ମା’ ଶ୍ୟାମାକାଳୀ ମନ୍ଦିରରେ ହନୁମାନ ଜୟନ୍ତୀ: ଜୟ ଶ୍ରୀରାମ ଧ୍ୱନିରେ ଗୁଞ୍ଜରିତ ହେଲା ପରିବେଶ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ମା’ ଶ୍ୟାମାକାଳୀ ମନ୍ଦିର ପ୍ରାଙ୍ଗଣରେ ହନୁମାନ ଜୟନ୍ତୀ ଅବସରରେ ଏକ ଭବ୍ୟ ଓ ଆଧ୍ୟାତ୍ମିକ ମହାସମାରୋହର ଆୟୋଜନ କରାଯାଇଥିଲା। ଜୟ ଶ୍ରୀରାମ ଧ୍ୱନିରେ ପରିପୂର୍ଣ୍ଣ ହୋଇଯାଇଥିଲା ସମଗ୍ର ପରିବେଶ। ଭକ୍ତମାନଙ୍କ ଭିଡ଼, ଶ୍ରଦ୍ଧା ଓ ଭକ୍ତିର ମହଳରେ ସମଗ୍ର ମନ୍ଦିର ପରିସର ଧନ୍ୟ ହୋଇଯାଇଥିଲା। ସକାଳୁ ଆରମ୍ଭ ହୋଇଥିବା ଏହି ପବିତ୍ର ଉତ୍ସବରେ ଭକ୍ତମାନେ ପ୍ରଥମେ ଶ୍ରୀ ହନୁମାନଙ୍କୁ ପୂଜା ଅର୍ପଣ କରିଥିଲେ। ପରେ ହୋମ, ଯଜ୍ଞ ଓ ବିଶେଷ ପୂଜା ସହିତ ହନୁମାନ ଚାଳିସା ପାଠ ହୋଇଥିଲା, ଯାହା ଭକ୍ତିମୟ ପରିବେଶକୁ ଆହୁରି ଗଭୀର କରିଥିଲା । ଭକ୍ତମାନେ ପୁଷ୍ପ, ଫଳ ଓ ପ୍ରସାଦ ନେଇ ମନ୍ଦିରକୁ ପହଞ୍ଚି ଶ୍ରୀ ହନୁମାନଙ୍କ ନିକଟରେ ଶାନ୍ତି, ସମୃଦ୍ଧି ଓ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରିଥିଲେ। ମନ୍ଦିର ପ୍ରାଙ୍ଗଣ ଭକ୍ତମାନଙ୍କ ଭିଡ଼ରେ ଭରିଯାଇଥିବାବେଳେ, ଧାର୍ମିକ ଉତ୍ସାହ ଓ ଭକ୍ତିର ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା।
ଏହି ଅବସରରେ ପଣ୍ଡିତ ନରସିଂହ ଶତପଥୀ, ପଣ୍ଡିତ ହରିରାମ ପଣ୍ଡା, ପଣ୍ଡିତ ସତ୍ୟାନନ୍ଦ ଶତପଥୀ, ପଣ୍ଡିତ ଅନନ୍ତ ଶତପଥୀ, ପଣ୍ଡିତ ଆନନ୍ଦ ଷଡ଼ଙ୍ଗୀ ଓ ପଣ୍ଡିତ ସୁମନ୍ତ ଷଡ଼ଙ୍ଗୀ ମନ୍ତ୍ରୋଚ୍ଚାରଣ ସହିତ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। କାର୍ଯ୍ୟକ୍ରମର କର୍ତ୍ତା ଭାବରେ କାନ୍ତା ପ୍ରସାଦ ସାହୁ ସସ୍ତ୍ରୀକ ଉପସ୍ଥିତ ଥିଲେ। ଉତ୍ସବର ଆରମ୍ଭରୁ ମନ୍ଦିର କମିଟି ପକ୍ଷରୁ ଭକ୍ତମାନଙ୍କ ମଧ୍ୟରେ ପଣା ଓ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି ପବିତ୍ର ଦିନ ଭକ୍ତମାନଙ୍କ ପାଇଁ ଏକ ଆଧ୍ୟାତ୍ମିକ ଅନୁଭବ ହେବା ସହିତ ସମାଜରେ ଧାର୍ମିକ ଏକତା ଓ ଶାନ୍ତିର ସନ୍ଦେଶ ଦେଇଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

୬୦୦ ବର୍ଷର ଐତିହାସିକ ପରମ୍ପରା: ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ପଣା ଗ୍ରହଣ କରନ୍ତି…

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି (ମହା ବିଷୁବ ସଂକ୍ରାନ୍ତି) ମେରୁରେ ଗଞ୍ଜାମ ବ୍ଲକର ଶତ୍ରୁଶୋଲ ଗ୍ରାମ ନିକଟରେ ଥିବା ବାବା ମୁକ୍ତେଶରଙ୍କ ବହୁ…

ବଲାଙ୍ଗୀର ମେନ ମାର୍କେଟ ଚଳଚଞ୍ଚଳ: ହନୁମାନ ଜୟନ୍ତୀରେ…

ବଲାଙ୍ଗୀର,୧୪।୪( ସୁନିଲ କୁମାର ମହାନ୍ତି): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ କରାଯାଉଅଛି…

୨୨ ହାତ ଖାଇ ଦଣ୍ଡରୁ ଝୁଲିଲେ ପାଟୁଆ: କଣ୍ଟା ଫୁଟାଇଥିଲେ ମଧ୍ୟ ବାହାରୁ ନଥିଲା ରକ୍ତ

ସାକ୍ଷୀଗୋପାଳ,୧୪।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ନିକଟବର୍ତ୍ତୀ ଭୀମପୁର ଓ ଦାଶବିଦ୍ୟାଧରପୁର ଗ୍ରମାରେ ପ୍ରସିଦ୍ଧ ଖାଇଫୋଡ ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମାନସିକ ପୂରଣ…

ନିଆଁରେ ଚାଲିଲେ ମାନସିକଧାରୀ, ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼

ରିଷିଡା୧୪।୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ପୀଠରେ ଝାମୁଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ମା’ ତାରିଣୀ…

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କେନ୍ଦୁ ଗଣ୍ଡି କାଠ, ଖବରପାଇ ଅଚାନକ ଚଢାଉ କଲା ବନବିଭାଗ, ମିଳିଲା ଏତେ ମୂଲ୍ୟର…

ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri