ମୁକ୍ତା ଯୋଜନାରେ ନିର୍ମାଣଧୀନ କାର୍ଯ୍ୟକୁ ବିଧାୟକଙ୍କ ଉପସ୍ଥିତିରେ ଭଙ୍ଗା ଘଟଣା: ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି

ଦେବଗଡ଼,୧୦।୧(ଡି.ଏନ୍‌.ଏ.): ଦେବଗଡ଼ ପୌରପରିଷଦ ପକ୍ଷରୁ ମୁକ୍ତା ଯୋଜନାରେ ମିଶନ ଶକ୍ତି ମହିଳା ଏସଏଚଜି ପକ୍ଷରୁ ନିର୍ମାଣଧୀନ ପ୍ରକଳ୍ପବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଭାଜପା ସମର୍ଥକଙ୍କ ଭଙ୍ଗାରୁଜା କରିଥିଲେ ଏହି ଘଟଣାରେ ମଙ୍ଗଳବାର ଜିଲା ବିଜେଡି ପକ୍ଷରୁ ଦୃଢ ନିନ୍ଦା କରାଯିବା ସହ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲା ବିଜେଡି ପକ୍ଷରୁ ଜିଲାପାଳ ଓ ଏସ୍‌ପିଙ୍କଠାରେ ଦାବିପତ୍ର ପ୍ରଦାନ କରାଯାଇଛି। ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିର ପରିସରରୁ ଜିଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ଦଳୀୟ କର୍ମୀଙ୍କ ସମେତ ବିଭିନ୍ନ ଏସ୍‌ଏଚ୍‌ଜି ସଦସ୍ୟାମାନେ ବିଧାୟକଙ୍କ ଦାଦାଗିରିକୁ ନିନ୍ଦା କରିବା ସହ ବିଭିନ୍ନ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଥିଲେ। ପରେ ଜିଲାପାଳଙ୍କ କାର୍ଯାଳୟରେ ପହଞ୍ଚି ଭାଜପା ବିଧାୟକ ପାଣିଗ୍ରାହୀଙ୍କୁ ଜିଲା ବିକାଶର ବାଧକ ବୋଲି ଅବିହିତ କରିବାସହ ତାଙ୍କ ଗିରଫ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିପରି ଭାଜପର। ଏଭଳି ଦାଦାଗିରିରଯେପରି ପୁନରାବୃତ୍ତି ନ ଘଟେ ସେନେଇ ପ୍ରଶାସନ ପଦକ୍ଷେପ ନେବାକୁ ଦାବି କରିଥିଲେ । ଏଥିସହ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ, ଦେବଗଡ଼ ପୌରପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ବିଜେଡି ଉପସଭାପତି ଦେବେନ୍ଦ୍ର ବେହେରା, ଏସଡିସିସି ବ୍ୟାଙ୍କ ପୂର୍ବତନ ସଭାପତି ଅମରେନ୍ଦ୍ର ଗଙ୍ଗଦେବ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଂ ସୁଜିତ କୁମାର ପ୍ରଧାନଙ୍କ ସମେତ ଶତାଧିକ କର୍ମୀ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ବଲାଙ୍ଗୀରର ୩ ମହିଳା ସ୍ବାବଲମ୍ବୀ ହୋଇଥିବାରୁ…

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଅନୁଷ୍ଠିତ…

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…

ସେପ୍ଟେମ୍ବରରେ ବଦଳିବ ବଡ଼ ଗ୍ରହଙ୍କ ଚଳନ: ୮ ରାଶିଙ୍କୁ ମିଳିବ ଶୁଭଫଳ, ୪ ରାଶି ରୁହନ୍ତୁ ସତର୍କ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ମାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏହି ମାସରେ ୪ଟି ବଡ଼ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ। ମାସ ଆରମ୍ଭରେ…

ପାଣିଡଙ୍ଗର ଜଳ ପ୍ରକଳ୍ପ ଦାବିରେ ଗଣ ପ୍ରତିବାଦ

ଗୁଣପୁର,୨୮ା୮(ସୁଜାତା ପାଢ଼ୀ): ସିପିଆଇ (ଏମ୍‌ଏଲ) ଲିବରେଶନ ପକ୍ଷରୁ ବଂଶଧାରା ନଦୀ ଗୁଡ଼ାରୀର ପାଣି ଡଙ୍ଗରଠାରେ ଜଳ ପ୍ରକଳ୍ପ ନିର୍ମାଣ ଦାବିରେ ଶୁକ୍ରବାର ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରେ ଏକ…

ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ

କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…

ଗଞ୍ଜେଇ ଲିଙ୍କ: ଫାଣ୍ଡି ଅଧିକାରୀ ସସ୍‌ପେଣ୍ଡ, ବିଦା ହେଲେ ହୋମଗାର୍ଡ

ବୌଦ୍ଧ,୨୮।୭: ଗଞ୍ଜେଇ ଚୋରା ଚାଲାଣ ଲିଙ୍କ୍‌ରେ ବୌଦ୍ଧ ଜିଲା ବଘିଆପଡ଼ା ଫାଣ୍ଡି ଅଧିକାରୀ ତଥା SI ପ୍ରାଣବନ୍ଧୁ ସାହୁଙ୍କୁ ଚାକିରିରୁ ସସ୍‌ପେଣ୍ଡ କରାଯାଯାଇଛି। ଏପରିକି ହୋମଗାର୍ଡ ମାନଭଞ୍ଜନ…

ଆଜି କମିଛି ସୁନା ଦର! ରୁପା ଦରରେ ବି ବଡ଼ ପରିବର୍ତ୍ତନ; ଚେକ୍ କରନ୍ତୁ ନୂଆ ମୂଲ୍ୟ…

ରାଖୀ ପୂର୍ଣ୍ଣିମା ଅବସରରେ ସୁନା ଓ ରୁପା ଦରକୁ ନେଇ ଆସିଲା ବଡ଼ ଖବର। କାଲି ଅପେକ୍ଷା ଆଜି କମିଛି ସୁନା ଦର। କିଣିବା ପୂର୍ବରୁ ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri