ମୁଖ୍ୟ ଚିକିତ୍ସାଳୟ ସୁରକ୍ଷା ବ୍ୟବସ୍ଥା ହୁଗୁଳା

ନୟାଗଡ଼ ଅଫିସ,୩୦।୮-ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ଯେତେବେଳେ ଯିଏ ନାହିଁ ସିଏ ସେଠାରେ ମନଇଚ୍ଛା ପଶି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଫଳରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଗୁରୁବାର ଜିଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ଚିକିତ୍ସାଳୟ ବିଲ୍ଡିଂ ଭିତରେ ପଶି ନୟାଗଡ଼ ବ୍ଲକ ଶରଧାପୁର ପଞ୍ଚାୟତ ଅରାସାହି ଗ୍ରାମର ଜଣେ ବ୍ୟକ୍ତି ମଦ୍ୟପାନ କରି ମନଇଚ୍ଛା ଲୋକମାନଙ୍କୁ ଗାଳିଗୁଲଜ କରିଥିଲେ। ସେହିପରି ଲିଫ୍ଟରେ ଯିବା ଆସିବା କରୁଥିବା ଲୋକମାନଙ୍କୁ ହଇରାଣ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ୩ ଜଣ ମହିଳା ନିଜର ଶିଶୁମାନଙ୍କୁ ଧରି ଲିଫ୍ଟରେ ଆସୁଥିବା ବେଳେ ନିଶାସକ୍ତ ବ୍ୟକ୍ତି ଜଣଙ୍କ ଲିଫ୍ଟ ଭିତରେ ରହି ଜୋର୍‌ରେ ଚିତ୍କାର କରିଥିଲେ। ଫଳରେ ମହିଳାମାନେ ଭୟଭୀତ ହୋଇଯାଇଥିଲେ। ଏହି ଘଟଣାକୁ ଦେଖି ଜଣେ ବୁଦ୍ଧିଜୀବୀ ଏ ନେଇ ଟାଉନ ଥାନାକୁ ଖବର ଦେଇଥିଲେ। ପରେ ପିସିଆର ଭ୍ୟାନ୍‌ ପୋଲିସ ଆସି ସମ୍ପୃକ୍ତ ବ୍ୟକ୍ତିଙ୍କୁ ନେଇ ଥାନାରେ ଅଟକ ରଖିଥିଲା।
ଖାଲି ନିଶାସକ୍ତ ନୁହନ୍ତି ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ଉକ୍ତ ମାତୃ ଓ ଶିଶୁ ଚିକିତ୍ସାଳୟ ବିଲ୍ଡିଂରେ ୨୬ ଅକ୍ଟୋବର ୨୦୧୮ରେ ଜଣେ ରୋଗୀଙ୍କୁ ଗୁଣିଆ ତନ୍ତ୍ର ମାଧ୍ୟମରେ ଚିକିତ୍ସା କରୁଥିବାର ଦେଖିବାକୁ ମିଳିଥିଲା, ଯାହାକି ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ଅପାରଗତାକୁ ପଦାରେ ପକାଇ ଦେଇଥିଲା। ତାନ୍ତ୍ରିକ ଜଣଙ୍କ ମୁଖ୍ୟ ଚିକିତ୍ସାଳୟରେ ପଡ଼ିଥିବା ଟେବୁଲ୍‌ରେ ବସି ନିଜର ପୂଜାପାଠ କରିଥିଲେ। ପ୍ରଥମେ ଏକ ବହି ଖୋଲି ପଢ଼ିଥିଲେ। ଏହା ପରେ ଆଣିଥିବା ଏକ ଡେଉଁରିଆକୁ ଧୂପ ଦେଇ ପୂଜା କରି ମହିଳାଙ୍କୁ ପିନ୍ଧିବାକୁ ଦେବା ପରେ ତାଙ୍କୁ ଝଡ଼ାଫୁଙ୍କା କରିଥିଲେ। ପାଖରେ ଅଗ୍ନି ନିରୋଧକ ଯନ୍ତ୍ର ଥିଲେ ମଧ୍ୟ ତାନ୍ତ୍ରିକ ଜଣଙ୍କ ସେ ଦିଗପ୍ରତି ଧ୍ୟାନ ଦେଇ ନ ଥିଲେ। ପୂଜାପାଠ ପରେ ରୋଗୀଙ୍କ ସର୍ମ୍ପକୀୟଙ୍କଠାରୁ ତାନ୍ତ୍ରିକ ଡେଉଁରିଆ ବାବଦରେ ୨୦୦୦ ଟଙ୍କା ନେଇଥିଲେ। ପାଖରେ ସିକ୍ୟୁରିଟି ଗାର୍ଡ଼ ଥାଇ ମଧ୍ୟ ଏ ନେଇ କୌଣସି ପ୍ରତିବାଦ କରି ନ ଥିଲେ।
ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଏମ୍‌ଆରମାନେ ନ ଯିବା ପାଇଁ ନୋଟିସ କରାଯାଇଥିଲେ ମଧ୍ୟ କେହି ଏହାକୁ ମାନୁନାହାନ୍ତି। ମନଇଚ୍ଛା ମେଡ଼ିକାଲରେ ଏମ୍‌ଆରମାନେ ପଶି ଡାକ୍ତରମାନଙ୍କୁ ସେମାନଙ୍କର ମେଡ଼ିସିନ୍‌ ସାମ୍ପଲ ଦେଖାଉଛନ୍ତି। ସୁରକ୍ଷା ବ୍ୟବସ୍ଥା ପାଇଁ ଥିବା ସିକ୍ୟୁରିଟି ଗାର୍ଡ଼ମାନେ ଏ ବାବଦରେ ଜାଣିଥିଲେ ମଧ୍ୟ କେହି ଏହାର ପ୍ରତିବାଦ କରୁନାହାନ୍ତି। ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ଏହିଭଳି ଘଟୁଥିବାର ଦେଖିବାକୁ ମିଳୁଛି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶ୍ୱେତ ମହାପାତ୍ରଙ୍କୁ ପଚାରିବାରୁ ସେ କୁହନ୍ତି ଜିଲା ମୁଖ୍ୟ ଚିକିତ୍ସାଳୟରେ ନିୟୋଜିତ ସିକ୍ୟୁରିଟି ଗାର୍ଡ଼ମାନେ ଠିକ୍‌ ଭାବରେ କାମ ନ କରୁଥିବାରୁ ଏହିଭଳି ଅବ୍ୟବସ୍ଥା ଦେଖାଯାଉଛି। ଏହାର ସମାଧାନ କରିବା ପାଇଁ ଆମେ ଧ୍ୟାନ ଦେଇଛୁ। ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ନିର୍ମଳ ଯୋଜନାରେ ଭଲ ସିକ୍ୟୁରିଟି ଗାର୍ଡମାନଙ୍କୁ ରଖାଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri