Categories: ଖେଳ

ମୀରାବାଈଙ୍କୁ ସ୍ବର୍ଣ୍ଣ

ଆପିଆ (ସାମୋଆ), ୯।୭ (ପି.ଟି.)- ପ୍ରାକ୍ତନ ବିଶ୍ୱ ବିଜୟିନୀ ତଥା ଭାରତର ତାରକା ଭାରୋତ୍ତୋଳିକା ମୀରାବାଈ ଚାଣୁ ଏଠାରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ସମ୍ମାନଜନକ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସିନିୟର ମହିଳା ୪୯ କିଗ୍ରା ବର୍ଗରେ ମୀରାବାଈ ମୋଟ୍‌ ୧୯୧ କିଗ୍ରା (ସ୍ନାଚରେ ୮୪ + କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୧୦୭)ଭାର ଉଠାଇ ପ୍ରଥମ ସ୍ଥାନ ହାସଲ କରିଥିଲେ। ଏହି ସିକ୍କିମ ତାରକା ବିଜୟ ସହ ଯେଉଁ ପଏଣ୍ଟ ହାସଲ କରିଛନ୍ତି ୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିବାରେ ତାଙ୍କୁ ସହଜ କରିବ। ଏଥିପୂର୍ବରୁ ମୀରାବାଈ ଶେଷଥର ପାଇଁ ଏପ୍ରିଲରେ ଚାଇନାର ନିଙ୍ଗବୋରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ରେ ୧୯୯ (୮୬+୧୧୩) କିଗ୍ରା ଭାର ଉଠାଇ ଅଳ୍ପକେ ପଦକ ଅର୍ଜନରୁ ବଞ୍ଚତ୍ତ ହୋଇଥିଲେ। ଗତ ୧୮ ମାସ ମଧ୍ୟରେ ହୋଇଥିବା ୬ ଇଭେଣ୍ଟର ଶ୍ରେଷ୍ଠ ୪ ଫଳାଫଳକୁ ଆଧାର କରି ୨୦୨୦ ଅଲିମ୍ପିକ ଲାଗି ଯୋଗ୍ୟତା ଅର୍ଜନକୁ ବିଚାରକୁ ନିଆଯିବ।

Share