ମୁଖ୍ୟ ଚିକିତ୍ସାଳୟ ସୁରକ୍ଷା ବ୍ୟବସ୍ଥା ହୁଗୁଳା

ନୟାଗଡ଼ ଅଫିସ,୩୦।୮-ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ଯେତେବେଳେ ଯିଏ ନାହିଁ ସିଏ ସେଠାରେ ମନଇଚ୍ଛା ପଶି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଫଳରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଗୁରୁବାର ଜିଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ଚିକିତ୍ସାଳୟ ବିଲ୍ଡିଂ ଭିତରେ ପଶି ନୟାଗଡ଼ ବ୍ଲକ ଶରଧାପୁର ପଞ୍ଚାୟତ ଅରାସାହି ଗ୍ରାମର ଜଣେ ବ୍ୟକ୍ତି ମଦ୍ୟପାନ କରି ମନଇଚ୍ଛା ଲୋକମାନଙ୍କୁ ଗାଳିଗୁଲଜ କରିଥିଲେ। ସେହିପରି ଲିଫ୍ଟରେ ଯିବା ଆସିବା କରୁଥିବା ଲୋକମାନଙ୍କୁ ହଇରାଣ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ୩ ଜଣ ମହିଳା ନିଜର ଶିଶୁମାନଙ୍କୁ ଧରି ଲିଫ୍ଟରେ ଆସୁଥିବା ବେଳେ ନିଶାସକ୍ତ ବ୍ୟକ୍ତି ଜଣଙ୍କ ଲିଫ୍ଟ ଭିତରେ ରହି ଜୋର୍‌ରେ ଚିତ୍କାର କରିଥିଲେ। ଫଳରେ ମହିଳାମାନେ ଭୟଭୀତ ହୋଇଯାଇଥିଲେ। ଏହି ଘଟଣାକୁ ଦେଖି ଜଣେ ବୁଦ୍ଧିଜୀବୀ ଏ ନେଇ ଟାଉନ ଥାନାକୁ ଖବର ଦେଇଥିଲେ। ପରେ ପିସିଆର ଭ୍ୟାନ୍‌ ପୋଲିସ ଆସି ସମ୍ପୃକ୍ତ ବ୍ୟକ୍ତିଙ୍କୁ ନେଇ ଥାନାରେ ଅଟକ ରଖିଥିଲା।
ଖାଲି ନିଶାସକ୍ତ ନୁହନ୍ତି ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ଉକ୍ତ ମାତୃ ଓ ଶିଶୁ ଚିକିତ୍ସାଳୟ ବିଲ୍ଡିଂରେ ୨୬ ଅକ୍ଟୋବର ୨୦୧୮ରେ ଜଣେ ରୋଗୀଙ୍କୁ ଗୁଣିଆ ତନ୍ତ୍ର ମାଧ୍ୟମରେ ଚିକିତ୍ସା କରୁଥିବାର ଦେଖିବାକୁ ମିଳିଥିଲା, ଯାହାକି ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ଅପାରଗତାକୁ ପଦାରେ ପକାଇ ଦେଇଥିଲା। ତାନ୍ତ୍ରିକ ଜଣଙ୍କ ମୁଖ୍ୟ ଚିକିତ୍ସାଳୟରେ ପଡ଼ିଥିବା ଟେବୁଲ୍‌ରେ ବସି ନିଜର ପୂଜାପାଠ କରିଥିଲେ। ପ୍ରଥମେ ଏକ ବହି ଖୋଲି ପଢ଼ିଥିଲେ। ଏହା ପରେ ଆଣିଥିବା ଏକ ଡେଉଁରିଆକୁ ଧୂପ ଦେଇ ପୂଜା କରି ମହିଳାଙ୍କୁ ପିନ୍ଧିବାକୁ ଦେବା ପରେ ତାଙ୍କୁ ଝଡ଼ାଫୁଙ୍କା କରିଥିଲେ। ପାଖରେ ଅଗ୍ନି ନିରୋଧକ ଯନ୍ତ୍ର ଥିଲେ ମଧ୍ୟ ତାନ୍ତ୍ରିକ ଜଣଙ୍କ ସେ ଦିଗପ୍ରତି ଧ୍ୟାନ ଦେଇ ନ ଥିଲେ। ପୂଜାପାଠ ପରେ ରୋଗୀଙ୍କ ସର୍ମ୍ପକୀୟଙ୍କଠାରୁ ତାନ୍ତ୍ରିକ ଡେଉଁରିଆ ବାବଦରେ ୨୦୦୦ ଟଙ୍କା ନେଇଥିଲେ। ପାଖରେ ସିକ୍ୟୁରିଟି ଗାର୍ଡ଼ ଥାଇ ମଧ୍ୟ ଏ ନେଇ କୌଣସି ପ୍ରତିବାଦ କରି ନ ଥିଲେ।
ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଏମ୍‌ଆରମାନେ ନ ଯିବା ପାଇଁ ନୋଟିସ କରାଯାଇଥିଲେ ମଧ୍ୟ କେହି ଏହାକୁ ମାନୁନାହାନ୍ତି। ମନଇଚ୍ଛା ମେଡ଼ିକାଲରେ ଏମ୍‌ଆରମାନେ ପଶି ଡାକ୍ତରମାନଙ୍କୁ ସେମାନଙ୍କର ମେଡ଼ିସିନ୍‌ ସାମ୍ପଲ ଦେଖାଉଛନ୍ତି। ସୁରକ୍ଷା ବ୍ୟବସ୍ଥା ପାଇଁ ଥିବା ସିକ୍ୟୁରିଟି ଗାର୍ଡ଼ମାନେ ଏ ବାବଦରେ ଜାଣିଥିଲେ ମଧ୍ୟ କେହି ଏହାର ପ୍ରତିବାଦ କରୁନାହାନ୍ତି। ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ଏହିଭଳି ଘଟୁଥିବାର ଦେଖିବାକୁ ମିଳୁଛି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶ୍ୱେତ ମହାପାତ୍ରଙ୍କୁ ପଚାରିବାରୁ ସେ କୁହନ୍ତି ଜିଲା ମୁଖ୍ୟ ଚିକିତ୍ସାଳୟରେ ନିୟୋଜିତ ସିକ୍ୟୁରିଟି ଗାର୍ଡ଼ମାନେ ଠିକ୍‌ ଭାବରେ କାମ ନ କରୁଥିବାରୁ ଏହିଭଳି ଅବ୍ୟବସ୍ଥା ଦେଖାଯାଉଛି। ଏହାର ସମାଧାନ କରିବା ପାଇଁ ଆମେ ଧ୍ୟାନ ଦେଇଛୁ। ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ନିର୍ମଳ ଯୋଜନାରେ ଭଲ ସିକ୍ୟୁରିଟି ଗାର୍ଡମାନଙ୍କୁ ରଖାଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri