ମାଟ୍ରିକ ପରୀକ୍ଷା ଫଳ: ବାଜିମାରିଲେ ଝିଅ, ଝାରସୁଗୁଡ଼ାରେ ସର୍ବାଧିକ ପାସ୍‌ ହାର ୮୫.୪୮%

କଟକ ଅଫିସ,୨୧।୫: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ୫ ଲକ୍ଷ ୬୨ ହଜାର ୨୧୩ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଏଥିରେ ୩ ଲକ୍ଷ ୯୭ ହଜାର ୧୨୫ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୫ ହଜାର ୪୭୦ ଛାତ୍ରୀ ଓ ୧ ଲକ୍ଷ ୯୧ ହଜାର ୬୫୫ ଜଣ ଛାତ୍ର ପାସ୍‌ କରିଛନ୍ତି। ଚଳିତ ବର୍ଷ ପାସ୍‌ ହାର ୭୦.୭୮% ରହିଛି। ଗତବର୍ଷ ତୁଳନାରେ ଏଥର କମ୍‌ ସଂଖ୍ୟକ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ୨୮୯ଟି ହାଇସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୮୨ ଟି ହାଇସ୍କୁଲରେ କେହି ଜଣେ ବି ପରୀକ୍ଷାର୍ଥୀ ପାସ୍‌ କରି ନାହାନ୍ତି। ୧୧୮୧ ପରୀକ୍ଷାର୍ଥୀ ଏ-୧ ଗ୍ରେସ୍‌ରେ ପାସ୍‌ କରିଛନ୍ତି। ଝାରସୁଗୁଡ଼ା ଜିଲାରେ ପାସ୍‌ ହାର ସର୍ବାଧିକ ୮୫.୪୮% ଥିବା ବେଳେ କୋରାପୁଟରେ ପାସ୍‌ ହାର ସର୍ବନିମ୍ନ ୫୦.୬୧% ରହିଛି।