ମିଳୁନି ଖାଦ୍ୟ, ଅସୁବିଧାରେ ବାହାର ରାଜ୍ୟର ଶ୍ରମିକ

କେନ୍ଦୁଝର, ୧ା୪ (ସ୍ବ.ପ୍ର.): ମହାମାରୀ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ଘୋଷଣା ପରେ ଜିଲା ଓ ରାଜ୍ୟ ସୀମା ସିଲ କରାଯାଇ ଯାତାୟାତ ଉପରେ କଟକଣା ଲାଗୁ କରାଯାଇଛି। ଏଣୁ ଯେଉଁ ରାଜ୍ୟରେ ଅନ୍ୟ ରାଜ୍ୟର ଲୋକ, ଶ୍ରମିକ ଅଟକି ରହିଯାଇଛନ୍ତି ସେହି ରାଜ୍ୟର ସରକାର ସେମାନଙ୍କୁ ମାଗଣା ଖାଦ୍ୟ ଓ ରହିବା ବ୍ୟବସ୍ଥା କରିବାକୁ ଆଦେଶ ହୋଇଛି। କିନ୍ତୁ ଠିକ୍‌ ଭାବେ ଖାଦ୍ୟ ମିଳୁନାହିଁ ବୋଲି ଅଟକି ଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। କେନ୍ଦୁଝର ଜିଲାରେ ଅଟକି ରହିଥିବା ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟର ଶ୍ରମିକ, ମିସ୍ତ୍ରୀ, ବ୍ୟବସାୟୀ ମାନେ ଏଭଳି ଆଦେଶ ଯୋଗୁଁ ଆଶ୍ୱସ୍ତ ହୋଇଛନ୍ତି। ତେବେ କେନ୍ଦୁଝର ସହରର ବିଭିନ୍ନ ସାହିରେ ଅଟକି ରହିଥିବା ପଶ୍ଚିମବଙ୍ଗର ନିର୍ମାଣ ଶ୍ରମିକମାନଙ୍କୁ ଦୁଇ ଦିନ ହେଲା ଖାଇବାକୁ ମିଳୁ ନ ଥିବାରୁ ଭୋକରେ ରହୁଥିବା ଅଭିଯୋଗ ହେଉଛି। ତନ୍ମଧ୍ୟରୁ ଜଗନ୍ନାଥପୁର (ଭାଲୁକିପାତଳା ) ସାହିର କୋର୍ଟ ପଛରେ ୧୬ ଜଣ, ଡିଏଭି ପବ୍ଲିକ ସ୍କୁଲ ନିକଟରେ (ଲେନ ୫)ରେ ୧୦ ଜଣ, ଲେନ ୨ ରେ ୧୦ ଜଣ, ସିରାଜଉଦ୍ଦିନ ଛକ ନିକଟ ଧୋବାଡିହା ସାହିରେ ୪ଜଣ ରହୁଥିବା ଜଣାପଡିଛି। ଲକ ଡାଉନ ଘୋଷଣା ହେବା ପରେ ସେମାନେ ବାହାରକୁ ବାହାରି ପାରୁ ନାହାନ୍ତି। ଏଣୁ ଅର୍ଥ ସାଙ୍ଗକୁ ଖାଦ୍ୟ ସମସ୍ୟା ମଧ୍ୟ ହେଉଛି। ଏଣୁ ସେମାନଙ୍କୁ ତୁରନ୍ତ ଖାଦ୍ୟ ଯୋଗାଇଦେବାକୁ ଆଇନଜୀବୀ ସୁରଜ ମହାପାତ୍ର, ଦୈତାରୀ ଆପଟ ଜିଲା ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି। ଏନେଇ ଜିଲାପାଳଙ୍କୁ ଜଣାଇ ପଦକ୍ଷେପ ନେବାକୁ କୁହାଯାଇଛି। ତେବେ ଏଭଳି ଶ୍ରମିକଙ୍କ ଚିହ୍ନଟ ଶ୍ରମ ବିଭାଗ କରୁଥିବା ବେଳେ ପୌରପାଳିକା ପକ୍ଷରୁ ଖାଦ୍ୟ ବା ରାଶନ ସାମଗ୍ରୀ ଯୋଗାଇ ଦିଆଯାଉଛି ବୋଲି ଜିଲା ଶ୍ରମ ଅଧିକାରୀ ଅଜୟ ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri