‘ମିସ୍‌ ପ୍ଲସ୍‌ ସାଇଜ୍‌ ଇଣ୍ଡିଆ’ ଫାଇନାଲରେ ଓଡ଼ିଆ ଝିଅ ପାୟଲ

ଭୁବନେଶ୍ୱର,୨୫।୬: ଦୃଢ଼ ଇଚ୍ଛାଶକ୍ତି ଆଗରେ ସବୁକିଛି ହାର୍‌ ମାନେ। ମନରେ କିଛି କରିବାର ଆକାଂକ୍ଷା ଥିଲେ ମଣିଷ କେଉଁଠି ବି ପହଞ୍ଚିପାରେ। ଏହାକୁ ପ୍ରମାଣ କରିଛନ୍ତି ଓଡ଼ିଶାର ପାୟଲ ଚୌଧୁରୀ। ସୌନ୍ଦର୍ଯ୍ୟର ମାପକାଠି କେବଳ ଜିରୋ ସାଇଜ୍‌ କିମ୍ବା ଗୋରା ଚେହେରା ନୁହେଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଦୃଢ଼ ମନୋବଳ ଓ ଉପସ୍ଥିତ ବୁଦ୍ଧି। ଏହି ଦୁଇଟି ଉପାଦାନ ସହ ମଣିଷ ଯେକୌଣସି ଲକ୍ଷ୍ୟ ହାସଲ କରିପାରେ, ଯାହାର ଉଦାହରଣ ସାଜିଛନ୍ତି ପାୟଲ।
ଭୁବନେଶ୍ୱର ନିକଟ ଫୁଲନଖରା ବାସିନ୍ଦା ପାୟଲ ମିସ୍‌ ପ୍ଲସ୍‌ ସାଇଜ୍‌ ଇଣ୍ଡିଆ ୨୦୧୯ ବିଉଟି ପ୍ୟାଜେଣ୍ଟର ଫାଇନାଲିଷ୍ଟ୍‌ ହେବାରେ ସକ୍ଷମ ହୋଇଛନ୍ତି। ପ୍ରଥମ ଓଡ଼ିଆ ଭାବେ ସେ ଏଭଳି ଏକ ଭିନ୍ନ ସଫଳତା ହାସଲ କରିଛନ୍ତି। ସୌନ୍ଦର୍ଯ୍ୟକୁ ନେଇ ଲୋକଙ୍କ ମନରେ ରହିଥିବା ଧାରଣାକୁ ସେ ଭୁଲ୍‌ ପ୍ରମାଣିତ କରିଛନ୍ତି। ବର୍ତ୍ତମାନ ସମୟରେ ପ୍ଲସ୍‌ ସାଇଜ୍‌ ମଡେଲିଂର କ୍ରେଜ୍‌ ଧୀରେ ଧୀରେ ବଢ଼ୁଥିବା ବେଳେ ମିସ୍‌ ପ୍ଲସ୍‌ ସାଇଜ୍‌ ଇଣ୍ଡିଆ ୨୦୧୯ ବିଉଟି ପ୍ୟାଜେଣ୍ଟ ତାଙ୍କୁ ଏକ ନୂଆ ପ୍ଲାଟ୍‌ଫର୍ମ ଦେଇଛି। ପ୍ରଥମରୁ ମଡେଲିଂ ପ୍ରତି ତାଙ୍କର ଆଗ୍ରହ ନ ଥିଲେ ବି ଧୀରେ ଧୀରେ ସେ ଗ୍ଲାମର୍‌ ଦୁନିଆ ଆଡ଼କୁ ଢଳିଥିଲେ। ଡ୍ୟାନ୍ସ ଓ ଷ୍ଟେଜ୍‌ ପରଫରମାନ୍ସରେ ତାଙ୍କର ଛୋଟବେଳୁ ଆଗ୍ରହ ଥିଲା। ଦେଖିବାକୁ ସାମାନ୍ୟ ମୋଟା ହୋଇଥିଲେ ମଧ୍ୟ ମଞ୍ଚରେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବାକୁ ଟିକେ ହେଲେ ହେଳା କରୁ ନ ଥିଲେ। ପ୍ରତି ପରଫରମାନ୍ସ ପରେ ଲୋକେ ତାଙ୍କ ନୃତ୍ୟର ପ୍ରଶଂସା କରୁଥିଲେ। ଯେଉଁଠି ତାଙ୍କ ଭଳି ଚେହେରା ଥିବା ଅନ୍ୟ ପିଲା ଷ୍ଟେଜ୍‌ ପରଫରମାନ୍ସ ପାଇଁ କୁଣ୍ଠାବୋଧ କରୁଥିଲେ, ସେଠି ସେ ଦୃଢ଼ ଇଚ୍ଛାଶକ୍ତି ସହ ଆଗକୁ ଆସୁଥିଲେ। ଏପରି କି, ଡ୍ୟାନ୍ସ କଲାବେଳେ ଅନେକ ଥର ଲୋକଙ୍କ ଥଟ୍ଟା, ପରିହାସ ମଧ୍ୟ ଶୁଣିଛନ୍ତି। କିନ୍ତୁ ଏହା ତାଙ୍କ ପ୍ୟାଶନକୁ କେବେ ଭାଙ୍ଗିପାରି ନ ଥିଲା, ବରଂ ସକାରାତ୍ମକ ଚିନ୍ତାଧାରା ସହ ସେ ମଡେଲିଂରେ ପାଦ ରଖିବେ ବୋଲି ସ୍ଥିର କରିଥିଲେ। ଏଥିରେ ତାଙ୍କ ମା’ ତାଙ୍କୁ ପ୍ରଥମେ ସହଯୋଗର ହାତ ବଢ଼ାଇଥିଲେ। ପ୍ରଥମେ ସୋସିଆଲ ମିଡିଆରୁ ମିସ୍‌ ପ୍ଲସ୍‌ ସାଇଜ୍‌ ଇଣ୍ଡିଆ ସମ୍ପର୍କରେ ଜାଣିବା ପରେ ସେ ସାଙ୍ଗେ ସାଙ୍ଗେ ଏଥିପାଇଁ ଆବେଦନ କରିଥିଲେ। ଗତ ମେ ୨୫ରେ ବାଙ୍ଗାଲୋରରେ ଅଡିଶନ ଦେଇଥିଲେ। ଜୋରଦାର ପ୍ରସ୍ତୁତି ପରେ ଏହି ଜାତୀୟସ୍ତରୀୟ ଇଭେଣ୍ଟ୍‌ର ଫାଇନାଲରେ ପହଞ୍ଚିବାରେ ପାୟଲ ସଫଳ ହୋଇଛନ୍ତି। ଜୁନ୍‌ ୩୦ରେ ନୂଆଦିଲ୍ଲୀରେ ଏହାର ଗ୍ରାଣ୍ଡ୍‌ ଫିନାଲେ ଅନୁଷ୍ଠିତ ହେଉଥିବା ବେଳେ ଏଥିପାଇଁ ପାୟଲ ନିଜ ସ୍କିନ୍‌ ଓ ହେୟାର୍‌ର ସର୍ବାଧିକ ଯତ୍ନ ନେଉଛନ୍ତି। ଏହାସହ ସାଧାରଣ ଜ୍ଞାନ ଏବଂ ର଼୍ୟାମ୍ପ୍‌ଓ୍ବାକ୍‌ ଉପରେ ମଧ୍ୟ ଫୋକସ୍‌ କରୁଛନ୍ତି। ବାଙ୍ଗାଲୋରର କ୍ରୀଷ୍ଟ ୟୁନିଭର୍ସିଟିରେ ଜର୍ନାଲିଜମ୍‌ ଆଣ୍ଡ ମାସ୍‌ କମ୍ୟୁନିକେଶନରେ ମାଷ୍ଟର୍‌ ଡିଗ୍ରୀ କରୁଥିବା ପାୟଲ ଆଗକୁ ଯାଇ ଫ୍ୟାଶନ ଜର୍ନାଲିଜମ୍‌ରେ କ୍ୟାରିୟର କରିବେ ବୋଲି ଆଗ୍ରହ ରଖିଛନ୍ତି। କେବଳ ଏତିକି ନୁହେଁ, ବଡି ପଜିଟିଭିଟି ଆକ୍ଟିଭିଷ୍ଟ୍‌ ଭାବେ ମଧ୍ୟ କାମ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଇଣ୍ଟରନ୍ୟାଶନାଲ ପ୍ଲସ୍‌ ସାଇଜ୍‌ ମଡେଲ ଆଶ୍‌ଲେ ଗ୍ରାହମ୍‌ଙ୍କୁ ନିଜ ଆଦର୍ଶ ମାନୁଥିବା ପାୟଲ ଆଗକୁ ଯାଇ ତାଙ୍କ ଭଳି ସଫଳ ହେବାକୁ ସ୍ବପ୍ନ ଦେଖିଛନ୍ତି। ନିଜ ଚେହେରାକୁ ନେଇ କେବେ ପଶ୍ଚାତାପ କରିବା ଅନୁଚିତ। ସୌନ୍ଦର୍ଯ୍ୟ ସାଇଜ୍‌ଠାରୁ ବହୁତ ଊର୍ଦ୍ଧ୍ୱରେ। ନିଜକୁ ସର୍ବଦା ଗ୍ରହଣ କରି ପଜିଟିଭ୍‌ ଆଟିଚ୍ୟୁଡ୍‌ ସହ ଆଗକୁ ବଢ଼ିଲେ ସଫଳତା ନିଶ୍ଚୟ ମିଳିବ ବୋଲି ସେ କହିଛନ୍ତି।

ସସ୍ମିତା ପାଇକରାୟ 


Enter your email to get our daily news in your inbox.

All Right Reserved By Dharitri.Com

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri