ମାଣତ୍ରୀରେ ୧୪୦ ଫୁଟ୍‌ ଲମ୍ବର ଡଙ୍ଗା

ସୋର, ୧୩।୧୧(ଡି.ଏନ.ଏ.)-କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ସୋର ବ୍ଲକ ମାଣତ୍ରୀ ଗ୍ରାମରେ ଯୁବକମାନେ ୧୪୦ ଫୁଟ୍‌ ଲମ୍ବର ଡଙ୍ଗା ପ୍ରସ୍ତୁତ କରି ଗ୍ରାମ ପୋଖରୀରେ ଭସାଇଛନ୍ତି। ଗ୍ରାମର କେତେକ ଯୁବକଙ୍କ ଉଦ୍ୟମରେ ଏହା ସଫଳ ହୋଇଛି। ଏହି ଅବସରରେ ମଙ୍ଗଳବାର ଭୋର୍‌ ସମୟରେ ଗ୍ରାମବାସୀଙ୍କ ଉପସ୍ଥିତିରେ ଡଙ୍ଗା ଭସାଣ କରାଯାଇଥିଲା। ବାଉଁଶ ଓ ସୋଲରେ ନିର୍ମିତ ଏହି ଡଙ୍ଗା ବେଶ୍‌ ଆକର୍ଷଣ ପାଲଟିଥିଲା। ଏହି ଡଙ୍ଗା ନିର୍ମାଣରେ ଗ୍ରାମର ଆଶିଷ ରାଉତ, ସଞ୍ଜୟ ରାଉତ, ଅଞ୍ଜନ ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ।