ମାଧପୁର ପଞ୍ଚାୟତରେ ବ୍ୟାପକ ଅନିୟମିତତା ଅଭିଯୋଗ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାହିଁ ଯୋଗ୍ୟ ହିତାଧିକାରୀଙ୍କ ନାଁ

ମାଧପୁର,୨୧।୨(ଡି.ଏନ୍‌.ଏ) : ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ପଞ୍ଚାୟତରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଫନି ପରେ ପଞ୍ଚାୟତର ପ୍ରତ୍ୟେକ ଗାଁ ବୁଲି ନିର୍ବାହୀ ଯନ୍ତ୍ରୀ, ଗ୍ରାମ ରୋଜଗାର ସେବକ ଏବଂ କିଛି ଠିକା କର୍ମଚାରୀ ସର୍ଭେ କରିଥିଲେ। ପ୍ରକୃତ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ପାଇଁ ଚିହ୍ନଟ କରିଥିଲେ । ମାତ୍ର ବର୍ତ୍ତମାନ ପଞ୍ଚାୟତକୁ ଆସିଥିବା ତାଲିକାରେ ପ୍ରକୃତ ହିତାଧିକାରୀଙ୍କ ନାମ ନ ଥିବାସ୍ଥଳେ ପୂର୍ବରୁ ଆବାସ ପାଇଥିବା ବ୍ୟକ୍ତି, ଅବିବାହିତ ଯୁବକ, ପୂର୍ବରୁ ସ୍ବାମୀ ପାଇଥିଲେ ବର୍ତ୍ତମାନ ସ୍ତ୍ରୀଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ ଅଛି । ପ୍ରକୃତ ହିତାଧିକାରୀଙ୍କୁ ଉପେକ୍ଷା କରାଯାଇଛି ବୋଲି ପଞ୍ଚାୟତରେ ଅଭିଯୋଗ ହୋଇଛି। ଏ ନେଇ ବିଭାଗ ଭଲ ଭାବେ ତର୍ଜମା କରି ପ୍ରକୃତ ହିତାଧିକାରୀଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିବା ସହିତ ଏପରି ଅନିୟମିତତା କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।
ଏ ସମ୍ପର୍କରେ ଆଠମଲ୍ଲିକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଞ୍ଜୟ କୁମାର ଆଚାର୍ଯ୍ୟଙ୍କୁ ପଚାରିବାରୁ ଯେଉଁ ହିତାଧିକାରୀଙ୍କ ନାମ ତାଲିକାରେ ନାହିଁ ବା ଅଯୋଗ୍ୟ ଲୋକଙ୍କ ନାମ ତାଲିକାରେ ଆସିଛି। ସେମାନେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ ଅଭିଯୋଗ ବାକ୍ସରେ ଆପତ୍ତି ଅଭିଯୋଗର ଚିରିକୁଟ ପକେଇପାରିବେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିଚୈଗୁଡା ମଣ୍ଡି ନିର୍ମାଣ କାମରେ ଅନିୟମିତତା, ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ

ଜୁନାଗଡ଼,୬।୫(ସୁନୀଲ କୁମାର ସିଂହ): ଧାନ ମଣ୍ଡି ନିର୍ମାଣ ନାମରେ ଚାଷୀଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି ଅସାଧୁ ଠିକାଦାର…

ଶୁଦ୍ଧି ହେଲେ ଜିତୁ ମୁଣ୍ଡା; ଭଉଣୀଙ୍କ ସମାଧି କରି ଜାତି ଭାଇଙ୍କୁ ଭୋଜି ଦେଲେ, ସହାୟତାର ହାତ ବଢ଼ାଇଲେ ମନ୍ତ୍ରୀ

ପାଟଣା,୬ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଡ଼ିଆନାଳୀ ଗ୍ରାମର ଜିତୁ ମୁଣ୍ଡା ବ୍ୟାଙ୍କରୁ ନିଜ ଭଉଣୀର ଜମା ଟଙ୍କା ପାଇବା ପାଇଁ ପ୍ରଚଣ୍ଡ ରୌଦ୍ର ତାପରେ ମଶାଣୀରୁ…

