ମାଲେସିଆକୁ ମହଙ୍ଗା ପଡ଼ିପାରେ ପାକିସ୍ତାନକୁ ସମର୍ଥନ

କୁଆଲା ଲମପୁର,୧୫।୧୦: ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉପରେ ମାଲେସିଆ ପାକିସ୍ତାନର ସପକ୍ଷରେ ବାହାରିବା ପରେ ଭାରତ ଓ ମାଲେସିଆ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ରିପୋର୍ଟ ଅନୁସାରେ, ଏଥିଯୋଗୁ ନୂଆଦିଲ୍ଲୀ ପାମ୍‌ ଅଏଲ ଓ ମାଲେସିଆର ଅନ୍ୟ ଉତ୍ପାଦନ ଆମଦାନୀ ଉପରେ କାଟଛାଟ କରିବା ଉପରେ ବିଚାର କରୁଥିବା ଜଣାପଡ଼ିଛି। ଭାରତ ରିଫାଇନରି ମାଲେସିଆଠାରୁ ପାମ୍‌ ଅଏଲ୍‌ କ୍ରୟ କରିବା ବନ୍ଦ କରିଦେଇଛି। ମାଲେସିଆରୁ ଆମଦାନୀ ହ୍ରାସ କରିବା ପାଇଁ ଦିଲ୍ଲୀ ଆୟକର ବଢ଼ାଇବା ସହ ଅନ୍ୟ ପଦକ୍ଷେପ ଗ୍ରହଣ କରିପାରେ ବୋଲି ଭୟଭୀତ ହୋଇପଡ଼ିଛନ୍ତି ଉତ୍ପାଦକ। ହେଲେ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଏନେଇ ଅଧିକାରୀ ସ୍ତରରେ କୌଣସି ସୂଚନା ମିଳିନାହିଁ। ଏନେଇ ସ୍ପଷ୍ଟ ସୂଚନା ନ ମିଳିବା ପର୍ଯ୍ୟନ୍ତ ଇଣ୍ଡୋନେସିଆରୁ ପାମ୍‌ ଅଏଲ୍‌ ଆମଦାନୀ କରାଯିବ ବୋଲି ବ୍ୟବସାୟୀ କହିଛନ୍ତି। ଅନ୍ୟପଟେ ଏନେଇ ମାଲେସିଆ ପ୍ରଧାନମନ୍ତ୍ରୀ ମହାତିର ମହମ୍ମଦ ପ୍ରତିକ୍ରୟା ରଖିଛନ୍ତି। ସେ କହିଛନ୍ତି, କଶ୍ମୀର ଉପରେ ଦେଇଥିବା ବୟାନ ଯୋଗୁ ଦୁଇ ଦେଶ ମଧ୍ୟରେ ଯେଉଁ ଟ୍ରେଡ ଓ୍ବାର ଆରମ୍ଭ ହେବାକୁ ଯାଉଛି ଏହା ତା’ର କାରଣ ହେବା ଉଚିତ୍‌ ନୁହେଁ। ଯଦି ଏଭଳି ହୁଏ, ତେବେ ଏହା ଦୁଇ ଦେଶର ପରାଜୟ ବୋଲି ମହାତିର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୃତିମ ସୂର୍ଯ୍ୟ ତିଆରି କରୁଛି ଚାଇନା, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମ୍ୟାଗନେଟ୍‌ର ପରୀକ୍ଷଣ ସଫଳ

ନୂଆଦିଲ୍‌ଲୀ,୨୮।୭: ପୃଥିବୀରେ ଶକ୍ତିର ସନ୍ଧାନ ମଧ୍ୟରେ ଚୀନ୍ ଏକ ବଡ଼ ସଫଳତା ହାସଲ କରିଛି। ଚୀନ୍ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍ (Superconducting Fusion…

ଭଦ୍ରକରେ ବୁଧବାର ସମସ୍ତ ସ୍କୁଲ-ଅଙ୍ଗନବାଡ଼ି ଛୁଟି

ଭଦ୍ରକ,୨୮।୭: ପ୍ରବଳ ବର୍ଷା ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଅର୍ଥାତ ବୁଧବାର ଜିଲାର…

ଟ୍ରେନ ଆଗକୁ ଡେଇଁ ପଡ଼ିଲେ ମହିଳା, ଆଉ ତା’ପରେ…

ବଲାଙ୍ଗୀର,୨୮।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଖୁଜେନପାଲି କବାଟପଡ଼ା ରେଳ ଲାଇନ୍‌ ନିକଟରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ରେଳବାଇ ପୋଲିସ ଉଦ୍ଧାର କରିଛି। ମହିଳାଙ୍କ ପରିଚୟ ମିଳି…

ଛାତ୍ର ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଗିରଫ ଛାତ୍ରଙ୍କୁ ମୁକ୍ତ କର…

ନୂଆଦିଲ୍‌ଲୀ,୨୮।୭: ମଙ୍ଗଳବାର, ସୁପ୍ରିମକୋର୍ଟ ଛାତ୍ର ପ୍ରଦର୍ଶନରେ ସାମିଲ ଥିବା ପ୍ରତିବାଦକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବିଭିନ୍ନ ଆବେଦନର ଶୁଣାଣି ସମୟରେ, କୋର୍ଟ କହିଛନ୍ତି ଯେ ଦିଲ୍ଲୀର…

ବିପଦ ସଂକେତ ଉପରେ ବୁଢ଼ାବଳଙ୍ଗ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ, ଏସ୍‌ପି

ବୈଶିଙ୍ଗା,୨୮।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ତଥା ବେତନଟୀ ବ୍ଲକ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ପୋଲ ନିକଟରେ ମଙ୍ଗଳବାର ଦ୍ୱିପ୍ରହର ସୁଦ୍ଧା ଜଳସ୍ତର ବିପଦ…

ସଂସଦରେ ପ୍ରିୟଙ୍କାଙ୍କୁ କଟାକ୍ଷ କଲେ ରିଜିଜୁ; ‘ରାହୁଲଙ୍କ ଭାଷଣ ଚୋରି କରିଦେଲେ…

ନୂଆଦିଲ୍ଲୀ,୨୮।୭: ମଙ୍ଗଳବାର ଲୋକ ସଭାରେ ପେପର ଲିକ ବିରୋଧୀ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ କଂଗ୍ରେସ ଦଳ ପକ୍ଷରୁ ଭାଷଣ ଦେଇଥିଲେ।…

ପାଲଲହଡ଼ା-ବାଉଁଶଯୋଡ଼ା ବ୍ରିଜରେ ୫ ଫୁଟ ବନ୍ୟା ପାଣି

ଭୁବନେଶ୍ୱର,୨୮।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ପାଲଲହଡ଼ା-ବାଉଁଶଯୋଡ଼ା ନଦୀ ବ୍ରିଜ ଉପରେ…

ଅଚାନକ ଭାରତୀୟ କୋଚ୍‌ ଦେଲେ ଇସ୍ତଫା: କ୍ରିକେଟ ଜଗତରେ ହଇଚଇ, ଏମିତି ନିଷ୍ପତ୍ତି ନେଇ…

ମୁମ୍ବାଇ,୨୮।୭: ଅଚାନକ ଟିମ ଇଣ୍ଡିଆର ସହକାରୀ କୋଚ୍‌ ରୟାନ ଟେନ ଡୋଶେଟ (Ryan ten Doeschate) ନିଜ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁକେ (UK) ଗସ୍ତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri