ମାନୁ ନାହାନ୍ତି କଟକଣା: ପେଟ୍ରୋଲ ଟାଙ୍କିରେ ଭତ୍ତା ବଣ୍ଟନ

ପୁରୀ ଅଫିସ,୨୫ା୩: ମହାମାରୀ କରୋନାକୁ ନେଇ ଏବେ ବିଶ୍ୱରେ ଆତଙ୍କ ଖେଳିଯାଇଛି। ଏହି ପ୍ରାଣଘାତୀ ଭୂତାଣୁ ବିଭିନ୍ନ ଦେଶକୁ ଡେଇଁ ଚାଲିଥିବାବେଳେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିଚାଲିିଛି। ଏହି ଭୂତାଣୁର କୌଣସି ଔଷଧ ବାହାରି ନ ଥିବାରୁ ଏହା କବଳରୁ ରକ୍ଷା ପାଇଁ ସଚେତନତା ଓ ସତର୍କତା ହିଁ ଏକମାତ୍ର ମାଧ୍ୟମ। ତେଣୁ ଏଭଳି ସ୍ଥିତିରେ କରୋନା ମୁକାବିଲା ପାଇଁ ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅନ୍ୟପକ୍ଷରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଭତ୍ତା ବଣ୍ଟନ ଉପରେ କଟକଣା ଲଗାଇଛନ୍ତି। ହିତାଧିକାରୀ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବେ ନାହିଁ କି ଗୋଟିଏ ଜାଗାରେ ସେମାନଙ୍କୁ ଏକତ୍ର କରି ଭତ୍ତା ବଣ୍ଟାଯିବ ନାହିଁ। ହିତାଧିକାରୀଙ୍କୁ ଘରକୁ ଯାଇ କର୍ମଚାରୀମାନେ ଭତ୍ତା ବାଣ୍ଟିବେ ବୋଲି ନିର୍ଦ୍ଦେଶ ରହିଛି। କିନ୍ତୁ ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରାଯାଇ ବୁଧବାର ପେଣ୍ଠକଟା ପେଟ୍ରୋଲ ଟାଙ୍କି ପରିସରରେ ଭତ୍ତା ବଣ୍ଟନ କରାଯାଇଛି।
କରୋନା ପାଇଁ ସାମାଜିକ ଦୂରତ୍ୱ ରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର। ଜିଲାରେ ଲକ୍‌ ଡାଉନ ଘୋଷଣା କରାଯାଇଛି। ହିତାଧିକାରୀଙ୍କ ଘରକୁ ଯାଇ ଭତ୍ତା ବଣ୍ଟନ ଲାଗି ନିଷ୍ପତ୍ତି ହୋଇଥିବାବେଳେ ବୁଧବାର ପେଣ୍ଠକଟା ପେଟ୍ରୋଲ ପମ୍ପରେ ହିତାଧିକାରୀ ଭତ୍ତା ନେବା ପାଇଁ ଧାଡ଼ିିରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ସରକାରଙ୍କ କଡ଼ାକଡ଼ି ନିୟମ ସତ୍ତ୍ବେ କେତେକ ସରକାରୀ କର୍ମଚାରୀ ଆଇନକୁ ନାଲିଆଖି ଦେଖାଉଛନ୍ତି। କେବଳ ଏହି ଗୋଟିଏ ଉଦାହରଣ ନୁହେଁ, ମଙ୍ଗଳବାର ପୁରୀ ସଦର ବ୍ଲକ ଗୋପୀନାଥପୁର ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ଭତ୍ତା ବଣ୍ଟନ କରାଯାଇଥିଲା। ସଦର ବିଡିଓ ଏ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଏଥିରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଜିଲାପାଳଙ୍କୁ ଚିଠି ଲେଖି ସୁପାରିସ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

ଶାଳପଡା ହାଟପଡ଼ିଆରେ ପୋଲିସର ଚଢ଼ାଉ: ବ୍ରାଉନ୍ ସୁଗାର ସହ ଯୁବକ ଗିରଫ

ହାଟଡିହୀ/ଆନନ୍ଦପୁର/ବଞ୍ଚୋ , ୩୦।୫ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ନିଶା କାରବାର ବିରୋଧରେ ପୋଲିସର କଡ଼ା ଆଭିମୁଖ୍ୟ…

ଛତ୍ରପୁରରେ ମାତିଛନ୍ତି ‘ଭ୍ୟାନିଟି ବ୍ୟାଗ୍’ ଲୁଟେରା: ଠାକୁରାଣୀଙ୍କ ଯାତ୍ରା ଗହଳିରୁ ଚୋରି କରୁଥିବା ଗ୍ୟାଙ୍ଗ୍‌ର ୪ ଗିରଫ…

ଛତ୍ରପୁର, ୩୦।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା  ସଦର ମହକୁମା ଛତ୍ରପୁର ସହର ଓ ଆଖପାଖ ଅଞ୍ଚଳରେ ଗତ କିଛି ସପ୍ତାହ ହେବ ମା’ ଠାକୁରାଣୀଙ୍କ ଯାତ୍ରା…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

ଭଞ୍ଜନଗରରେ କାଳବୈଶାଖୀର ତାଣ୍ଡବ: ପ୍ରବଳ ଝଡ଼ବର୍ଷା ଯୋଗୁ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ, ଗରମରୁ…

ଭଞ୍ଜନଗର, ୩୦।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀର ପ୍ରକୋପ ଦେଖିବାକୁ ମିଳିଛି। ସନ୍ଧ୍ୟା ପ୍ରାୟ ୬ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri