Posted inଖେଳ

ମହିଳା ହକି ସିରିଜ୍‌: ବୃହତ୍‌ ବିଜୟ ସହ ଭାରତୀୟ ଦଳର ଅଭିଯାନ ଆରମ୍ଭ

ଅକ୍‌ଲାଣ୍ଡ,୨୫।୧(ପି.ଟି.)- ଅଧିନାୟିକା ରାଣୀ ରାମ୍‌ପାଲଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୪-୦ ଗୋଲର ବୃହତ୍‌ ବିଜୟ ସହ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ ଅଭିଯାନ ଆରମ୍ଭ କରିଛି। ବିଜୟୀ ଦଳ ପାଇଁ ରାଣୀ ଡବଲ ଗୋଲ ଦେଇଥିବାବେଳେ ଶର୍ମିଲା ଓ ଓଡ଼ିଶାର ନମିତା ଟପ୍ପୋ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ।
ମ୍ୟାଚ୍‌ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ରହିଥିଲା। କିନ୍ତୁ ମ୍ୟାଚ୍‌ର ପ୍ରଥମ ଗୋଲ ତୃତୀୟ କୋର୍ଟରରେ ଦେଖିବାକୁ ମିଳିଥିଲା। ଅଧିନାୟିକା ରାଣୀ ଦଳୀୟ ଖାତା ଖୋଲିଥିଲେ। ପୂରା କ୍ୱାର୍ଟରରେ ଦଳ କ୍ରମାଗତ ପେନାଲ୍ଟି କର୍ନର ହାସଲ କରିଥିଲା। କିନ୍ତୁ ସବୁ ବେକାର ସାବ୍ୟସ୍ତ ହୋଇଥିଲା। ଯୁବା ଶର୍ମିଲା ଭାରତୀୟ ଦଳର ଅଗ୍ରଣୀ ବ୍ୟବଧାନକୁ ଦୁଇ ଗୁଣିତ କରିଥିଲେ। ଚତୁର୍ଥ କ୍ୱାର୍ଟରରେ ଅଧିନାୟିକା ରାଣୀ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେଇଥିଲେ। ଓଡ଼ିଆ ଖେଳାଳି ନମିତା ଚତୁର୍ଥ ତଥା ଅନ୍ତିମ ଗୋଲ ସ୍କୋର କରିଥିଲେ। ଆରମ୍ଭରୁ ଆମେ ସଂଘର୍ଷ କରିଥିଲୁ। ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ଆମେ ଖେଳକୁ ନିୟନ୍ତ୍ରିଣକୁ ଆଣି ସୁଯୋଗ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲୁ। ଅନ୍ତିମ ଦୁଇ କ୍ୱାର୍ଟରରେ ଘରୋଇ ଦଳ ଅତ୍ୟଧିକ ଚାପ ପକାଇଥିଲା। ଏହାକୁ ଖାତିର ନ କରି ଆଟାକିଂ ଖେଳ ଜାରି ରଖିଥିଲୁ ବୋଲି ମୁଖ୍ୟ କୋଚ୍‌ ଜୋର୍ଡ ମାରିଜନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବି ଟ୍ରେନିଂ କ୍ୟାମ୍ପ୍‌ରେ କୋହଲି

ବେଙ୍ଗାଲୁରୁ,୧୮ା୩(ପି.ଟି.): ରବିବାର ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ସୁପରଷ୍ଟାର ବିରାଟ କୋହଲି ସୋମବାର ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)ର ଟ୍ରେନିଂ କ୍ୟାମ୍ପ୍‌ରେ ଯୋଗଦେଇଛନ୍ତି। ସୋମବାର କୋହଲି...

ଖୁସିରେ ଝୁମିଲେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା

ନୂଆଦିଲ୍ଲୀ,୧୮।୩: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମହିଳା ପ୍ରିମିୟର ଲିଗ (ଡବ୍ଲ୍ୟୁପିଏଲ) ୨୦୨୪ ଟାଇଟଲ ଜିତି ଫ୍ରାଞ୍ଚାଇଜ ଟ୍ରଫି ମରୁଡ଼ିକୁ ସମାପ୍ତ କରିଛି। ପୁରୁଷ ଦଳ ଏପର୍ଯ୍ୟନ୍ତ...

ମୁମ୍ବାଇର ଅଧିନାୟକ ଉପରେ ମୁହଁ ଖୋଲିଲେ ପାଣ୍ଡ୍ୟା, କହିଲେ ରୋହିତ ହେଉଛନ୍ତି…

ନୂଆଦିଲ୍ଲୀ,୧୮।୩: ଆଇପିଏଲ ୨୦୨୪ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ କରାଯାଇଥିଲା। ହାର୍ଦ୍ଦିକ ମୁମ୍ବାଇର ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନ ନେଇଥିଲେ। ବର୍ତ୍ତମାନ...

ସିଏସ୍‌କେ-ଆରସିବି ମ୍ୟାଚ ପାଇଁ ଟିକେଟ୍‌ ବୁକିଂ ଆରମ୍ଭ: ଜାଣନ୍ତୁ କେଉଁଠି ଆଉ କେତେ ଟଙ୍କାରେ କରିପାରିବେ ବୁକିଂ

ନୂଆଦିଲ୍ଲୀ,୧୮।୩: ଆଇପିଏଲ ୨୦୨୪ର ପ୍ରଥମ ମ୍ୟାଚ ପାଇଁ ଟିକେଟ୍‌ ବୁକିଂ ଆରମ୍ଭ ହୋଇଛି। ଏହି ସିଜିନର ପ୍ରଥମ ମ୍ୟାଚ ୨୨ମାର୍ଚ୍ଚରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ...

ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ଦେଇଛି ଚାନ୍ଦା, ଜାଣନ୍ତୁ କେଉଁ ଦଳକୁ ଦେଇଛି କେତେ ଟଙ୍କା

ନୂଆଦିଲ୍ଲୀ,୧୮।୩: ଇଲେକ୍ଟୋରାଲ ବଣ୍ଡ୍‌ର ସବିଶେଷ ତଥ୍ୟ ସାର୍ବଜନୀନ ହେବା ପରେ ପ୍ରତିଦିନ ଏହା ବିଷୟରେ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବଣ୍ଡ୍‌ଗୁଡିକର ସବିଶେଷ ତଥ୍ୟରୁ...

ମାଲାମାଲ୍‌ ହେଲେ ଅଶ୍ୱିନ୍‌: ମିଳିଲା ୫୦୦ ସୁନା ମୁଦ୍ରା, ୧ କୋଟି ଟଙ୍କା

ଚେନ୍ନାଇ,୧୮।୩: କିଛି ସପ୍ତାହ ପୂର୍ବରୁ ଅନୁଷ୍ଠିତ ଭାରତ ବନାମ ଇଂଲଣ୍ଡ ସିରିଜରେ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ଏକ ଐତିହାସିକ ରେକର୍ଡ ସ୍ଥାପନ କରିଥିଲେ। ଟେଷ୍ଟ...

ଆରସିବିର ବିଜୟ ପରେ ଖୁସିରେ ଗଦ୍‌ଗଦ୍‌ ହେଲେ ବିରାଟ କୋହଲି: ଭିଡିଓ କଲ୍‌ରେ କଥା ହେଲେ

ନୂଆଦିଲ୍ଲୀ,୧୮।୩:ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମହିଳା ପ୍ରିମିୟର ଲିଗ ୨୦୨୪ ଟାଇଟଲ ଜିତିଛି। ଫାଇନାଲରେ ଦଳ ନିଜ ପଡ଼ିଆରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଟାଇଟଲ ଜିତିଥିଲା।...

ଆରସିବି ଉପରେ ଟଙ୍କା ବର୍ଷା: ହାରିବା ସତ୍ତ୍ୱେ କୋଟିପତି ହେଲା ଦ୍ୱିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୧୭ା୩: ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ)ର ଦ୍ୱିତୀୟ ସଂସ୍କରଣରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)। ରବିବାର ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ଉଇକେଟରେ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri