ମୁଁ ଭୋଟ ଦେଲି କାହିଁକି

ଆକାର ପଟେଲ
ବ୍ୟକ୍ତିଗତ ଭାବେ ଏ ନିର୍ବାଚନରେ କିଏ ଜିତିଲେ ବା ହାରିଲେ ମୋର କିଛି ଯାଏ ଆସେ ନାହିଁ। ମୁଁ ହେଉଛି ଜଣେ ମଧ୍ୟବୟସୀ ସ୍ବଚ୍ଛଳ ସବର୍ଣ୍ଣ ହିନ୍ଦୁ ପୁରୁଷ। ମୋ ଜୀବନରେ ମୁଁ କୌଣସି କଠିନତା, ପକ୍ଷପାତ ଆଦିର ସମ୍ମୁଖୀନ ହୋଇନାହିଁ। ଦେଶ ବା ସରକାରଙ୍କଠାରୁ ମୁଁ କିଛି ଚାହିଁନାହିଁ ବା ମୋର କିଛି ଆବଶ୍ୟକତା ନାହିଁ। କୌଣସି ସରକାରୀ ନୀତି ମୋତେ କେବେ ବି ପ୍ରଭାବିତ କରିନାହିଁ। ମନମୋହନ ସିଂଙ୍କ ଦଶବର୍ଷର ଶାସନକାଳ ବା ମୋଦି ଓ ବାଜପେୟୀଙ୍କ ଶାସନକାଳ ମୋ ପାଇଁ କୌଣସି ପ୍ରଭେଦ ରଖିନାହିଁ। ଏପରି କି ସରକାରଙ୍କ ସବୁଠୁ ହସ୍ତକ୍ଷେପମୂଳକ ନୀତି ବି ମୋ ଜୀବନରେ ବା ମୋ ପରି ଅନ୍ୟମାନଙ୍କ ଜୀବନରେ କୌଣସି ପ୍ରଭାବ ପକାଇ ନାହିଁ। ମୋଦି ସରକାରଙ୍କ ବିମୁଦ୍ରୀକରଣ ଦ୍ୱାରା ବି ମୁଁ ସାମାନ୍ୟତମ ପ୍ରଭାବିତ ହୋଇ ନ ଥିଲି। ଟଙ୍କା ବଦଳାଇବା ପାଇଁ ମୁଁ କେବେ ଧାଡ଼ିରେ ଠିଆ ହୋଇନାହିଁ ବା ବ୍ୟକ୍ତିଗତଭାବେ ମୋର କୌଣସି ପ୍ରକାର ଅସୁବିଧା ହୋଇ ନାହିଁ। ମୋର ଆଧାର କାର୍ଡ ନାହିଁ କି ରେଶନ କାର୍ଡ ନାହିଁ ଏବଂ ଯେଉଁସବୁ କ୍ଷେତ୍ରରେ ମୋର ସରକାରଙ୍କ ପାଖରେ କିଛି କାମ ପଡ଼େ ତାହାର ସଂଖ୍ୟା ଅତି ନଗଣ୍ୟ। କିଛିବର୍ଷ ଭିତରେ ଥରେ ମୋର ପାସପୋର୍ଟ ନବୀକରଣ କରାଇବାକୁ ପଡ଼େ ଏବଂ ସେଥିପାଇଁ ମୋତେ କେତେକ କାର୍ଯ୍ୟାଳୟରେ ଏକଘଣ୍ଟା ପାଖାପାଖି ଅପେକ୍ଷା କରିବାକୁ ପଡ଼େ। କିନ୍ତୁ ତା’ ଛଡ଼ା ମୁଁ ଭାବିପାରେନା ମୋଦି ବା ସିଂ ବା ବାଜପେୟୀ ତାଙ୍କ ନୀତି ଦ୍ୱାରା ମୋତେ କେମିତି ପ୍ରଭାବିତ କରିପାରିବେ। କୌଣସି ସରକାର ଯଦି ଆୟକର ବଢ଼ାନ୍ତି, ମୁଁ ତାହା ଦେବାକୁ ପ୍ରସ୍ତୁତ କାରଣ ମୋ ପାଖରେ ଆବଶ୍ୟକତାଠାରୁ ଅଧିକ ଟଙ୍କା ଅଛି। ତେଣୁ କେନ୍ଦ୍ର ବଜେଟ ଆୟକର କମାଇଦେଲେ ସେଥିରେ ମୋର କିଛି ଖୁସି ହେବାର ନାହିଁ।
