ମୁକୁଳା ପଡ଼ିଛି ବାଲେଶ୍ୱର-ବାସୁଦେବପୁର ସଲ୍ଟ ରୋଡ୍‌: ଫାଇଦା ନେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା

ବାହାନଗା, ୨୩ା୪(ଡି.ଏନ୍‌.ଏ.)-କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ୍‌ ଘୋଷଣା କରିଛନ୍ତି। ସମସ୍ତ ସୀମାନ୍ତକୁ ସିଲ୍‌ କରାଯାଇଛି। ଏବେ ରାଜ୍ୟ ବାହାରେ କାମ କରୁଥିବା ଓଡିଆ ଲୋକମାନେ ଚାଲି ଚାଲି , ସାଇକେଲ ଓ କାର ଭଡା କରି ନିଜ ଘରକୁ ଫେରିଆସୁଛନ୍ତି। ବିଶେଷ କରି ପଶ୍ଚିମବଙ୍ଗରେ କାମ କରୁଥିବା ଓଡିଆମାନେ ଏବେ ଘରମୁଁହା ହୋଇଛନ୍ତି। ବାଲେଶ୍ୱର ଜିଲାର ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ ଦେଇ ଭଦ୍ରକ ଜିଲା ବାସୁଦେବପୁରକୁ ସଂଯୋଗ କରୁଥିବା ତଳରାସ୍ତା ସଲ୍ଟ ରୋଡ ଏବେ ମୁକୁଳା ପଡିଛି। ସେହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହ ଶହ ପ୍ରବାସୀ ଓଡିଆ ପଶ୍ଚିମବଙ୍ଗରୁ ନିଜ ଘରକୁ ଫେରୁଛନ୍ତି। ବିଳମ୍ବିତ ରାତିରେ ଆମ୍ବୁଲାନ୍ସର ସାହାରା ନେଇ ସେମାନେ ପଳାଇଆସୁଛନ୍ତି। ଏହି ରାସ୍ତାକୁ ଅବରୋଧ କରାଯିବା ପାଇଁ ଗୋପାଳପୁର ନାଗରିକ ମଞ୍ଚ ଓ ସ୍ବଚ୍ଛ ଭାରତ ଅଭିଯାନର ଆବାହକ ସୁଦର୍ଶନ ମହାପାତ୍ର, ସାମାଜିକ କର୍ମୀ ଅନ୍ତର୍ଯ୍ୟାମୀ ପଣ୍ଡା, ଗୋପାଳପୁର ସରପଞ୍ଚ ଯୋଗେଶ ଚନ୍ଦ୍ର ପତି ପ୍ରମୁଖ ପ୍ରଶାସନଠାରେ ଦାବି ଜଣାଇଛନ୍ତି।
ସଲ୍ଟରୋଡରେ ପ୍ରଶାସନ ପକ୍ଷରୁ ଚେକପୋଷ୍ଟ କରାଗଲେ ପଶ୍ଚିମବଙ୍ଗ ଫେରାନ୍ତଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡନ୍ତା। ସେମାନଙ୍କୁ ସରକାରଙ୍କ ଦ୍ୱାରା କରାଯାଇଥିବା କ୍ୱାରାଣ୍ଟାଇନ୍‌ରେ ରଖାଯାଇପାରନ୍ତା। କଲିକତାରୁ ସାଇକେଲ, କାର ଓ ମାଲ ବୋଝେଇ ପିକ୍‌ଅପ୍‌ରେ ପଳାଇଆସୁଥିବା ଲୋକମାନେ ବାଲେଶ୍ୱରରେ ପହଞ୍ଚିବା ପରେ ସେମାନଙ୍କ ପରିବାର ଲୋକ ଗାଡି ନେଇ ରାତିରେ ତଳ ରାସ୍ତା ବା ସଲ୍ଟ ରୋଡ ଦେଇ ଘରକୁ ନେଇଯାଉଛନ୍ତି। ଫଳରେ ପ୍ରଶାସନ ପାଖରେ କିଛି ତଥ୍ୟ ରହୁନାହିଁ। ଲକ୍‌ଡାଉନ୍‌ ପରେ ବାଲେଶ୍ୱର ଜିଲା ବାହାନଗା ବ୍ଲକକୁ ବାହାର ରାଜ୍ୟ ତଥା କଲିକତା, କେରଳ, ବମ୍ବେ, ଚେନାଇ, ତାମିଲନାଡୁ, ହାଇଦ୍ରାବାଦ ଆଦି ଅଞ୍ଚଳରୁ ବୁଧବାର ସୁଦ୍ଧା ୧୩ଶହ ୧୯ ଜଣ ଘରକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ କଲିକତାରୁ ୫୦ଭାଗ ଆସିଥିବା ଜଣାପଡିଛି। ତେବେ ଦେଶ ବାହାରେ ଚାକିରି କରିଥିବା ୧୪ଜଣ ବାହାନଗା ବ୍ଲକର ବିଭିନ୍ନ ଗ୍ରାମର ସେମାନଙ୍କ ଘରକୁ ଫେରିଛନ୍ତି। ଫେରିଥିବା ଲୋକଙ୍କୁ ନେଇ ଏବେ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଦେଖାଦେଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri