Posted inଅପରାଧ

ମା’କୁ କଟୁରୀରେ ହାଣି ହତ୍ୟା ଘଟଣା: ଅଭିଯୁକ୍ତ ପୁଅ, ବୋହୂ କୋର୍ଟ ଚାଲାଣ

ବରୀ/ଯାଜପୁର ଟାଉନ,୩୦ା୬(ସ୍ବ.ପ୍ର./ଡି.ଏନ୍‌.ଏ.)- ମା’କୁ କଟୁରୀରେ ହାଣି ହତ୍ୟା ଘଟଣାରେ ଶନିବାର ପୋଲିସ ପାରାଦୀପରୁ ଅଭିଯୁକ୍ତ ପୁଅ ଓ ବୋହୂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ବରୀ ବ୍ଲକ ଦରଘା ଗ୍ରାମର ରାଜେନ୍ଦ୍ର ଜେନା ଓ ତାଙ୍କ ସ୍ତ୍ରୀ ମଞ୍ଜୁଲତା। ଅଭିଯୁକ୍ତଙ୍କୁ ଧରିବା ପାଇଁ ଯାଜପୁର ଜିଲା ପୋଲିସ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ସେମାନଙ୍କୁ ଖୋଜୁଥିଲା। ଶନିବାର ଏହି ଟିମ୍‌ ପକ୍ଷରୁ ଉଭୟଙ୍କୁ ଗିରଫ କରାଯାଇଛି। ପ୍ରକାଶ ଯେ, ୨୦୧୮ ଜୁନ୍‌ ୧୧ରେ ପାରିବାରିକ କଳହକୁ ନେଇ ଦରଘା ଗ୍ରାମର ମେଘୀ ଜେନାଙ୍କୁ ପୁଅ ରାଜେନ୍ଦ୍ର ଓ ବୋହୂ ମଞ୍ଜୁଲତା ମିଶି କଟୁରୀରେ ହାଣି ହତ୍ୟା କରିଥିଲେ। ଏ ନେଇ ମେଘୀଙ୍କ ଝିଅ ବରୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ. ୮୨/୧୮) ରୁଜୁ କରି ତଦନ୍ତ ଜାରି ରଖିଥିଲା। ଏହି ଘଟଣା ପରେ ରାଜେନ୍ଦ୍ର ଓ ମଞ୍ଜୁଲତା ଫେରାର ହୋଇ ଯାଇଥିଲାବେଳେ ପୋଲିସ୍‌ ଟେର ପାଉ ନ ଥିଲା। ଶନିବାର ସକାଳୁ ପାରାଦୀପଠାରେ ରାଜେନ୍ଦ୍ର ଓ ମଞ୍ଜୁଲତାଙ୍କୁ ପୋଲିସ୍‌ ଗିରଫ କରି ବରୀ ଥାନାକୁ ଆଣିଥିଲା। ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଯାଜପୁର ସଦର ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସଡିପିଓ ରବୀନ୍ଦ୍ର କୁମାର ଜେନା, ବରୀ ଥାନାଧିକାରୀ ଚକ୍ରପତି କଅଁର ଏହି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

ଭିଜିଲାନ୍ସ ଜାଲରେ ଫରେଷ୍ଟର, ଲାଞ୍ଚ ମାଗିବା ବେଳେ ମାଡ଼ିବସିଲା…

ଝାରସୁଗୁଡ଼ା,୫ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବନଖଣ୍ଡ ଅନ୍ତର୍ଗତ ବ୍ରଜରାଜନଗର ରେଞ୍ଜ ବନ୍ଧବାହାଲ ସେକ୍ସନର ଫରେଷ୍ଟର ଗୌରାଙ୍ଗ ସାହୁ ହୋଇଛନ୍ତି। ଜଣେ ଲୋକଙ୍କଠାରୁ ଗୌରାଙ୍ଗ ୫ ହଜାର...

ଘରୋଇ ବିଶ୍ୱବିଦ୍ୟାଳୟରେ ଛାତ୍ର ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବାରଙ୍ଗ,୫ା୧୨(ଲିଙ୍ଗରାଜ ରାଉତ): ବାରଙ୍ଗସ୍ଥିତ ଏକ ଘରୋଇ ବିଶ୍ବବିଦ୍ୟାଳୟରେ ଜଣେ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ମୃତକ ପରିବାର ଲୋକ ଏନେଇ ବାରଙ୍ଗ ଥାନାରେ ହତ୍ୟା ଅଭିଯୋଗ...

ପିଇଓ ଆତ୍ମସାତ୍‌ କରିଥିଲେ ୬ ଲକ୍ଷ ୭୦ ହଜାର ଟଙ୍କା, ଆଜି ବନ୍ଧା ହେଲେ

ଭଞ୍ଜନଗର,୪ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବ୍ରାହ୍ମଣପଦର ପିଇଓ ବିରେନ୍ଦ୍ର କୁମାର ଶାସ୍ତ୍ରୀଙ୍କୁ ତାରସିଂ ପୋଲିସ ଗୁରୁବାର ଗିରଫ କରିଛି। ବିରେନ୍ଦ୍ର ପଞ୍ଚାୟତ ଆକାଉଣ୍ଟରେ...

ମା’ର ମର୍ଡର ଦେଖିଦେବାରୁ ଆମ ଭାଣିଜୀକୁ ମାରିଦେଲେ, ଏମିତି ଅଭିଯୋଗ ଆଣି ମାମୁ-ମାଇଁ କହିଲେ…

ସମ୍ବଲପୁର,୪ା୧୨(ପ୍ରମୋଦ ବହିଦାର): ଅଇଁଠାପାଲି ଥାନା ଅନ୍ତର୍ଗତ ଶାନ୍ତିନଗର ଗଳିର ଏକ ନାଳରୁ ବୁଧବାର ସକାଳେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ହେଉଛନ୍ତି ଶାନ୍ତିନଗର...

ବସ୍‌ରେ ଦିବ୍ୟାଙ୍ଗ ନାବାଳିକାଙ୍କୁ କଣ୍ଡକ୍ଟରଙ୍କ ଦୁର୍ବ୍ୟବହାର, ବସ୍‌ ମାଲିକଙ୍କୁ ନୋଟିସ୍‌

କେନ୍ଦୁଝର,୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ଦିବ୍ୟାଙ୍ଗ ନାବାଳିକା ତାଙ୍କ ମା’ଙ୍କ ସହିତ ଚିକିତ୍ସା ପାଇଁ ଭୁବନେଶ୍ବରକୁ ଯାଉଥିବା ବେଳେ ସେମାନଙ୍କୁ ଏକ ବସ୍‌ର କଣ୍ଡକ୍ଟର ଦୁର୍ବ୍ୟବହାର...

ଗର୍ଭବତୀ ବୋହୂଙ୍କୁ ଗୋଇଠା ମାରିଲେ ଶାଶୁ, ମୃତ ଛୁଆକୁ ଜନ୍ମ ଦେଇ ଚାଲିଗଲା ମା’ର ଜୀବନ

ମହାକାଳପଡ଼ା,୪। ୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ବତିଘର ପଞ୍ଚାୟତ କୋଚିଳା ବେଲାରୀ ଗ୍ରାମର ଗୋବିନ୍ଦ ଗିରିଙ୍କ ପୁଅ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri