ମାଡାମ ତୁଷାଦ୍‌ରେ ହେବ କାଜଲଙ୍କ ମହମ ପ୍ରତିମୂର୍ତ୍ତି, ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଭାବେ ପ୍ରଥମ

ବମ୍ବେ: ସେଲିବ୍ରିଟିମାନଙ୍କ ପାଇଁ ମାଡାମ ତୁଷାଦ୍‌ ମ୍ୟୁଜିୟମରେ ସ୍ଥାନ ପାଇବା ସମ୍ମାନର କଥା ହୋଇଥାଏ। ପୂର୍ବରୁ ବଲିଉଡର ଅନେକ କଳାକାରଙ୍କ ମହମ ପ୍ରତିମୂର୍ତ୍ତି ଏଠାରେ ସ୍ଥାନ ପାଇସାରିଛି। ହେଲେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଭାବେ କାଜଲ ଅଗ୍ରଓ୍ବାଲ ପ୍ରଥମେ ଏହି ସମ୍ମାନ ଲାଭ କରିବାକୁ ଯାଉଛନ୍ତି। ନିଜର ଇନ୍‌ଷ୍ଟାଗ୍ରାମରେ କାଜଲ ଏ ନେଇ ସୂଚନା ଦେଇଛନ୍ତି।

୨୦୨୦ ଫେବୃୟାରୀ ୫ରେ ସିଙ୍ଗାପୁରର ମାଡାମ ତୁଷାଦ୍‌ ମ୍ୟୁଜିୟମରେ କାଜଲଙ୍କ ମହମ ପ୍ରତିମୂର୍ତ୍ତିର ଲୋକାର୍ପଣ ହେବ। ଫଟୋ ଶେୟାର କରି କାଜଲ ବେଶ୍‌ ଉତ୍ସାହିତ ଥିବା କହିଛନ୍ତି। ସେ ପିଲାବେଳେ ଉକ୍ତ ମ୍ୟୁଜିୟମ୍‌କୁ ଯାଇଥିଲେ। ସେଠାରେ ବଡ଼ବଡ଼ ଲୋକଙ୍କ ମୂର୍ତ୍ତି ଦେଖି ଖୁସି ହୋଇଥିଲେ। ଏବେ ସେମାନଙ୍କ ଭିତରେ ନିଜକୁ ଦେଖିବା କଥା ଭାବିବା ସମୟରେ ଗର୍ବ ଲାଗୁଛି।

ପୂର୍ବରୁ ଅମିତାଭ ବଚ୍ଚନ, ଶାହରୁଖ୍‌ ଖାନ୍‌, ସଲମାନ ଖାନ୍‌, କାଟ୍ରିନା କୈଫ ଏବଂ ହ୍ରିତିକ ରୋଶନଙ୍କ ଭଳି କଳାକାର ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନରେ ଥିବା ମ୍ୟୁଜିୟମରେ ସ୍ଥାନ ପାଇଛନ୍ତି। ବିଶେଷକରି ଲଣ୍ଡନରେ ଥିବା ମ୍ୟୁଜିୟମରେ ଅଧିକ କଳାକାର ରହିଛନ୍ତି। ଦକ୍ଷିଣ ଭାରତୀୟ ନାୟକ ମହେଶ ବାବୁ ଏବଂ ପ୍ରଭାସଙ୍କ ମହମ ପ୍ରତିମୂର୍ତ୍ତି ମଧ୍ୟ ରହିଛି। ହେଲେ ନାୟିକା ଭାବେ କାଜଲ ଏହି ଗୌରବ ଅର୍ଜନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

ଲଭ-ସେକ୍ସ-ଧୋକା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ଯୁବତୀଙ୍କୁ ଭଲ ପାଇ ବିବାହ କରିବା ପରେ ପ୍ରତାରଣା କରାଯାଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri