Categories: ଖେଳ

ମାରାଡୋନାଙ୍କ ସଫଳ ଅସ୍ତ୍ରୋପଚାର

ବୁଏନ୍ସ ଏରିଜ୍‌, ୨୫।୭ (ପି.ଟି.)- ବିଶ୍ୱକପ୍‌ ବିଜୟୀ ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ଫୁଟବଲର୍‌ ଡିଏଗୋ ମାରାଡୋନାଙ୍କ ଆଣ୍ଠୁ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି। ସ୍ଥାନୀୟ ଏକ କ୍ଲିନିକରେ ଏହି ଅସ୍ତ୍ରୋପଚାର ହୋଇଥିବା ମାରାଡୋନାଙ୍କ ଲୟର ପ୍ରକାଶ କରିଛନ୍ତି। ଆର୍ଜେଣ୍ଟିନା ଦଳର ଏହି ପ୍ରାକ୍ତନ କୋଚ୍‌ ନିକଟରେ ମେକ୍ସିକାନ୍‌ ସେକେଣ୍ଡ ଡିଭିଜନ କ୍ଲବ ଡୋରାଡସ୍‌ର ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଥିଲେ। ଏହି ପଦରେ ୯ ମାସ ରହିବା ପରେ ମାରାଡୋନା ବ୍ୟକ୍ତିଗତ ସ୍ବାସ୍ଥ୍ୟ ସମସ୍ୟା ଦର୍ଶାଇ ପ୍ରଶିକ୍ଷକ ପଦ ଛାଡ଼ିଥିଲେ। ବୁଧବାର ତାଙ୍କ ଡାହାଣ ଗୋଡ଼ ଆଣ୍ଡୁ ଓ କହୁଣିରେ ଆସ୍ତ୍ରୋପଚାର ହେବାର କାର୍ଯ୍ୟକ୍ରମ ରହିଛି ବୋଲି ତାଙ୍କ ଲୟର ମାଟିଆସ ମୋର୍ଲା ନିକଟରେ କହିଥିଲେ। ପ୍ରକାଶଯୋଗ୍ୟ, ୫୮ ବର୍ଷୀୟ ମାରାଡୋନାଙ୍କ ବାମ କହୁଣିରେ ଏଥିପୂର୍ବରୁ ୨୦୧୭ରେ ଦୁବାଇଠାରେ ଅସ୍ତ୍ରୋପଚାର ହୋଇଥିଲା।

Share