡ଼କୁ ଦେଖି ଭିତରକାଠରେ ଥିବା ସୁରକ୍ଷା କର୍ମୀ ଭକ୍ତଙ୍କୁ ଚାଲ ଚାଲ କହି ବାହାର କରିଥିଲେ। ଫଳରେ କେତେଜଣ ଶ୍ରଦ୍ଧାଳୁ ଠିକ୍‌ ଭାବେ ଠାକୁରଙ୍କୁ ଦର୍ଶନ କରିପାରି ନ ଥିଲେ। ଅନେକ ସମୟରେ ଏମିତି କରାଯାଉଛି। କେବଳ ମୁଦୁଲି ଦ୍ୱାର ନୁହେଁ ବେଳେବେଳେ ଘଣ୍ଟି ଦ୍ୱାରରେ ମଧ୍ୟ ଏପରି ଚାଲିଥିବା ଜଣାପଡିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଦ୍ୱାରରେ ଡ୍ୟୁଟି କରିବା ଲାଗି ସେମାନଙ୍କର ଆଗ୍ରହ ବି ରହିଛି। ରୋଟେଶନ ଭିତ୍ତିରେ ଯେଉଁଦିନ ସମ୍ପୃକ୍ତ କର୍ମଚାରୀଙ୍କ ଡ୍ୟୁଟି ପଡିଯାଉଛି ସେଦିନ ଏହିଭିଳି ବେନିୟମ କାର୍ଯ୍ୟ କରୁଛନ୍ତି। ତେବେ ଏଠାରେ ଲଗାଯାଇଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଯେଉଁମାନେ ଏଭଳି କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ନଚେତ ଭକ୍ତମାନେ ଠିକ୍‌ ଭାବେ ଦର୍ଶନ ସୁବିଧା ପାଇବେ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ନମ୍ବରହୀନ କାର୍‌ରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ: ପାଟପୁର ପୋଲିସ ହାତରେ ଧରାପଡ଼ିଲେ ୨…

ଦିଗପହଣ୍ଡି,୨୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ବୁଧବାର ଅପରାହ୍ନରେ ଏକ ଗଞ୍ଜେଇ ବୋଝେଇ ନମ୍ବରହୀନ ହୁଣ୍ଡାଇ କାର୍ ଜବତ କରିବା ସହ ଦୁଇ ଜଣ…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ଦିଗପହଣ୍ଡିରେ ଗୋପାଳ ସମାଜର ତୃତୀୟ ବାର୍ଷିକ ସମ୍ମିଳନୀ: କଲ୍ୟାଣ ମଣ୍ଡପ ନିମନ୍ତେ ଏମ୍.ପି. କଲେ ଶିଳାନ୍ୟାସ

ଦିଗପହଣ୍ଡି,୨୨|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି-ପୋଡ଼ାମାରି ରାସ୍ତାରେ ଥିବା ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ପରିଚାଳନା ପରିଷଦ କାର୍ଯ୍ୟାଳୟ ପରିସରରେ ଗୋପାଳ…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri