Categories: ଖେଳ

ମହିଳା ଫିଫା ବିଶ୍ୱକପ୍‌: ସେମିରେ ସ୍ବିଡେନ

ପ୍ୟାରିସ୍‌,୩୦।୬- ଏକଦା ମ୍ୟାଚ୍‌ରେ ପଛୁଆ ଥିବା ସ୍ବିଡେନ୍‌ ୨-୧ ଗୋଲରେ ଶକ୍ତିଶାଳୀ ଜର୍ମାନୀକୁ ହରାଇ ଚଳିତ ମହିଳା ଫିଫା ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିଛି। ବିଜୟୀ ଦଳ ଲାଗି ସୋଫିଆ ଜ୍ୟାକବସନ ଓ ଷ୍ଟିନା ବ୍ଲାକଷ୍ଟେନିସ ଗୋଲ ସ୍କୋର କରିଥିଲେ। ମ୍ୟାଚ୍‌ ଆରମ୍ଭରୁ ଉଭୟ ଦଳ ମଧ୍ୟରେ କଡ଼ା ସଂଘର୍ଷ ହୋଇଥିଲା। ୧୬ତମ ମିନିଟ୍‌ରେ ଲିନା ମାଗୁଲଙ୍କ ବାଇସାଇକେଲ କିକ୍‌ ଜରିଆରେ ଗୋଲ ଦେଇ ଜର୍ମାନୀକୁ ୧-୦ ଗୋଲରେ ଅଗ୍ରଣୀ ଆଣିଦେଇଥିଲେ। ହେଲେ ଏହାର ୬ ମିନିଟ୍‌ ପରେ ଜ୍ୟାକବସନଙ୍କ ଗୋଲ ଯୋଗୁ ମ୍ୟାଚ୍‌ ବରାବର ସ୍ଥିତିକୁ ଚାଲିଆସିଥିଲା। ଫଳରେ ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ଦଳୀୟ ସ୍କୋର ୧-୧ ଗୋଲରେ ବରାବର ଥିଲା। ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ବ୍ଲାକଷ୍ଟେନିସ (୪୮ତମ ମିନିଟ୍‌)ଙ୍କ ଗୋଲ ବଳରେ ସ୍ବିଡେନ୍‌ ମ୍ୟାଚ୍‌ରେ ଅଗ୍ରଣୀ ହାସଲ କରିଥିଲା। ଏହା ପରଠାରୁ ଉଭୟ ଦଳର ଖେଳାଳିଙ୍କୁ ବହୁ ସୁଯୋଗ ମିଳିଥିଲା, ହେଲେ କୌଣସି ଖେଳାଳି ସ୍କୋର ଲାଇନ୍‌କୁ ପ୍ରଭାବିତ କରିପାରି ନ ଥିଲେ। ଏଥିସହ ବିଶ୍ୱକପ୍‌ର ସେମିଫାଇନାଲ ଲାଇନଅପ୍‌ ଚୂଡ଼ାନ୍ତ ହୋଇଯାଇଛି। ସ୍ବିଡେନ ସେମିଫାଇନାଲରେ ନେଦରଲାଣ୍ଡକୁ ଭେଟିବ।

Share