ସୁରକ୍ଷା ଦୃଷ୍ଟିରୁ ଦେଖିଲେ ମୋର ଶ୍ରେଣୀ ଓ ବିଶେଷାଧିକାର ଦୃଷ୍ଟିରୁ ମୁଁ କେବେ ବି ରାଜନୈତିକ ହିଂସାର ଶିକାର ହେବି ନାହିଁ। ଦୁଇଟି ବଡ଼ ଦଙ୍ଗା ମୁଁ ଅଙ୍ଗେ ନିଭେଇଛି ଏବଂ ସେଇ ଦଙ୍ଗା ଭିତରେ ବଞ୍ଚିଛି। ତାହା ଦ୍ୱାରା ମୁଁ ଶାରୀରିକ ଭାବେ ବା ବସ୍ତୁଗତ ଭାବେ ପ୍ରଭାବିତ ହୋଇନାହିଁ। ମୁଁ ଅସୁରକ୍ଷିତ ନ ଥିଲି (ମୁଁ ଏକ ବଡ଼ ମନ୍ଦିର ପାଖରେ ବାସ କରୁଥିଲି ଏବଂ ମୋର ସବୁ ପଡ଼ୋଶୀ ଥିଲେ ହିନ୍ଦୁ) ଏବଂ ମୋ ଜାଣିବାରେ କେହି କ୍ଷତିଗ୍ରସ୍ତ ହୋଇ ନ ଥିଲେ। ହିଂସା ଦ୍ୱାରା ମୁଁ ପ୍ରଭାବିତ ହୋଇ ନାହିଁ କିମ୍ବା ମୁଁ କୌଣସି ଅସ୍ମିତା (ସ୍ବାଭିମାନ) ହରାଇ ନାହିଁ ବା ଅସ୍ମିତା ଅନୁଭବ କରିନାହିଁ। ମୁଁ ଜଣେ ଗୁଜରାଟୀ ହୋଇଥିବାରୁ ଲଜ୍ଜା ଅନୁଭବ କରୁଥିଲି ଏବଂ ଏବେ ବି କରୁଛି। କାରଣ ଗୋଟିଏ ସମ୍ପ୍ରଦାୟ ଉପରେ ସାମୂହିକ ପ୍ରତିଶୋଧ ନେବା ହେଉଛି ବର୍ବରତା। କୌଣସି ସଭ୍ୟ ମଣିଷ ଏପରି କରେ ନାହିଁ, ଏପରି କାର୍ଯ୍ୟକୁ କ୍ଷମା କରେ ନାହିଁ, ଏହାକୁ ଠିକ୍‌ ବୋଲି ଦର୍ଶାଇବାକୁ ଚେଷ୍ଟା କରେ ନାହିଁ ବା ଏହାକୁ ଉପେକ୍ଷା କରେ ନାହିଁ।
ଏବେ ଯେଉଁ ନିର୍ବାଚନ ପ୍ରଚାର ସରିଲା, ସେଥିରେ କୌଣସି ଦଳ ଏପରି କିଛି ଘୋଷଣା କରିନାହାନ୍ତି, ଯାହା ମୋ ଜୀବନକୁ ବଦଳାଇ ଦେଇପାରିବ। ମୋର ବୟସ ପ୍ରାୟ ୫୦ ପାଖାପାଖି ଏବଂ ମୁଁ ଅନେକ ସାଧାରଣ ନିର୍ବାଚନ ଦେଖି ସାରିଲିଣି। ସେସବୁ ନିର୍ବାଚନରେ ଯାହା କିଛି କୁହାଯାଇଛି ବା ଘୋଷଣା କରାଯାଇଛି, ସେସବୁ କିଛି ମୋତେ ଆନ୍ଦୋଳିତ କରିନାହିଁ। ଏବେ ଜଣେ ପ୍ରାର୍ଥୀ କହିଲେ ଯେ ଗାନ୍ଧୀଙ୍କ ହତ୍ୟାକାରୀ ଥିଲେ ଜଣେ ଦେଶଭକ୍ତ। ତାଙ୍କ ଦଳ ତାଙ୍କୁ କ୍ଷମା ମାଗିବାକୁ କହିଲା କିନ୍ତୁ ସତକଥା ହେଲା ସେ ଠିକ୍‌ କହିଥିଲେ। ଏ ସରକାର ଓ ତାଙ୍କ ନେତାମାନଙ୍କ ବିଚାରରେ ଦେଶଭକ୍ତି କହିଲେ ଯାହା ବୁଝାଯାଏ, ସେହି ହିସାବରେ ଗଡ଼ସେ ଥିଲେ ଜଣେ ଦେଶଭକ୍ତ। ଜଣେ ବ୍ୟକ୍ତି ଯିଏ ଟିକସ ପଇଠ କରେ ଓ ଦେଶର ଆଇନକାନୁନ ମାନେ ସିଏ ଦେଶଭକ୍ତ ନୁହଁ। ଦେଶଭକ୍ତ ହେବା ପାଇଁ ଆପଣଙ୍କୁ କୁତ୍ସିତ ଭାଷାରେ ପାକିସ୍ତାନକୁ ଗାଳିଦେବାକୁ ପଡ଼ିବ। ଗାନ୍ଧୀଙ୍କ ସମ୍ପର୍କରେ ଗଡ଼ସେଙ୍କ ଧାରଣା ଥିଲା ଯେ ସେ ହେଉଛନ୍ତି ମୁସଲମାନ-ସପକ୍ଷବାଦୀ। ଯେତେବେଳେ ଗାନ୍ଧୀଙ୍କ ସମ୍ମତି ନେଇ କଂଗ୍ରେସର ତୁଙ୍ଗ ନେତାମାନେ ଦେଶର ବିଭାଜନ କଲେ, ଅର୍ଥାତ୍‌ ଭାରତମାତାକୁ ଦୁଇଭାଗ କରିଦେଲେ, ସେତେବେଳେ ତାଙ୍କ ମନରେ କ୍ରୋଧାଗ୍ନି ଜଳିଉଠିଥିଲା। ତତ୍କାଳୀନ କଂଗ୍ରେସ ସରକାର ପ୍ରତି ତାଙ୍କର କୌଣସି ସମ୍ମାନ ନ ଥିଲା, କାରଣ ତାଙ୍କ ବିଚାରରେ ସରକାର ଅନ୍ୟାୟ ଭାବରେ କେବଳ ମୁସଲମାନଙ୍କୁ ସମର୍ଥନ କରୁଛନ୍ତି। କିନ୍ତୁ ଗାନ୍ଧୀଙ୍କ ଯୋଗୁ କଂଗ୍ରେସ ସରକାର ଏପରି ନୀତି ଆପଣାଇଛନ୍ତି ବୋଲି ତାଙ୍କ ମନରେ ଧାରଣା ବଦ୍ଧମୂଳ ହେଲା। ତେଣୁ ସେ ଗାନ୍ଧିଜୀଙ୍କୁ ହତ୍ୟା କରିବା ପାଇଁ ନିଷ୍ପତ୍ତି ନେଲେ। ଗଡ଼ସେ ତାଙ୍କ ଶେଷ ବିବୃତିରେ ଯାହା କହିଛନ୍ତି, ସେଥିରୁ କୌଣସି ଗୋଟିଏ ଅଂଶରେ ଏ ସରକାର, ଏ ପ୍ରଧାନମନ୍ତ୍ରୀ, ତାଙ୍କ ଦଳ ଓ ତାଙ୍କ ଆଦର୍ଶ ଅସମ୍ମତ ହେବ ବୋଲି ମୁଁ ଭାବୁନାହିଁ। ତେଣୁ ସାଧ୍ୱୀ ପ୍ରଜ୍ଞା ଯାହା କହିଛନ୍ତି, ତାହା ଭାଜପାର ଆଦର୍ଶ ଅନୁସାରେ ଭୁଲ୍‌ ନୁହେଁ। ସେଥିପାଇଁ ତାଙ୍କର ଲୋକ ସଭା ଟିକେଟକୁ ପ୍ରତ୍ୟାହାର କରି ନିଆଯାଇ ନାହିଁ।
ମୁଁ କହିଛି ଯେ ମୁଁ କୌଣସି ସରକାରଙ୍କ ନୀତି ଦ୍ୱାରା କେବେ ବି ପ୍ରଭାବିତ ହୋଇ ନାହିଁ। ତେଣୁ ମୁଁ ଭାଜପା ବା କଂଗ୍ରେସକୁ ଭୋଟ ନ ଦେଇ ଜଣେ ସ୍ବାଧୀନ ପ୍ରାର୍ଥୀ ପ୍ରକାଶ ରାଜଙ୍କୁ ଭୋଟ ଦେଇଛି। ଏ ଭୋଟ ସେଇ ଭାରତୀୟମାନଙ୍କ ପାଇଁ, ଯେଉଁମାନେ ନିର୍ବାଚନ ଓ ସରକାରଙ୍କ ନୀତି ଦ୍ୱାରା ପ୍ରଭାବିତ ହୁଅନ୍ତି। ଆମ ଭିତରେ ଅନେକ ଲୋକ ଅଛନ୍ତି ଯେଉଁମାନେ ସରକାରଙ୍କ କାର୍ଯ୍ୟ ଦ୍ୱାରା କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଛି। ଅନେକ ଲୋକ ସରକାରଙ୍କ ସଂଖ୍ୟାଗରିଷ୍ଠ ଆଦର୍ଶ ଦ୍ୱାରା ଭୟ ଓ ଅସୁରକ୍ଷା ଭିତରେ ଗତି କରିବେ। ତେଣୁ ମୋର ଭୋଟ ଖଣ୍ଡିକ ସେଇମାନଙ୍କ ସୁରକ୍ଷା ଓ ହିତ ପାଇଁ ଉଦ୍ଦିଷ୍ଟ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri