Posted inଖେଳ

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଦିବ୍ୟାଂଶୀ ଏତେ ମାତ୍ରାରେ ଦୁଃଖିତ ଓ ବ୍ୟାକୁଳ ଦେଖାଯାଉଛନ୍ତି ଯେ ସେ ନିଜ ମାତାପିତାଙ୍କ ନିକଟରେ କ୍ଷମା ମାଗୁଛନ୍ତି ଏବଂ ନିଜ ଜୀବନ ଶେଷ କରିବା ବିଷୟରେ କଥା ହେଉଛନ୍ତି। ସେ ଭିଡିଓରେ ଉଲ୍ଲେଖ କରିଛନ୍ତି ଯେ ଏହା ତାଙ୍କର ଶେଷ ଭିଡିଓ ହୋଇପାରେ। ଦିବ୍ୟାଂଶୀ ରାଜସ୍ଥାନର କୋଟା ଅଞ୍ଚଳର ବାସିନ୍ଦା।

ଭିଡିଓରେ ନିଜର ଦୁଃଖ ବ୍ୟକ୍ତ କରି ଦିବ୍ୟାଂଶୀ କୁହନ୍ତି ଯେ ସେ ଏସୀୟ କ୍ରୀଡ଼ା ପାଇଁ ଦୀର୍ଘ ଦିନ ଧରି କଠିନ ପରିଶ୍ରମ କରିଥିଲେ। ଏହି ବିଶାଳ ମଞ୍ଚରେ ଦେଶ ପାଇଁ ଖେଳିବାର ସ୍ବପ୍ନ ସେ ଦେଖିଥିଲେ, କିନ୍ତୁ ଏସୀୟ କ୍ରୀଡ଼ା ଦଳରୁ ବାଦ ପଡ଼ିବା ଖବର ତାଙ୍କୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି। ତାଙ୍କ ସ୍ବର ଏବଂ ମୁଖମଣ୍ଡଳର ଭାବଭଙ୍ଗୀ ତାଙ୍କର ନିରାଶାକୁ ସ୍ପଷ୍ଟ ଭାବେ ପ୍ରକାଶ କରୁଛି। ସେ କହିଛନ୍ତି, ମା’ ଓ ବାପା, ମୋତେ କ୍ଷମା କରିଦିଅନ୍ତୁ… ମୁଁ ମୃତ୍ୟୁ ବିଷୟରେ କଥା ହେଉଛି। ଏହା ପରେ ସେ ନିଜ ଜୀବନକୁ ନେଇ ଗଭୀର ନିରାଶା ପ୍ରକାଶ କରନ୍ତି।

ଦିବ୍ୟାଂଶୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଲୋକଙ୍କୁ ଭାବବିହ୍ବଳ କରିଛି। ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଜଣେ ଖେଲାଳି ଏଭଳି ଭାଙ୍ଗି ପଡ଼ିବା ଦୃଶ୍ୟ ସମସ୍ତଙ୍କୁ ଗଭୀର ଭାବେ ବ୍ୟଥିତ କରୁଛି।

ଭିଡିଓରେ ଦିବ୍ୟାଂଶୀ ଖୋଲାଖୋଲି ଭାବେ ନିଜ ମନର କଥା ବା ମାନସିକ ସ୍ଥିତି ବର୍ଣ୍ଣନା କରିଛନ୍ତି। ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବାର ସୁଯୋଗ ତାଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଥିଲା, ତାହା ସେ ବୁଝାଇଛନ୍ତି। ସେ ଅତ୍ୟନ୍ତ କଠିନ ପରିଶ୍ରମ କରିଥିଲେ ଏବଂ ଦେଶର ତଥାପି, ଭିଡିଓଟି ଜାରି ହେବା ପରଠାରୁ ଦିବ୍ୟାଂଶୀଙ୍କ ବିଷୟରେ ଆଉ କୌଣସି ସୂଚନା ମିଳିନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨ ଦିନ ପରେ ନବପଞ୍ଚମ ଯୋଗ: ମିଥୁନ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ! ବୃହସ୍ପତିଙ୍କ କୃପାରୁ ବର୍ଷିିବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ଓ ସେମାନଙ୍କର ପରସ୍ପର ସ୍ଥିତିକୁ ବେଶ ଗୁରୁତ୍ୱ ଦିଆଯାଏ। ଦୁଇଟି ଗ୍ରହ ନିର୍ଦ୍ଦିଷ୍ଟ ସ୍ଥିତିରେ ଆସିଲେ ବିଭିନ୍ନ ଯୋଗ ସୃଷ୍ଟି…

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ନନ୍ଦନକାନନରେ ଦେଖାଦେଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ…

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ‘ପ୍ଲାଟିନମ ଶୋ’

ଭୁବନେଶ୍ୱର, ୧୨ା୯(ସନ୍ତୋଷ କୁମାର ବେହେରା): ଅନ୍ୟତମ ପ୍ରତିଷ୍ଠିତ ଜୁଏଲେରି ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସ୍ଥାନୀୟ ଶହୀଦନଗର ଷ୍ଟୋରରେ ‘ପ୍ଲାଟିନମ ଶୋ’ର ଶୁଭାରମ୍ଭ ହୋଇଛି…

ପେମେଣ୍ଟ ଲିଙ୍କ୍‌ ସହ ସ୍ଥାନୀୟ ମୁଦ୍ରାରେ କାରବାର କର

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସ୍ଥାନୀୟ ମୁଦ୍ରାରେ ବ୍ୟାପାର ଏବଂ ସେମାନଙ୍କର ତତ୍କାଳୀନ ପେମେଣ୍ଟ ସିଷ୍ଟମର ସଂଯୋଗୀକରଣ ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?