Categories: ଖେଳ

ମିଥାଲି ଭାରତୀୟ ଦଳ ଗୁଡଓ୍ବିଲ୍‌ ଆମ୍ବାସାଡର

ନୂଆଦିଲ୍ଲୀ, ୧୭।୪(ପି.ଟି.)- ଅଭିଜ୍ଞ ମହିଳା କ୍ରିକେଟର ମିଥାଲି ରାଜ ଷ୍ଟ୍ରିଟ୍‌ ଚାଇଲ୍ଡ ଓ୍ବାଲର୍‌ଡ କପ୍‌ ପାଇଁ ଭାରତୀୟ ଦଳର ଗୁଡଓ୍ବିଲ ଆମ୍ବାସାଡର ବା ସଦ୍‌ଭାବନା ରାଜଦୂତ ନିଯୁକ୍ତ ହୋଇଛନ୍ତି। ଭାରତୀୟ ମହିଳା ଦିନିକିଆ ଦଳ ଅଧିନାୟିକା ମିଥାଲି ଓ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସମେତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସ ମଧ୍ୟ ଏହି ଭାରତୀୟ ଦଳକୁ ସମର୍ଥନ ଜଣାଇଛନ୍ତି। ଏ ନେଇ ମିଥାଲି ଖୁସି ଜାହିର କରିଛନ୍ତି। ଭାରତରେ ସଡ଼କ ସହିତ ପ୍ରତ୍ୟକ୍ଷ ଭାବେ ଜଡିତ ଥିବା ୨୦ ଲକ୍ଷ ପିଲା ରହିଛନ୍ତି ଓ ଏମାନେ ଆମ ଦେଶର ଅମୂଲ୍ୟ ସମ୍ପଦ ବୋଲି ମିଥାଲି କହିଛନ୍ତି। ଜଣେ ମହିଳା କ୍ରିକେଟର ହିସାବରେ ଏହି ଟୁର୍ନାମେଣ୍ଟ ଦେଖିବାକୁ ମୁଁ ବ୍ୟଗ୍ର। ଉଭୟ ବାଳକ ଓ ବାଳିକା ଏହି ଟୁର୍ନାମେଣ୍ଡରେ ଅଂଶଗ୍ରହଣ କରିବା ସବୁଠାରୁ ଖୁସିର କଥା ବୋଲି ସେ କହିଛନ୍ତି। ପୂର୍ବରୁ ପିଟିସି ଇଣ୍ଡିଆ ଫାଇନାନ୍ସିଆଲ୍‌ ସର୍ଭିସ ଲିମିଟେଡ ଏହି ଭାରତୀୟ ଦଳକୁ ସମର୍ଥନ ଜଣାଇଛି।

Share