Categories: ଖେଳ

ମହିଳା ଫୁଟବଲ ଲିଗରେ ଓଡ଼ିଶା ପୋଲିସ ଦଳ

କଟକ ଅଫିସ,୨୪ା୧- ଶୁକ୍ରବାରଠାରୁ ଫେବୃୟାରୀ ୧୪ ପର୍ଯ୍ୟନ୍ତ କର୍ନାଟକର ବେଙ୍ଗାଲୁରୁଠାରେ ଭାରତୀୟ ମହିଳା ଫୁଟବଲ ଲିଗ୍‌ର ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ରାଜ୍ୟର ୧୨ଟି ଦଳ ଭାଗ ନେଉଥିବା ବେଳେ ଓଡ଼ିଶାର ଏକମାତ୍ର ଦଳ ଭାବେ ଓଡ଼ିଶା ପୋଲିସ ଅଂଶଗ୍ରହଣ କରିବ। ଏ ନେଇ ଗୁରୁବାର ଓଡ଼ିଶା ପୋଲିସ ଦଳ ଘୋଷଣା କରାଯାଇଛି। ଏଏଫ୍‌ସି-ବି ଲାଇସେନ୍ସ ପ୍ରାପ୍ତ କୋଚ୍‌ ମହମ୍ମଦ ସହିଦ ଜବାର ଦଳର ମୁଖ୍ୟ କୋଚ୍‌ ଥିବା ବେଳେ ଗାୟତ୍ରୀ ମଲ୍ଲିକ ସହକାରୀ କୋଚ୍‌ ଓ ସକିନା ନେସା ମ୍ୟାନେଜର ଭାବେ ଦଳରେ ଅଛନ୍ତି। ଦଳର ଅଧିନାୟିକା ହେଉଛନ୍ତି କରିସ୍ମା ଓରାମ୍‌। ଓଡ଼ିଶା ପୋଲିସ ଗ୍ରୁପ-ବିରେ ସ୍ଥାନ ପାଇଛି। କେନକେର ଏଫ୍‌ସି ବିପକ୍ଷରେ ଆସନ୍ତା ୨୫ରେ ଓଡ଼ିଶା ପୋଲିସ ପ୍ରଥମ ମ୍ୟାଚ୍‌ ଖେଳିବ।
ଓଡ଼ିଶା ପୋଲିସ ଦଳ: ରାଜେଶ୍ୱରୀ ଦାସ, ସୋନାଲୀ ଓରାମ, ଡିଗି ମାଝୀ, ପ୍ରଭାସିନୀ ପରିଡ଼ା, ପାର୍ବତୀ କୁଜୁର, ସସ୍ମିତା ବେହେରା, ସିନୁଲତା ସାହୁ, ସ୍ବର୍ଣ୍ଣପ୍ରିୟା ନାୟକ, ଜବାମଣୀ ସୋରେନ, ଅନିମା ମଲ୍ଲିକ, ସସ୍ମିତା ଏକ୍କା, ଜସମଶୀ ସାମଦ, ହେମା ଖାଖା, ଜ୍ୟୋତ୍ସ୍ନା ମଲ୍ଲିକ, କରିସ୍ମା ଓରାମ, ଗୋମତି ବାରା, ଆରତୀ ଅନିମା ଖାଡ଼ିଆ, ଟିକିନା ସାମଲ।

Share