ମିଳିଲାନି ମହାପ୍ରୟାଣ ଗାଡ଼ି, ଖଟିଆରେ ବୁହା ହେଲା ମୃତଦେହ: ତଳିଆ କର୍ମଚାରୀ ସସ୍‌ପେଣ୍ଡ; ଇନ୍‌ଚାର୍ଜ, କାର୍ଯ୍ୟରତ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଦାରିଙ୍ଗବାଡ଼ି,୨୯।୬(ଡି.ଏନ୍‌.ଏ.)- ମିଳିଲାନି ମହାପ୍ରୟାଣ ଗାଡ଼ି। ଖଟିଆରେ ବୁହାହେଲେ ରୋଗୀଙ୍କ ମୃତଦେହ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ଏଠାରେ ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ସେ ହେଲେ ଶ୍ରାନିକେତା ଅଞ୍ଚଳର କିରଣ ପ୍ରଧାନ। ତେବେ ମୃତ୍ୟୁ ପରେ ମହାପ୍ରୟାଣ ଗାଡ଼ି ନ ମିଳିବାରୁ ତାଙ୍କୁ ପରିବାର ଲୋକେ ପ୍ରାୟ ୩ କିମି ଦୂର ନିଜ ଗ୍ରାମକୁ ଖଟରେ ବୋହି ନେଇଥିଲେ। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଏ ନେଇ ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ କନ୍ଧମାଳ ଜିଲା ସ୍ବାସ୍ଥ୍ୟାଧିକାରୀ ସମିର କୁମାର ଦାସ ସେଦିନ ଡ୍ୟୁଟିରେ ଥିବା ୱାର୍ଡ଼ ଆଟେଣ୍ଡାଣ୍ଟ ନିରାକାର ବେହେରାଙ୍କୁ ଶନିବାର ସସ୍‌ପଣ୍ଡ କରିଛନ୍ତି। ସେହିପରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜ ଡାକ୍ତର ଜୟପାଲ ସେନାପତି ଏବଂ ଡ୍ୟୁଟିରେ ରହିଥିବା ଦୁଇଜଣ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।

ଏନେଇ ସେନାପତି କହିଛନ୍ତି, ରୋଗୀଙ୍କ ଘର ଦାରିଙ୍ଗବାଡ଼ିଠାରୁ ମାତ୍ର ୩ କିମି ଦୂରରେ। ଦାରିଙ୍ଗବାଡ଼ିରେ ମହାପ୍ରୟାଣ ଯୋଜନାରେ ଗାଡ଼ି ନ ଥିବାରୁ ଆଟେଣ୍ଡାଣ୍ଟ ନିରାକାର ମୃତ କିରଣଙ୍କ ବାପା ଝାଙ୍କେଶ୍ୱର ପ୍ରଧାନଙ୍କୁ ବାଲିଗୁଡ଼ାରୁ ମହାପ୍ରୟାଣ ଗାଡ଼ି ଡକାଯାଇଛି ବୋଲି କହିଥିଲେ। ଦାରିଙ୍ଗବାଡ଼ିଠାରୁ ବାଲିଗୁଡ଼ାର ଦୂରତା ୫୦ କିମି ହୋଇଥିବାରୁ ଗାଡ଼ି ଆସିବା ବିଳମ୍ବ ହେବ। ଏଣୁ ଆମେ ନିଜ ସୁବିଧା କରି ନେଇଯିବୁ ବୋଲି କହିବା ସହ ଲିଖିତ ଭାବେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜଙ୍କୁ ଜଣାଇ କିରଣଙ୍କ ମୃତଦେହକୁ ଖଟିଆରେ ବୋହି ନେଇଥିଲେ। କୌଣସି ମନ୍ଦ ଉଦ୍ଦେଶ୍ୟ କି ସରକାରଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ନୁହେଁ ବରଂ ବିଳମ୍ବ ଯୋଗୁ ରୋଗୀଙ୍କୁ ନେଉଥିବା ସେ ଲିଖିତ ଭାବେ ଦେଇଥିବା ଆବେଦନ ପତ୍ରରେ ଉଲ୍ଲେଖ କରିଥିବା ଇନ୍‌ଚାର୍ଜ ସେନାପତିଙ୍କୁ ଜଣାଇଥିବା କହିଛନ୍ତି।

ସୂଚନାଯୋଗ୍ୟ, ଦାରିଙ୍ଗବାଡ଼ି ବ୍ଲକରେ ଗୋଟିଏ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ମହାପ୍ରୟାଣ ଯୋଜନାରେ ଗାଡ଼ି ରହିଥିଲା। କିଛି ଦିନ ଦାରିଙ୍ଗବାଡ଼ିରେ ରହିବା ପରେ ଗାଡ଼ିଟିକୁ ଅନ୍ୟତ୍ର ନିଆଯାଇଛି। ଫଳରେ ଅଞ୍ଚଳରେ କାହାର ମୃତ୍ୟୁ ହେଲେ ମୃତଦେହ ନେବା ପାଇଁ ବାଲିଗୁଡ଼ା କିମ୍ବା ଅନ୍ୟ ସ୍ଥାନରୁ ମହାପ୍ରୟାଣ ଗାଡ଼ି ଅଣାଯାଉଛି। ଫଳରେ ଲୋକେ ବହୁ ଖର୍ଚ୍ଚାନ୍ତ ହେଉଛନ୍ତି। କିଛି ଗରିବ ଲୋକ ବାଧ୍ୟ ହୋଇ ଖଟିଆ କିମ୍ବା କାନ୍ଧରେ ମଧ୍ୟ ମୃତଦେହ ବୋହିନେବା ନଜିର ରହିଛି। ଜିଲା ପ୍ରଶାସନ ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁ ପାଇଁ ଏକ ମହାପ୍ରୟାଣ ଗାଡ଼ି ଶୀଘ୍ର ଯୋଗାଇଦେବା ଆବଶ୍ୟକ ବୋଲି ସାମାଜିକ କର୍ମୀ ସୁରେଶ ବଳିଆରସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri