Categories: ଖେଳ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଓଡ଼ିଶା ଏଫ୍‌ସିର ସହାୟତା

ଭୁବନେଶ୍ୱର, ୧୨।୫(କ୍ରୀଡ଼ା ପ୍ରତିନିଧି)-କରୋନାଭାଇରସ୍‌ ସଂକ୍ରମଣ କାରଣରୁ ଏବେ ସମସ୍ତ ଖେଳ ବନ୍ଦ ରହିଥିବାବେଳେ ବିଭିନ୍ନ ଅନୁଷ୍ଠାନ, କ୍ଲବ ଏବଂ ବ୍ୟକ୍ତିବିଶେଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢ଼ାଉଛନ୍ତି। ଏଥିରେ ସାମିଲ ହୋଇଛି ଭୁବନେଶ୍ୱର ଭିତ୍ତିକ ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ) କ୍ଲବ ଓଡ଼ିଶା ଏଫ୍‌ସି। ”ଓଡ଼ିଶା ସମେତ ସମଗ୍ର ବିଶ୍ୱ ପାଇଁ ସାମ୍ପ୍ରତିକ ସମୟ ଅତ୍ୟନ୍ତ ହୃଦୟ ବିଦାରକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟଙ୍କ ନେତୃତ୍ୱରେ ଠିକ୍‌ ସମୟରେ ଉଚିତ ପଦକ୍ଷେପ ନିଆ ଯାଇଥିବାରୁ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଏହି ଲଢ଼େଇରେ ସାମିଲ ହୋଇ ଓଡ଼ିଶା ଏଫ୍‌ସି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା କରିବାକୁ ଉଚିତ ମନେ କରୁଛି। ଆମକୁ ଅଜସ୍ର ଭଲପାଇବା ଦେଇଥିବା ଓଡ଼ିଶାବାସୀଙ୍କ ହିତରେ ଏହା ଲାଗି ପାରିବା ନେଇ ଆମେ ଆଶାବାଦୀ“ ବୋଲି ଜିଏମ୍‌ଏସ୍‌(ଓଡ଼ିଶା ଏଫ୍‌ସିର ମୁଖ୍ୟ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ଅନିଲ ଶର୍ମା ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଓଡ଼ିଶା ଏଫ୍‌ସି ୨୦୧୯ରେ ଆଇଏସ୍‌ଏଲ୍‌ରେ ପଦାର୍ପଣ କରିଥିଲା।

Share