ଚୋରଙ୍କ ଟାର୍ଗେଟରେ ହନୁମାନ ମନ୍ଦିର, ମୁଖାପିନ୍ଧି ଆସି ଲୁଟିନେଲେ ସୁନା ରୂପା ସମେତ ଦାନ ହୁଣ୍ଡି

ଛତ୍ରପୁର,୬ା୫(ଦିଲ୍ଲୀପ ସାମଲ): ଠାକୁରଙ୍କୁ ବି ଛାଡିଲେନି ଦୁର୍ବୃତ୍ତ । ରାତି ଅଧରେ ମନ୍ଦିର ଭିତରେ ପଶି ଲୁଟିନେଲେ ସୁନା ରୁପା ଅଳଙ୍କାର ସମେତ ଦାନ ହୁଣ୍ଡି ।…

ପଥର ଖୋଲରେ ନାବାଳକ ଫସିବା ଘଟଣାରେ ଅଗ୍ନିଶମ ଡିଜିଙ୍କ ସୂଚନା; ବୈଷୟିକ ଚ୍ୟାଲେଞ୍ଜ୍‌, ଅଜଗର ପାଖରେ…

ନୟାଗଡ଼,୬ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ଜଙ୍ଗଲ ପଥରଖୋଲରେ ନାବାଳକ ଫସିବା ଘଟଣା । ଦୀର୍ଘ ୧୦ ଘଣ୍ଟା ପରେ ଆଜି ଅପରାହ୍ନରେ…

ଗୋଡ଼ ଭାଙ୍ଗିଦେଲା ରୋହିତ ଶର୍ମାଙ୍କ ଶଟ୍‌, ମୁମ୍ବାଇ ଇଣ୍ଡିଆନ୍ସ ଅଭ୍ୟାସ ସମୟରେ ବଡ଼ ଅଘଟଣ,ଦେଖନ୍ତୁ Video

ମୁମ୍ବାଇ,୬।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL ୨୦୨୬)ରେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା ଆଘାତ ଯୋଗୁ ୫ଟି ମ୍ୟାଚରୁ ବାହାରେ ରହିବା ପରେ ପଡ଼ିଆକୁ ଏକ…

ଗୋଡ଼ ବନ୍ଧା ହୋଇ ଘରେ ପଡୁଛି ପୁଅ, ଅର୍ଥ ଅଭାବରୁ ଚିକିିତ୍ସା ପାଇଁ ମା-ବାପା…

କୁଜଙ୍ଗ,୬ା୫(ମନୋଜ ପ୍ରଧାନ): ଏରସମା ବ୍ଲକ ବାମଦେଇପୁର ପଞ୍ଚାୟତ ବାରାକଣା ଗ୍ରାମର ସୁରେଶ ଚନ୍ଦ୍ର ପାଣି (୪୫) ଜଣେ ଦିନମଜୁରିଆ ଭାବେ କାର୍ଯ୍ୟ କରି ପରିବାର ଚଳାଉଥିଲେ। ପରିବାର…

‘ପାଠ ପଢ଼ି ମାର୍କ ଆଣିବା ଚିନ୍ତାରୁ ବାହାରି ଗବେଷଣା କରିବା ଜରୁରୀ’

ଭଞ୍ଜନଗର,୬ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଇଲୋକ୍ଟ୍ରୋନିକ୍ସ ବିଭାଗ ପକ୍ଷରୁ ବୁଧବାର ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିସହ ଯୁକ୍ତ…

ଟାଙ୍କିରେ ମିଳୁନି ପେଟ୍ରୋଲ-ଡିଜେଲ, ଚଢ଼ା ଦରରେ ଉପଭୋକ୍ତା କିଣି …

ଦାରିଙ୍ଗବାଡ଼ି,୬ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଏବେ ପେଟ୍ରୋଲ ଓ ଡିଜେଲର ଘୋର ସଙ୍କଟ ଦେଖାଯାଇଛି। ଉକ୍ତ ବ୍ଲକର ୨୫ଟି ପଞ୍ଚାୟତ ପାଇଁ ମାତ୍ର ୨ଟି ଟାଙ୍କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri