ମାନ୍ଦାବସ୍ଥା ଦୂର ଲାଗି ଉପାୟ ଦେଲା ଶିଳ୍ପ ଜଗତ

ନୂଆଦିଲ୍ଲୀ,୨୩-୯: ଦେଶର ଅର୍ଥନୈତିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହାର ଦୂରୀକରଣ ଲାଗି ଦେଶର ଶିଳ୍ପ ଜଗତ ପକ୍ଷରୁ ବିଭିନ୍ନ ଉପାୟ ଦିଆଯାଇଛି। ଇଣ୍ଡିଆ ଟୁଡେ କନକ୍ଲେଭରେ ଦେଶର ଶିଳ୍ପ ଜଗତର ପ୍ରମୁଖ ବ୍ୟକ୍ତିତ୍ୟ ମାନେ ଯୋଗ ଦେଇ ମାନ୍ଦାବସ୍ଥା ବିରୋଧରେ ଲଢେଇ ଲାଗି ବିଭିନ୍ନ କୌଶଳ ସମ୍ପର୍କରେ ବ୍ୟାଖ୍ୟା କରିଛନ୍ତି। ସରକାର ଶୁକ୍ରବାର କର୍ପୋରେଟ ଟିକସ କ୍ଷେତ୍ରରେ ନେଇ ପଦକ୍ଷେପକୁ ଶିଳ୍ପ ଜଗତ ପକ୍ଷରୁ ସ୍ବାଗତ ତଥା ପ୍ରଶଂସା କରାଯାଇଛି। ଘରୋଇ କମ୍ପାନୀଗୁଡିକ ଲାଗି କର୍ପୋରେଟ ଟିକସ ହ୍ରାସ ନିଷ୍ପତ୍ତି ଦ୍ୱାରା ଦେଶର ପୁଞ୍ଜି ବଜାରରେ ଉତ୍ସାହ ଫେରିଛି। ସରକାରଙ୍କ ଏହି ପଦକ୍ଷେପ ଦେଶର ଅର୍ଥ ବ୍ୟବସ୍ଥା ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଏଠାରେ କୁହାଯାଇଛି।
ସରକାରଙ୍କ ପଦକ୍ଷେପକୁ ସ୍ବାଗତ କରି ଗୋଦରେଜ ଗ୍ରୁପର ଅଧ୍ୟକ୍ଷ ଆଦି ଗୋଦରେଜ କହିଛନ୍ତି, ସରକାରଙ୍କ ଉକ୍ତ ଘୋଷଣା ଅର୍ଥନୈତିକ ଧାରାରେ ପରିବର୍ତ୍ତନ ଆଣିବା ସହ ଦେଶକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତି ଭାବେ ଗଢି ତୋଳିବାରେ କାର୍ଯ୍ୟ କରିବ। ଏହା ଦ୍ୱାରା ମାନ୍ଦାମାସ୍ଥାରୁ ବାହାରିବାକୁ ଅର୍ଥ ବ୍ୟବସ୍ଥାକୁ ବଳ ମିଳବ। ଏପରି ସ୍ଥିତିରେ ଚାହିଦା ବୃଦ୍ଧିର ଆବଶ୍ୟକତା ରହିଛି ବୋଲି ଗୋଦରେଜ ମତ ରଖିଛନ୍ତି। ଟିକସ ହ୍ରାସ ହେଲେ ସେହି ଅନୁସାରେ ସାମଗ୍ରୀର ମୂଲ୍ୟ କମିବ ବୋଲି କହି ହେବ ନାହିଁ। ଗ୍ରାହକଙ୍କୁ ପ୍ରୋତ୍ସାହିତ କରିବା ନେଇ ବିଭିନ୍ନ ପଦକ୍ଷେପ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
ମାରୁତି ସୁଜୁକି ଅଧ୍ୟକ୍ଷ ଆର୍‌.ସି.ଭାର୍ଗଭ କହିଛନ୍ତି, ସରକାରଙ୍କ ଟିକସ ହ୍ରାସ ନିଷ୍ପତ୍ତି ଏକ ବଡ ପଦକ୍ଷେପ। ମାତ୍ର ଚାହିଦା ଦିଗକୁ ଧ୍ୟାନରେ ରଖିବାକୁ ହେବ। ମାନୁଫାକଚରିଂ କ୍ଷେତ୍ରରେ ପ୍ରଦର୍ଶନ ଉନ୍ନତି ଆଣିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। କେବଳ ଯୋଗାଣ କ୍ଷେତ୍ରରେ ବିଚାର ନ କରି ଚାହିଦା ଉପରେ ମଧ୍ୟ ଧ୍ୟାନ ରଖିବା ଉପରେ ହିରାନନ୍ଦିନୀ ଗ୍ରୁପ ଅଧ୍ୟକ୍ଷ ନିରଞ୍ଜନ ହୀରାନନ୍ଦିନୀ କହିଛନ୍ତି। ଏଭଳି ପଦକ୍ଷେପ ଦ୍ୱାରା ସରକାର ଦେଶକୁ ଟିକସ କ୍ଷେତ୍ରରେ ଏକ ଉନ୍ନତ ସ୍ଥାନ ଭାବେ ପରିବର୍ତ୍ତନ କରିବାକୁ ଚାହୁଁଥିବା ନୀତି ଆୟୋଗ ସିଇଓ ଅମିତାଭ କାନ୍ତ କାର୍ଯ୍ୟକ୍ରମରେ ମତ ଦେଇଛନ୍ତି। ବର୍ତ୍ତମାନ କାର ନିର୍ମାତା ମାନେ ସେମାନଙ୍କ ମୂଲ୍ୟ ହ୍ରାସ କରିବାର ସମୟ ଆସିଛି ବୋଲି ସେ କମ୍ପାନୀଗୁଡିକୁ ଆହ୍ବାନ ଦେଇଛନ୍ତି। ଏହା ହେଲେ ଅଟୋ ସେକ୍ଟରେ ଚାହିଦା ପୁଣି ଫେରିବ। ଏହା ବାଦ ଟିକସ ଅଧିକାରୀମାନେ ଆକ୍ରୋଶମୂଳକ ଭାବେ ବାଣିଜ୍ୟ ଗୋଷ୍ଠୀଙ୍କୁ ହଇରାଣ କରୁଥିବାରୁ ଏହାରେ କ୍ଷୋଭ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri