Categories: ଖେଳ

ମହିଳା ଫିଫା ବିଶ୍ୱକପ୍‌: ଏସିଆର ଅଭିଯାନ ଶେଷ

ରେନ୍ନେସ (ଫ୍ରାନ୍ସ),୨୬।୬(ଏଏଫ୍‌ପି)- ମହିଳା ଫିଫା ବିଶ୍ୱକପ୍‌ ପ୍ରି କ୍ୱାର୍ଟର ଫାଇନାଲରୁୁ ଏସିଆନ୍‌ ଦଳଗୁଡ଼ିକର ଅଭିଯାନ ଶେଷ ହୋଇଛି। ଉଭୟ ଜାପାନ ଓ ଚାଇନା ପରାଜୟ ସହ ଟୁର୍ନାମେଣ୍ଟରୁ ବିଦାୟ ନେଇଛନ୍ତି। ଜାପାନକୁ ୨-୧ ଗୋଲରେ ନେଦରଲାଣ୍ଡ ହରାଇ ଦେଇଥିବାବେଳେ ଇଟାଲୀ ୨-୦ ବ୍ୟବଧାନରେ ଚାଇନାକୁ ପରାସ୍ତ କରିଛି। ଏଭଳି ଫଳାଫଳ ଯୋଗୁ ଚଳିତ ଫିଫା ବିଶ୍ୱକପ୍‌ରେ ୮ରୁ ୭ଟି ୟୁରୋପୀୟ ଦଳ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଏଥିରୁ ଫିଫା ବିଶ୍ୱକପ୍‌ରେ ୟୁରୋପର ପ୍ରଧାନ୍ୟ ଥିବା ଜଣାପଡ଼ୁଛି। କେବଳ ଡିଫେଣ୍ଡିଂ ଚାମ୍ପିୟନ ଆମେରିକା ଏକମାତ୍ର ଅଣୟୁରୋପୀୟ ଦଳ ଭାବେ କ୍ୱାର୍ଟର ଫାଇନାଲରେ ସ୍ଥାନ ପାଇଛି। ତେବେ ପୂର୍ବତନ ଚାମ୍ପିୟନ ଜାପାନର ବିଦାୟ ଦୁଃଖଦାୟକ ଥିଲା। କାରଣ ୨୦୧୧ ବିଶ୍ୱକପ୍‌ ଚାମ୍ପିୟନ ଜାପାନ ୨୦୧୫ ସଂସ୍କରଣରେ ଉପବିଜେତା ଥିଲା।

Share