ପରିବହନ ସଂଘ ସହ ପ୍ରଶାସନର ବୈଠକ: ମାଲ୍‌ ପରିବହନ ପାଇଁ ସଜାଗ ରୁହ

ଅନୁଗୋଳ ଅଫିସ, ୨୫।୩ – ଅନୁଗୋଳ ଜିଲାରେ ଲକ୍‌ଡାଉନ ସହ ୧୪୪ ଧାରା ବଳବତ୍ତର ଥିବାରୁ ଲୋକମାନଙ୍କୁ କିପରି ଅତ୍ୟାବଶ୍ୟକ ସାମଗ୍ରୀ ସହଜରେ ଉପଲବ୍ଧ କରାଯାଇପାରିବ ସେଥିପାଇଁ ମଙ୍ଗଳବାର ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏସ୍‌ପି ଜଗମୋହନ ମୀନା ଉପସ୍ଥିତ ଥିଲେ। ଅତ୍ୟାବଶ୍ୟକ ସାମଗ୍ରୀ ଯଥା ରାଶନ ସାମଗ୍ରୀ ଓ ପନିପରିବା, ଔଷଧ ପରିବହନରେ ଯେପରି କୌଣସି ସମସ୍ୟା ସୃଷ୍ଟି ନ ହୁଏ ସେଥିପାଇଁ ସଜାଗ ରହିବାକୁ ଜିଲାପାଳ ଟ୍ରକ୍‌ ମାଲିକ ସଂଘ ଓ ଅନ୍ୟ ପରିବହନ ସଂଘର କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ।
ମାଲ ପରିବହନ ସମୟରେ ଚାଳକମାନଙ୍କୁ ଖାଦ୍ୟ ଉପଲବ୍ଧ କରାଇବା ପାଇଁ ଜାତୀୟ ରାଜପଥର କିଛି ଢାବାକୁ ଖୋଲା ରଖାଯିବା ସହ ସହରର ୨/୩ଟି ପ୍ରମୁଖ ଛକରେ ଥିବା ଗାଡ଼ିରେ ଯନ୍ତ୍ରାଂଶ ଦୋକାନ ଖୋଲା ରଖାଯିବ ବୋଲି ଜିଲାପାଳ ମହାନ୍ତି ସୂଚନା ଦେଇଥିଲେ। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀର କୃତ୍ରିମ ଅଭାବ ଭଳି ପରିସ୍ଥିତି ସୃଷ୍ଟି ନ କରିବାକୁ ଜିଲାପାଳ ପାଇକାରୀ ବିକ୍ରେତାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବହୁ ସାମଗ୍ରୀ ପଶ୍ଚିମବଙ୍ଗ, କର୍ନାଟକ, ନାଗପୁର ଓ ରାୟପୁରରୁ ଆସୁଥିବାରୁ ପରିବହନରେ ହେଉଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ବିକ୍ରେତାମାନେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରତି ୭ ଦିନରେ ଥରେ ଉପଲବ୍ଧ ରାଶନ ସାମଗ୍ରୀର ସ୍ଥିତି ସମ୍ପର୍କରେ ସମ୍ପୃକ୍ତ ପାଇକାରୀ ବିକ୍ରେତାମାନେ ଅବଗତ କରିବା ସହ ରିଟେଲର ପଏଣ୍ଟକୁ ଆବଶ୍ୟକତା ଅନୁଯାୟୀ ମାଲ୍‌ ପଠାଇବାକୁ ଜିଲାପାଳ କହିଥିଲେ। ବୈଠକରେ ରାଜ୍ୟ ଟ୍ରକ୍‌ ମାଲିକ ସଂଘ ଓ ଜିଲା ଟ୍ରକ୍‌ ମାଲିକ ସଂଘ ସଭାପତି ବିଭୂତି ଭୂଷଣ ଦାସ, ଜିଲା ଯୋଗାଣ ଅଧିକାରୀ ଉମାଶଙ୍କର ପତି, ଆଞ୍ଚଳିକ ପରିବହନ ଅଧିକାରୀ ଜିତେନ୍ଦ୍ର କୁମାର ଭୋଇ, ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ ସମରେନ୍ଦ୍ର ପଟ୍ଟନାୟକ, ଡ୍ରଗସ୍‌ ଇନ୍ସପେକ୍ଟର ଏମ୍‌. ଶତପଥୀ, ଜିଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏଶନ୍‌ର ସମ୍ପାଦକ ନର୍ମଳ ଚନ୍ଦ୍ର ମିଶ୍ର, ବିଭିନ୍ନ ଔଷଧ ବିତରକ ସଂସ୍ଥା, ରାଶନ ସାମଗ୍ରୀ ପାଇକାରୀ ବିକ୍ରେତା ଓ ପରିବହନ ସଂସ୍ଥାର କର୍ମକର୍ତ୍ତାଙ୍କ ସହ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ଖେଳୁଥିଲେ,ହଠାତ୍ ମାଡ଼ି ଆସିଲା ଜୁଆର: ଭାସିଯାଇ ୮ ବର୍ଷର ଶିଶୁ ମୃତ, କାନ୍ଦ ବୋବାଳିରେ…

ଛତ୍ରପୁର, ୧ା୮(ଦିଲ୍ଲୀପ ସାମଲ / ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆ ପୋଡେମପେଟା ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ଲଗାଣ ବର୍ଷାରେ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ କେନ୍ଦୁଝର MP, ପୀଡ଼ିତଙ୍କୁ ଶୀଘ୍ର…

ବଞ୍ଚୋ, ୧।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର MP ଅନନ୍ତ ନାୟକ…

ରାଧାରାଣୀଙ୍କୁ ଝୁରୁଛି ଗାଁ ମାଟି: ଅବଦାନ-ସଂଗ୍ରାମୀ ଭୂମିକାକୁ ମନେ ପକାଇଲେ…

ଦିଗପହଣ୍ଡି, ୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟସ୍ଥ ରୋହି ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ରାଧାରାଣୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର…

ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ

କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…

ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…

ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…

ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର

ବଉଳା,୧ା୮(ଦୁର୍ଗାପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ପଞ୍ଚାୟତ ମଠଡାହିଠାରେ ନିର୍ମିତ ବ୍ଲକ୍‌ସ୍ତରୀୟ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଘାସ, ଲତାରେ ୨…

ଆନନ୍ଦପୁର ରିଙ୍ଗ୍ ବନ୍ଧ ଘାଇ ହୋଇ ବନ୍ୟା ବିପର୍ଯ୍ୟୟ: ସରକାର-ଜଳସମ୍ପଦ ବିଭାଗ ଉପରେ ବର୍ଷିଲେ ଜୟଦେବ ଜେନା

ଆନନ୍ଦପୁର, ୧।୮(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ରିଙ୍ଗ୍ ବନ୍ଧରେ ଘାଇ ସୃଷ୍ଟି ହୋଇ ବନ୍ୟା ବିପର୍ଯ୍ୟୟ ଘଟିବା ପରେ ଶନିବାର ଆନନ୍ଦପୁରରେ କଂଗ୍ରେସ ପକ୍ଷରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri