Posted inଖେଳ

ମୁଁ ମଧ୍ୟ ଚାପ, ଭୟ ଅନୁଭବ କରିଥାଏ: ଧୋନୀ

ଚେନ୍ନାଇ,୭।୫(ପି.ଟି.): ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଜଣେ ସଫଳ କ୍ରିକେଟର ହୋଇଥିଲେ ମଧ୍ୟ ଅନ୍ୟମାନଙ୍କ ଭଳି ସେ ଚାପର ବଶବର୍ତ୍ତୀ ହୋଇଥାନ୍ତି ଓ ଭୟ ମଧ୍ୟ କରିଥାନ୍ତି। ମେଣ୍ଟାଲ ହେଲ୍‌ଥ ବା ମାନସିକ ସ୍ବାସ୍ଥ୍ୟକୁ ନେଇ ଏକ ଆଲୋଚନାରେ ଭାଗନେବା ଅବସରରେ ଧୋନୀ ଏହି କଥା କହିଛନ୍ତି। ମାନସିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜଣେ କ୍ରିକେଟରଙ୍କୁ ବହୁତ କିଛି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥାଏ। ଯେତେବେଳେ ପ୍ରଥମେ ବ୍ୟାଟିଂ କରିବାକୁ ଯାଇଥାଏ ପ୍ରଥମ ୫ରୁ ୧୦ଟି ବଲ୍‌ ଖେଳିବା ଏକ ବଡ଼ ଚ୍ୟାଲେଞ୍ଜ୍‌ ହୋଇଥାଏ। ଏତିକି ବେଳେ ହୃଦ୍‌ସ୍ପନ୍ଦନ ବଢିଯାଇଥାଏ। ଚାପ ଅନୁଭବ କରିବା ସହ ମନ ଭିତରେ ଡର ରହିଥାଏ ବୋଲି ଧୋନୀ କହିଛନ୍ତି।
କ୍ରିକେଟରେ ମାନସିକ ଅବସ୍ଥାର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଚାପ୍‌କୁ ସମ୍ମୁଖୀନ ହେବାରେ ମେଣ୍ଟାଲ କଣ୍ଡିସନିଂ କୋଚ୍‌ ସାହାଯ୍ୟ କରିଥାନ୍ତି। କ୍ରୀଡ଼ାର କେଉଁ ବିଭାଗରେ ସୁଧାର ଆବଶ୍ୟକ ଏ ନେଇ ସେ ପରାମର୍ଶ ଦେଇଥାନ୍ତି। ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ ମେଣ୍ଟାଲ କ୍ଲାରିଟିକୁ ନେଇ ମତ ରଖିଥିଲେ। ଖେଳ ସହିତ ଜୀବନରେ ମେଣ୍ଟାଲ କ୍ଲାରିଟିର ଯଥେଷ୍ଟ ଗୁରୁତ୍ୱ ରହିଛି ବୋଲି ସେ କହିଛନ୍ତି। କ୍ରୀଡ଼ାରେ ସଫଳତା ହାସଲ କରିବାକୁ ‘ଏମ୍‌ଫୋର’ ନାମକ ଏକ ସଂସ୍ଥା ମାଇଣ୍ଡ କଣ୍ଡିସନିଂ ପ୍ରୋଗ୍ରାମ ଆରମ୍ଭ କରିଛି। ଧୋନୀ ମଧ୍ୟ ‘ଏମ୍‌ଫୋର’କୁ ସମର୍ଥନ ଜଣାଇଛନ୍ତି। ମାନସିକ ଦୃଷ୍ଟିକୋଣରୁ ଦେଖିଲେ ଜଣେ କ୍ରିକେଟରଙ୍କର ଏକାଧିକ ଦୁର୍ବଳତା ରହିଥାଏ। ତେବେ ଏହାକୁ ସ୍ବୀକାର କଲେ ଆମ ଦେଶର ଲୋକେ ଏହାକୁ ସହଜରେ ଗ୍ରହଣ କରି ନ ଥାନ୍ତି ବୋଲି ଏମ୍‌ଫୋରର କାର୍ଯ୍ୟକ୍ରମକୁ ସମର୍ଥନ କରି ଧୋନୀ କହିଛନ୍ତି। ଉଲ୍ଲେଖଥାଉ କି, ପୂର୍ବତନ ଭାରତୀୟ କ୍ରିକେଟର ସୁବ୍ରମନ୍ୟମ ବଦ୍ରିନାଥ ଓ ଶ୍ରବଣ କୁମାର ଏମ୍‌ଫେର ସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri