Categories: ଖେଳ

ମହିଳା ଫିଫା ବିଶ୍ୱକପ୍‌:ନକ୍‌ଆଉଟ୍‌ ପର୍ଯ୍ୟାୟରେ କାମେରୁନ

ପ୍ୟାରିସ,୨୧।୬(ଏଏଫ୍‌ପି)- ମ୍ୟାଚ୍‌ର ଅତିରିକ୍ତ ମିନିଟ୍‌ରେ ଆଜାରା ନଚଟଙ୍କ ଗୋଲ ଯୋଗୁ କାମେରୁନ ୨-୧ ଗୋଲରେ ନ୍ୟୁଜିଲାଣ୍ଡକୁ ହରାଇ ଦେଇଛି। ଏହି ରୋମାଞ୍ଚକ ବିଜୟ ସହ କାମେରୁନ ଦଳ ଚଳିତ ମହିଳା ଫିଫା ବିଶ୍ୱକପ୍‌ର ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଧାର୍ଯ୍ୟ ୯୦ ମିନିଟ୍‌ ଶେଷ ପରେ ମ୍ୟାଚ୍‌ ରେଫରି ଅତିରିକ୍ତ ୫ ମିନିଟ୍‌ ଦେଇଥିଲେ। ସମୟ ଶେଷ ହେବାର ୧୦ ସେକେଣ୍ଡ ପୂର୍ବରୁ ନଚଟଙ୍କ ଗୋଲ କାମେରୁନକୁ ମ୍ୟାଚ୍‌ ଜିତାଇ ଦେଇଥିଲା। ଏଥିପୂର୍ବରୁ ସେ ମ୍ୟାଚ୍‌ର ୫୭ ମିନିଟ୍‌ରେ ଦଳ ଲାଗି ପ୍ରଥମ ଗୋଲ ସ୍କୋର କରିଥିଲେ। ଜବାବରେ କାମେରୁନ ଖେଳାଳି ଅରେଲ ଅବୋନା ଆତ୍ମଘାତୀ ଗୋଲ ଦେଇଥିଲେ। ବିଜୟ ଯୋଗୁ କାମେରୁନ ୩ ପଏଣ୍ଟ ସହ ଗ୍ରୁପ ଇ’ର ୩ୟ ସ୍ଥାନ ହାସଲ କରିଛି। ୧୬ ଦଳ ବିଶିଷ୍ଟ ନକ୍‌ଆଟ୍‌ ପର୍ଯ୍ୟାୟରେ ୬ ଗ୍ରୁପ୍‌ର ଶୀର୍ଷ ଦୁଇ ଦଳ ଓ ସର୍ବାଧିକ ପଏଣ୍ଟ ସହ ୩ୟ ସ୍ଥାନରେ ଥିବା ୪ ଦଳ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳିବ।

Share