ମୁଗ୍‌ଫଲି ଫସଲରେ ରୋଗ୍‌ପୋକ:କାମ୍‌ ନାଇଁ ଦେବାର୍‌ ଉଷୋ, ଚିଁନ୍‌ତାରେ ଚାଷୀ

ବିଜେପୁର, ୭।୮ (ଡି.ଏନ୍‌.ଏ): ବରଗଡ଼ ଜିଲା ବିଜେପୁର ବ୍ଲକରେ ବଛରକୁତା ଦୁଖ୍‌ ଦୁରଦଶା ଚାଷୀକର ପିଛା ନାଇଁ ଛାଡବାର୍‌। କେତେବେଲେ ବରଷା ପାଏନ୍‌ ଅଭାବୁ ତ ଆର କେତେବେଲେ ଫସଲଥି ରୋଗ୍‌ପୋକ ଲାଗି ଚାଷୀ ସମାଜ ଅଥାଥାଲି ହେଉଛେ। ଏହେଦେ ମୁଗ୍‌ଫଲି ଫସଲଥି ଲାଗିଥିବାର ରୋଗ୍‌ପୋକ ଅଂଚଲର ଚାଷୀକର ନିଦ୍‌ ହଜେଇ ଦେଲାନ। ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକର ଚାଷୀମାନେ ବରଷା ପାଏନ୍‌କେ ଆଶ୍‌ରା କରି ଚାଷ୍‌ବାସ କରୁଛନ୍‌। ଚଲତି ବଛର ମଉସୁମୀ ଉଛୁରରେ ଆଏଲେ ବି ଜୁନ୍‌ ମାସେ ଚାଷବାସ୍‌ ଲାଗି ବତର ହେଇଥିଲା। ସେଥିରଲାଗି ଚାଷୀମାନେ ବଡ଼ା ଉଷତ୍‌ଥି ଧାନ ସଂଗେ ମୁଗ୍‌, ମୁଗ୍‌ଫଲି, ବିରି ବୁନାବୁନି କରିଥିଲେ। ହେଲେ ଜୁଲାଇ ମାସର ଅଭାବି ବରଷା ଚାଷ୍‌ କାମକେ ପଛେଇ ଦେଲା। ଗଲା ହପ୍‌ତେ ହେଲା ଯେନ୍‌ ଟିକେରଁଚେ ବରଷା ହେଇଛେ, ସେଥି କଁା ଭଁା ରୁଆ ବିହିଡ଼ା ଚଲୁଛେ। ଏନ୍‌ତାଥି ମୁଗ୍‌ଫଲି ଗଛ ପାଏନ୍‌ ଭୁରେ ପାଏଲାକେ ଛନ୍‌ଛନେଇ କରି ବଢ଼ୁଛେ। ଫୁଲକଷି ବି ଧରବାର ସମିଆ ହେଲାନ। ଠିକ୍‌ ଇ ସମିଆରେ ଫସଲଥି ପୋକ୍‌ ଲାଗି ମୁଗ୍‌ଫଲି ଫୁଲକେ ଖାଇଯାଉଛନ୍‌। ଫସଲଥି ଯେତେ ଉଷୋକଷା ଝିଁଟ୍‌ଲେ ବି କାମ୍‌ ନାଇଁ ଦେଉଥିବାର ଚାଷୀ ଅଭିଯୋଗ କରିଛନ୍‌। କୃଷି ବିଭାଗ ଇ ଦିଗେ ଧିଆନ୍‌ ଦେଇ ଭଲ ଉଷୋକଷା ଦେବାକେ ଅଂଚଲର ଚାଷୀ ଦାବି କରିଛନ୍‌। କନ୍‌ଡ଼ିହିର ଚାଷୀ ସୁଶାନ୍ତ ପଟେଲ କହିଛନ୍‌ ଯେ, ଆମର ଗଁାରେ ଖାଲି ନୁହେ। ବିଜେପୁର ଅଂଚଲର ଭିନେ ଭିନେ ଗଁାଥି ମୁଗ୍‌ଫଲି ଚାଷ୍‌ଥି ଇ ପୋକ୍‌ ଲାଗିଛନ୍‌। ଯେତେ ଉଷୋକଷା ଦେଲେ ବି କିଛି କାମ୍‌ ନାଇଁ ଦେବାର। କୃଷି ବିଭାଗ୍‌ ସବସିଡିଥି ଉଷୋ ଯୁଗେଇ ଦେଲେ ଆମେ ଚାଷୀମାନେ ଚିଁନ୍‌ତାଥୁ ମୁକ୍‌ତି ପାଏତୁଁ। ସେନ୍‌ତା ପଁାକେଲଡ଼ିହିର ଚାଷୀ ଦୀନବନ୍ଧୁ ସାହୁ କହିଛନ ଯେ, ଆମେ ଚାଷୀମାନେ ଖାଲି ନୁକ୍‌ସାନ ସହୁଛୁଁ। ବରଷା ପାଏନ୍‌ ଟିକେ ହେଲା ଯେ ଖାଲି ମଁଦା ଜିଁଛେ। ମୁଗ୍‌ଫଲି ଫସଲଥି ଇ ପୋକ ଲାଗି ଆମେ ଆନାଏତ୍‌ ହେଇଗଲୁଁନ। ଯେତେ ଉଷୋ ଦେଲେ କିଛି ଲାଭ ନାଇଁ ହେବାର। ବ୍ଲକ ସହକାରୀ କୃଷି ଅଧ୍‌କାରୀ ଲକ୍ଷ୍ମୀ ପ୍ରସାଦ ପଟେଲକୁଁ ପଚରାଲାରୁ ଗଁା ଗଁା ଯାଇ ଚାଷୀମାନକୁ ସହଯୋଗ କରବାକେ ଭିଏଡବ୍ଲୁମାନକୁ ପରାମଶ୍‌ ଦିଆଯାଇଛେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri