ମାଟିହାଣ୍ଡି ଚିକେନ

ସବୁ ହୋଟେଲ ଓ ରେଷ୍ଟୁରାଣ୍ଟ ଗ୍ରାହକଙ୍କ ପସନ୍ଦକୁ ଗୁରୁତ୍ୱ ଦେଇ ଏବେ ଭିନ୍ନ ଭିନ୍ନ ଡିଶ୍‌ ପରଷୁଛନ୍ତି। କିନ୍ତୁ ଲୋକେ ବ୍ରଏଲର ଅପେକ୍ଷା ଦେଶୀ କୁକୁଡ଼ା ମାଂସର ଘର ତିଆରି ତରକାରି ଭଳି ସ୍ବାଦ ଖୋଜୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବାରିପଦା କେସି ସର୍କଲ ସ୍ଥିତ ହୋଟେଲ ମୟୂରଭଞ୍ଜ ପକ୍ଷରୁ ହୋଟେଲର ଏକବର୍ଷ ପୂର୍ତ୍ତି ଅବସରରେ ସ୍ବତନ୍ତ୍ର ଡିଶ୍‌ ‘ମାଟି ହାଣ୍ଡି ଚିକେନ ’ ଗ୍ରାହକଙ୍କୁ ପରଷୁଛନ୍ତି। ମାଟିହାଣ୍ଡିରେ ରୋଷେଇ କରି ମାଟିପାତ୍ରରେ ଏହି ଡିଶ୍‌କୁ ପରଷାଯାଉଛି। ଏହି ଡିଶ୍‌ର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ହୋଟେଲର ମାଷ୍ଟର ସେଫ୍‌ ରିଜଓ୍ବାନ୍‌ ଅହମ୍ମଦ ଅଲି ଖାନ୍‌ ଯାହା କୁହନ୍ତି..

ଆବଶ୍ୟକ ସାମଗ୍ରୀ:

(ଗୋଟିଏ ପ୍ଲେଟ୍‌ ପାଇଁ )
ଦେଶୀ ଚିକେନ୍‌-୨୫୦ ଗ୍ରାମ୍‌
ଆଳୁ-୧୦୦ ଗ୍ରାମ୍‌
ପିଆଜ-୧୫୦
ଅଦା/ରସୁଣ ପେଷ୍ଟ-୭୫ ଗ୍ରାମ୍‌
ତେଲ-୧୫୦ ଗ୍ରାମ୍‌
ଆବଶ୍ୟକ ଅନୁସାରେ ଜିରାଗୁଣ୍ଡ, ଧନିଆଗୁଣ୍ଡ, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ଗରମ ମସଲା (ମିକ୍ସ), କଶ୍ମୀରି ପାଉଡ଼ର, ଲୁଣ, ଡାଳଚିନି, ଲବଙ୍ଗ, ତେଜପତ୍ର, ଧନିଆପତ୍ର, କଞ୍ଚାଲଙ୍କା ଓ ଦେଶୀଘିଅ।

ପ୍ରସ୍ତୁତି ପ୍ରଣାଳୀ…

ପ୍ରଥମେ ଗ୍ୟାସ୍‌ ଚୁଲାରେ ନିଆଁ ସଂଯୋଗ କରି ତା’ଉପରେ ମାଟିହାଣ୍ଡି ବସାନ୍ତୁ। ହାଣ୍ଡି ଗରମ ହେବା ପରେ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ଡାଳଚିନି, ତେଜପତ୍ର, ଲବଙ୍ଗ ପକାଇ ଭଲକରି ଭାଜି ତାହା ଉପରେ ପୂର୍ବରୁ କିମା କରି ରଖିଥିବା ପିଆଜ ପକାଇ ଭାଜନ୍ତୁ। ପରେ ଚିକେନକୁ ହାଣ୍ଡିରେ ପକାଇବା ପରେ କଟା ଆଳୁ ପକାଇ ଅଳ୍ପ ପାଣି ଦେଇ ଚିକେନକୁ ସିଝାନ୍ତୁ। ଚିକେନ ଭଲ ଭାବେ ସିଝିଲା ପରେ ଆବଶ୍ୟକ ଅନୁସାରେ କଞ୍ଚା ଲଙ୍କା, ଜିରାଗୁଣ୍ଡ, ଧନିଆଗୁଣ୍ଡ, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ଗରମମସଲା (ମିକ୍ସ), ଲୁଣ ଓ କଶ୍ମୀରୀ ପାଉଡ଼ର ପକାଇ ଅଳ୍ପ ସମୟ ପାଇଁ ଭଲଭାବେ ଘାଣ୍ଟନ୍ତୁ। ଏବେ ତିଆରି ହୋଇଗଲା ମାଟି ହାଣ୍ଡି ଚିକେନ୍‌। ଏହାକୁ ଏକ ମାଟି ପାତ୍ରରେ ଢ଼ାଳି ଧନିଆ ପତ୍ର ଓ ଅଳ୍ପ ଦେଶୀଘିଅ ପକାଇ ପରଷି ଦିଅନ୍ତୁ। ଏହି ଡିଶ୍‌କୁ ଆରାମରେ ଘରେ ତିଆରି କରି ପାରିବେ। ନିଜେ ଖାଇ ଅନ୍ୟମାନଙ୍କୁ ବି ଖୁଆଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri